ଦିଲ୍ଲୀରେ ଡେରା ପକାଇଛନ୍ତି ଭାଜପା ରାଜ୍ୟ ନେତା

ଭୁବନେଶ୍ୱର, ୨୦।୩(ସୁନିତ୍‌ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ବିଭିନ୍ନ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂରହେଉନାହିଁ। ହେଲେ ଉଭୟ ବିଜେଡି ଏବଂ ଭାଜପା ନିଜ ନିଜର ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୁଇ ଦଳର ଯେଉଁ ନେତାମାନେ ବି ମେଣ୍ଟ ବାବଦରେ ପ୍ରତିକ୍ରିୟା ରଖୁଛନ୍ତି ସେମାନେ ତାଙ୍କ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ମାନିବେ ବୋଲି କହି କଥା ସାରୁଛନ୍ତି। ଓଡ଼ିଶାରେ ହେବାକୁ ଥିବା ୨୦୨୪ ନିର୍ବାଚନ ପାଇଁ ଆହୁରି ପାଖାପାଖି ଦେଢ଼ ମାସ ରହିଛି। ତେଣୁ କୌଣସି ସମୟରେ ମେଣ୍ଟ ନେଇ କିଛି ସୂଚନା ଆସିଲେ ସେଥିରେ କୌଣସି ପ୍ରକାର ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖୁଛନ୍ତି। ଏଭଳି ସ୍ଥିତିରେ ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ତାଲିକା ନେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତୃତୀୟ ଥର ଲାଗି ରବିବାରଠାରୁ ଦିଲ୍ଲୀ ଗସ୍ତ କରିଛନ୍ତି। ତେଣୁ ଭାଜପାର ୨ୟ ପର୍ଯ୍ୟାୟରେ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ। ତେଣୁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କିଛି ଆସନ ଲାଗି ଭାଜପା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି।
ଭାଜପା ରାଜ୍ୟ ସଭାପତି, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର ପ୍ରମୁଖଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କରେ ବୈଠକ କରିଥିଲେ। ହେଲେ ବୈଠକରୁ ବାହାରିବା ପରେ ମନମୋହନ ମେଣ୍ଟ ପ୍ରସଙ୍ଗକୁ ଖଣ୍ଡନ କରିଥିବା ବେଳେ ସବୁ ଆସନ ଉପରେ ବିଚାରବିମର୍ଶ କରାଯାଇଥିବା କହିଥିଲେ। ଏ ପର୍ଯ୍ୟନ୍ତ ଭାଜପା ରାଜ୍ୟ ନେତାମାନେ ଓଡ଼ିଶା ଫେରି ନ ଥିବା ବେଳେ ମଙ୍ଗଳବାର ବିଳମ୍ବିତ ସାରେ ଆଉ ଥରେ ଓଡ଼ିଶା ବାବଦରେ ଏକ ବୈଠକ କରି ଆଲୋଚନା କରାଯାଇଥିବା ଜଣାପଡ଼ିଛି। ତେବେ ଆସନ୍ତା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ୩ ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେତେଜଣଙ୍କ ନାଁ ରହିପାରେ ବୋଲି ଆଲୋଚନା ଚାଲିଛି। ଅନ୍ୟପଟେ ହୋଲି ସରିବା ପରେ କଂଗ୍ରେସ ନିଜର ୩ୟ ସ୍କ୍ରିନିଂ କମିଟି ବୈଠକ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ମଙ୍ଗଳବାର ସୂଚନା ଦେଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବା କାରଣରୁ କଂଗ୍ରେସ ନିଜର ସ୍କ୍ରିନିଂ କମିଟି ଘୁଞ୍ଚାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ବିଜେଡି ସୋମବାର ପୁରୀ ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ ନେଇ ଦଳର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛି। ପୁରୀରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା ବୈଠକ ପରେ ଚର୍ଚ୍ଚା ହେଉଥିଲା। ସେହି କ୍ରମରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଧାୟକ ଉମା ସାମନ୍ତରାୟ ଏବଂ ସତ୍ୟବାଦୀରୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚୂଡ଼ାନ୍ତ କରିଥିବା ମଧ୍ୟ ଆଲୋଚନା ହୋଇଥିଲା। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କେତେଜଣ ମୁଖ୍ୟ କର୍ମୀଙ୍କୁ ନେଇ ଏକ ବୈଠକ ମଙ୍ଗଳବାର ବସିଥିବା ବେଳେ ସେଥିରେ ସଞ୍ଜୟ, ଉମା ଏବଂ ଅରୂପଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ତେଣୁ ଅରୂପ ବିଜେଡି ଲୋକ ସଭା ପ୍ରାର୍ଥୀ ଭାବେ ପୁରୀରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିବା ଚର୍ଚ୍ଚାକୁ ବଢ଼ାଇ ଦେଇଛି। ତେଣୁ ଆଗକୁ ବିଜେଡି ନିର୍ବାଚନ ପ୍ରସ୍ତୁତି କିଭଳି କରୁଛି ତା’ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri