କ୍ରାନ୍ତି ଦିବସରେ ପୌର କାର୍ଯ୍ୟାଳୟ ଘେରାଉ କଲା ଭାଜପା

ବଡ଼ବିଲ,୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭାଜପା ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବୁଧବାର କ୍ରାନ୍ତି ଦିବସ ଅବସରରେ ବଡ଼ବିଲ ପୌର କାର୍ଯ୍ୟାଳୟ ଘେରାଉ କରି ପୋରାଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛି।
ଅଗଷ୍ଟ ୯ ତାରିଖକୁ ଦେଶ ବ୍ୟାପୀ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭାଜପା ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ପୋରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବଡ଼ବିଲ ପୌର କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବଡ଼ବିଲ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପଡୁଥିବା ମଇଳା ପ୍ରତ୍ୟହ ସଫେଇ ନ ହେବା, ଡ୍ରେନ୍‌ରେ ବ୍ଲିଚିଂ ନ ପକାଇବା, ସର୍ବ ସାଧାରଣ ଶୌଚାଳୟଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବନ୍ଦ ପଡ଼ିଥିବା ଶୌଚାଳୟଗୁଡିକୁ ଅତି ଶ୍ରୀଘ୍ର ଚାଲୁ କରିବା, ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ଲାଇନ ବିଛାଇବା ପାଇଁ ଖୋଳାଯାଇଥିବା ରାସ୍ତାଘାଟଗୁଡ଼ିକର ତୁରନ୍ତ ମରାମତି, ରାସ୍ତାଗୁଡିକୁ ଧୂଳି ସଫେଇ ଗାଡି ଯୋଗେ ସହରକୁ ଧୂଳି ମୁକ୍ତ କରିବା, ବିଭିନ୍ନ ପ୍ରକାର ଭତ୍ତା ନିମନ୍ତେ ଦୀର୍ଘ ଦିନରୁ ଆବେଦନ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ, ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ ଲାଇଟ ସ୍ଥାପନ କରି ସହରକୁ ଆଲୋକିତ କରିବା, ଦୂଷିତ ଜଳକୁ ବିଶୋଧନ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ଆଦି ଦାବି କରିଥିଲେ ଭାଜପା ନେତୃବୃନ୍ଦ। ଏ ନେଇ ବିଭିନ୍ନ ଦାବି ସମ୍ବଳିତ ଏକ ପତ୍ର ପୌର କର୍ତ୍ତୃପକ୍ଷଙ୍କୁ ଭାଜପା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଘେରାଉରେ ପୂର୍ବତନ ବଡ଼ବିଲ ପୋରାଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମିଶ୍ର, ଜିଲା ଭାଜପା ଉପସଭାପତି ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଭାଜପା ସଂଯୋଜକ ଦେବପ୍ରସାଦ ମିଶ୍ର, ଭାଜପା ଜିଲା ଉପସଭାନେତ୍ରୀ ସପ୍ନା ସାହୁ, ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର, ଭାଜପା ବଡ଼ବିଲ ନଗର ମଣ୍ଡଳ ସାଧାରଣ ସମ୍ପାଦକ ସୁନୀଲ ଦାସ ଏବଂ ଜିଲା ଭାଜପା ହରିଜନ ମୋର୍ଚ୍ଚା ସମ୍ପାଦକ ସନ୍ନ୍ୟାସୀ ମାଝିଙ୍କ ସହ ଭାଜପା କର୍ମୀମାନେ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଳାଭିଷେକ ପାଇଁ ଯାଉଥିଲେ କାଉଡ଼ିଆ,ବାଟରେ ଓଲଟିଲା ଗାଡ଼ି, ଆଉ ତା’ ପରେ…

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାୟାପାଟଣା ଛକ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି।…

ବାରାମତୀରେ ପୁଣି ବିମାନ ଦୁର୍ଘଟଣା, ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍

ମୁମ୍ବାଇ,୯ା୮: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ବାରମତୀ ଏୟାରପୋର୍ଟ ପରିସରରେ ପୁଣି ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସୁଛି । ଏକ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍…

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ମୁଜାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ: ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ….

ଭଞ୍ଜନଗର, ୯।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ରବିବାର ତାଲୁକ ଆଇନ ସେବା କମିଟି, ଭଞ୍ଜନଗର…

ଦଲକି ନାଳ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ: ଖଣ୍ଡହତା-ସାହାଜଲଥା ଯାତାୟାତ ବିଚ୍ଛିନ୍ନ

ଅମରପାଲି, ୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ…

ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ୪ ବଡ଼ ଘୋଷଣା କଲେ ସରକାର

ପାଟ୍‌ନା,୯ା୮: ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିଚାରକୁ ନେଇ ବିହାର ସରକାର ୪ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ୪ଟି…

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri