Posted inଜାତୀୟ

ଭାଜପା ଜାରି କଲା କଂଗ୍ରେସ ଫାଇଲ୍ସ: ୪.୮୨ ଲକ୍ଷ କୋଟିର ଦୁର୍ନୀତି, ୨ଜିଠାରୁ କମନଓ୍ବେଲଥ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨।୪ : ଭାରତୀୟ ଜନତା ପାର୍ଟି ରବିବାର କଂଗ୍ରେସ ଫାଇଲ୍ସ ଶୀର୍ଷକ ଏକ ସିରିଜ ଆରମ୍ଭ କରି କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ କରିଛି। ଏହି ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଅଣାଯାଇଛି। ପ୍ରଥମ ସିରିଜରେ ଭାଜପା କଂଗ୍ରେସ ସରକାର ସମୟରେ ହୋଇଥିବା ଦୁର୍ନୀତି ବିଷୟରେ ଉଲ୍ଲେଖ କରିଛି। ଅଭିଯୋଗ ହୋଇଛି ଯେ ୟୁପିଏ ସରକାର ସମୟରେ ୪୮,୨୦,୬୯,୦୦,୦୦,୦୦୦ଟଙ୍କାର ଦୁର୍ନୀତି ହୋଇଛି।

ଭିଡିଓରେ କୁହାଯାଇଛି ଯେ କଂଗ୍ରେସ ଏସବୁ ଟଙ୍କା ଲୁଟି ନେଇଛି। ଏଥିରେ କୋଇଲା ଠାରୁ ଆରମ୍ଭ କରି ୨-ଜି ଏବଂ କମନୱେଲଥ ସ୍କାମର ଉଲ୍ଲେଖ କରାଯାଇଛି। ଏହି ଲୁଟ ଟଙ୍କାରେ ଦେଶର ବହୁ ପ୍ରଗତି କାର୍ଯ୍ୟ ହୋଇପାରିଥାନ୍ତା।

ଏହି ଟଙ୍କାରେ, ୨୪ ଆଇଏନଏସ ବିକ୍ରାନ୍ତ, ୩୦୦ ରାଫାଲ ବିିମାନ ଏବଂ ୧୦୦୦ ମଙ୍ଗଳ ମିଶନ ନିର୍ମାଣ କିମ୍ବା କ୍ରୟ କରାଯାଇପାରିଥାନ୍ତା। କଂଗ୍ରେସର ଘୋଟାଲା ଏବଂ ଦୁର୍ନୀତିର ମୂଲ୍ୟ ଦେବାକୁ ପଡିବ ବୋଲି ଭାଜପାକହିଛି ଏବଂ କଂଗ୍ରେସ ଯୋଗୁଁ ଆମ ଦେଶ ପ୍ରଗତି ତଥା ବିକାଶ ପଥରେ ପଛରେ ପଡିଛି।

କଂଗ୍ରେସ ସରକାରଙ୍କ ୧୦ ବର୍ଷ ବିଷୟରେ ଭାଜପା ଆଲୋଚନା କରିଛି। ଏଥିରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ସିଇଓ ଲାଞ୍ଚ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଭିଭିଆଇପି ହେଲିକପ୍ଟର କ୍ରୟରେ ୩୫୦ କୋଟି ଲାଞ୍ଚ ଅଭିଯୋଗ ହୋଇଛି। ଏହା ବ୍ୟତୀତ ଏକ ଲକ୍ଷ ୮୬ ହଜାର କୋଟି ମୂଲ୍ୟର କୋଇଲା ସ୍କାମ, ଏକ କୋଟି ୭୬ ଲକ୍ଷ କୋଟି ମୂଲ୍ୟର ୨-ଜି ସ୍ପେକ୍ଟ୍ରମ ସ୍କାମ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଏଥି ସହିତ ପ୍ରାୟ ୧୦ ହଜାର କୋଟିର ମନରେଗା ସ୍କାମ, ୭୦ ହଜାର କୋଟିର କମନୱେଲଥ ସ୍କାମ ଏବଂ ଇଟାଲୀରୁ ହେଲିକପ୍ଟର କାରବାରରେ ୩୬୨ କୋଟି ଲାଞ୍ଚ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାଜପା କହିଛି ଯେ କଂଗ୍ରେସ ସରକାର ଦୁର୍ନୀତି ସରକାରରେ ପରିଣତ ହୋଇଥିଲେ କିନ୍ତୁ ମନମୋହନ ସିଂ ଚୁପ ରହିଥିଲେ।

ଭିଡିଓ ଶେଷରେ କୁହାଯାଇଛି, ଏହା କେବଳ କଂଗ୍ରେସ ସ୍କାମର ଏକ ଝଲକ, ପୂରା ଫିଲ୍ମ ବାକି ରହିଛି। କଂଗ୍ରେସ ଅର୍ଥ ଦୁର୍ନୀତିର ପରବର୍ତ୍ତୀ ଏପିସୋଡରେ ଦେଖନ୍ତୁ, ପେଟିଂର ମୂଲ୍ୟ ୨ କୋଟି ଟଙ୍କା ଥିଲା। ସେହି ଦୁଇ କୋଟି ପାଇଁ ଗାନ୍ଧୀ ପରିବାର ମଧ୍ୟ ଧମକ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?