ଫସଲ ବୀମା ବିଫଳତା ପାଇଁ ଭାଜପା ଦାୟୀ: ବିଜେଡି

ବରଗଡ଼ ଅଫିସ, ୧୬ା୧୧: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟବଣା ହୋଇପଡିଛି। ବୀମା ପ୍ରିମିୟମ ରାଶି ଜମା କରିବା ସତ୍ତ୍ୱେ ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ ଚାଷୀ ଏଯାଏ ବୀମା ସହାୟତା ପାଇନାହାନ୍ତି। ଏହାକୁ ନେଇ ପଦ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା ଜାରି ରହିଛି। ଏହା ଏବେ ସବୁ ଦଳ ପାଇଁ ଉପନିର୍ବାଚନରେ ଏକ ପ୍ରସଙ୍ଗ ପାଲଟିଛି। ଏହାକୁ ପ୍ରମୁଖ ପ୍ରସଙ୍ଗ ରଖିବା ସହିତ ପରସ୍ପର ଦୋଷାରୋପ କରି ସବୁଦଳ ନିର୍ବାଚନ ବୈତରଣୀ ପାରି ହେବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରରେ ଶାସନରେ ଥିବା ଭାଜପା ଏବଂ ରାଜ୍ୟ ଶାସନରେ ରହିଥିବା ବିଜେଡି ଫସଲବୀମା ବିଫଳତାରେ ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରରେ ଆସି ଏଥିପାଇଁ ବିଜେଡିକୁ ଦାୟୀ କରିଥିଲେ। ଏହାପରେ ବିଜେଡି ବୀମା ବିଫଳତା ପାଇଁ ସିଧାସଳଖ କେନ୍ଦ୍ରର ଭାଜପା ସରକାରକୁ ଦାୟୀ କରିଛି।
ଏହି ପରିପ୍ରେକ୍ଷୀରେ ଫସଲବୀମା ସହାୟତା ପ୍ରଦାନରେ କେନ୍ଦ୍ରର ଅପାରଗତା ପ୍ରତିବାଦରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକରେ ଚାଷୀଙ୍କୁ ନେଇ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା। ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ଚାଷୀନେତା କିଶୋର ଦେବତା ପ୍ରମୁଖ ଉଦ୍‌ବୋଧନ ଦେଇ ବୀମା ବିଫଳତା ପାଇଁ କେନ୍ଦ୍ରର ଭାଜପା ସରକାରକୁ ଦାୟୀ କରିଥିଲେ ଏବଂ ଚାଷୀଙ୍କୁ ଭୁଆଁ ବୁଲାଇବା ପାଇଁ ଭାଜପା କୁମ୍ଭୀର କାନ୍ଦଣା କରୁଛି ବୋଲି କହିଥିଲେ। ଫସଲ ବୀମା ଯୋଜନାର ବିଫଳତାକୁ ଲୁଚାଇବାର ଅପଚେଷ୍ଟା କରି ଭାଜପା ଖସିଯିବା ପାଇଁ ଉଦ୍ୟମ କରୁଛି। ବୀମାରେ ବିଫଳତା ପାଇଁ କିଏ ଦାୟୀ, ତାହା ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ନାମକରଣରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ବିଜେଡି ନେତୃବୃନ୍ଦ କହିଥିଲେ। ଏହି ଯୋଜନାଟି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି। କିନ୍ତୁ ଯୋଜନା ବିଫଳ ହେବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଦୋଷ ଲଦି ଦେଇ ଖସିଯିବାର ହୀନ ଉଦ୍ୟମ କରୁଛନ୍ତି ଏବଂ ଚାଷୀମାନେ ତାହା ଭଲଭାବେ ହୃଦୟଙ୍ଗମ କରିସାରିଲେଣି। କେନ୍ଦ୍ରର ଭାଜପା ସରକାର ଦେଶର କିଛି ଘରୋଇ କମ୍ପାନୀକୁ ଫସଲବୀମା ଯୋଜନାର ଦାୟିତ୍ୱ ପ୍ରଦାନ କରି କୃଷି ଓ କୃଷକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଉଭୟ ମୌଖିକ ଏବଂ ଲିଖିତ ଭାବେ ଜଣାଇବା ସତ୍ତ୍ୱେ ବୀମା ପ୍ରଦାନରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଫଳରେ ଏଥିରେ ହସ୍ତକ୍ଷେପ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଯେଭଳି ସେମାନଙ୍କ ପ୍ରାପ୍ୟ ବୀମା ସହାୟତା ରାଶି ମିଳିବ, ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଜେଡି ନେତାମାନେ କହିଥିଲେ। ଏହାପରେ ବିଜେଡି ନେତୃବୃନ୍ଦ ଜିଲାପାଳଙ୍କ ଅଫିସକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ସମୟରେ ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ବହୁ ଚାଷୀ ପ୍ରତିନିଧି ଏବଂ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?