ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛନ୍ତି।
ଉତ୍ତରପ୍ରଦେଶରେ ୧୯୭୭ ପରେ ଭାଜପା ଏକମାତ୍ର ଦଳ ଭାବେ ୪୦% ଭୋଟହାର ସୀମାକୁ ପାର କରିଛି। ସେହିପରି ପଞ୍ଜାବରେ ୧୯୯୭ରେ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ୯୩ ଆସନ ଜିତିଥିଲା। ଏବେ ଏସ୍‌ଏଡି, କଂଗ୍ରେସ ଓ ଭାଜପା ଭଳି ପ୍ରମୁଖ ଦଳକୁ ଧରାଶାୟୀ କରି ଏଏପି ୯୨ ଆସନ ଦଖଲ କରିଛି।
ଭାରତର ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଭାଜପା ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୧.୩% ଭୋଟ ପାଇଥିବାବେଳେ ୧୯୭୭ରେ ଜନତା ପାର୍ଟି ସର୍ବାଧିକ ୪୭.୮% ମତଦାତାଙ୍କ ସମର୍ଥନ ହାସଲ କରିଥିଲା। ୧୯୭୭ରୁ ଇତିମଧ୍ୟରେ କଂଗ୍ରେସ, ଭାଜପା, ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ରାଜ୍ୟରେ ସରକାର ଗଢ଼ିଥିଲେ ମଧ୍ୟ ସେମାନଙ୍କ ଭୋଟ ହାର ୩୯-୪୦% ମଧ୍ୟରେ ରହିଥିଲା। ଚଳିତ ନିର୍ବାଚନରେ ଭାଜପା ୨୦୧୭ ତୁଳନାରେ ୫୭ଟି କମ୍‌ ଆସନ ପାଇଥିଲେ ମଧ୍ୟ ଭୋଟହାର ୩୯.୬%ରୁ ୪୧.୩%କୁ ବୃଦ୍ଧିପାଇଛି। ଏ କ୍ଷେତ୍ରରେ ସମାଜବାଦୀ ପାର୍ଟି ଉଲ୍ଲେଖନୀୟ ସଫଳତା ପାଇଛି। ଏସ୍‌ପି ୨୦୧୭ରେ ୨୧.୮% ଭୋଟ ପାଇଥିବାବେଳେ ଏଥର ୩୨% ହାତେଇଛି। ଏପରି କି ୨୦୧୨ ଏସ୍‌ପି ସରକାର ଗଢ଼ିଥିଲେ ମଧ୍ୟ ଭୋଟହାର ଥିଲା ୨୯%। ବିଏସ୍‌ପି କଥା ଦେଖିଲେ ୧୯୯୬ ପରଠାରୁ ଦଳକୁ ସର୍ବନିମ୍ନ ଭୋଟ ମିଳିଛି। ବିଏସ୍‌ପି ୨୦୧୭ରେ ୨୨.୨୩% ଏବଂ ଏବେ ୧୨.୭% ଭୋଟ ପାଇଛି। ପଡ଼ୋଶୀ ଉତ୍ତରାଖଣ୍ଡରେ ମଧ୍ୟ ବିଏସ୍‌ପିକୁ ସର୍ବକାଳୀନ କମ୍‌ ଭୋଟ (୪.୮%) ମିଳିଛି। ବିଏସ୍‌ପିଠାରୁ ଅଧିକ ଶୋଚନୀୟ ଅବସ୍ଥା କଂଗ୍ରେସର ରହିଛି। ୨୦୧୭ରେ କଂଗ୍ରେସକୁ ଉତ୍ତରପ୍ରଦେଶରେ ୬.୨% ଭୋଟ ମିଳିଥିବାବେଳେ ଏଥର ୨.୩% ମିଳିଛି।
ଉତ୍ତରପ୍ରଦେଶ ଭଳି ପଞ୍ଜାବରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଲଢ଼ିଥିବା ୨ଟି ଯାକ ଆସନରେ ପରାଜିତ ହୋଇଛନ୍ତି। ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ କ୍ରିକେଟର ନବଜୋତ୍‌ ସିଂ ସିଦ୍ଧୁ ମଧ୍ୟ ହାରିଯାଇଛନ୍ତି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ ହାର ଚିନ୍ତାଜନକ ଭାବେ ହ୍ରାସ ପାଇଛି। ଦଳ ୨୦୧୭ରେ ୩୮.୬% ଭୋଟ ପାଇଥିବାବେଳେ ଏଥର ମିଳିଛି ୨୨.୯୬%। ଏଭଳି ସ୍ଥଳେ ସମସ୍ତ ଆକଳନ, ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ ବୁଥ୍‌ ଫେରନ୍ତାଙ୍କ ମତଠାରୁ ବହୁ ପରିମାଣରେ ଅଧିକ ଭୋଟପାଇଛି ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ। ରାଜ୍ୟରେ ପୂର୍ବରୁ ଶାସନ ଗାଦିରେ ବସିଥିବା ପ୍ରମୁଖ ଦଳଗୁଡ଼ିକର ଦୃଢ଼ୋକ୍ତିକୁ ଭୁଲ୍‌ ପ୍ରମାଣିତ କରି ଏଏପି ଅପ୍ରତ୍ୟାଶିତ ସଫଳତା ହାସଲ କରିଛି। ଉଭୟ ଆସନ ଏବଂ ଭୋଟ ହାର କ୍ଷେତ୍ରରେ ଏଏପି ସିଂହଭାଗ ଖାତାକୁ ସିଂହଭାଗ ଯାଇଛି। ଏଏପି ୨୦୧୭ରେ ୨୦ ଆସନ ଏବଂ ୨୩.୭% ଭୋଟ ପାଇଥିଲା। ଏଥର ୪୨% ଭୋଟ ହାତେଇବା ସହ ୯୨ ଆସନ ଦଖଲ କରିଛି। କେବଳ ସେତିକି ନୁହେଁ, ଏଭଳି ସଫଳତା ଗତ ୪ ବିଧାନସଭା ନିର୍ବାଚନରେ କୌଣସି ଦଳ ହାସଲ କରିପାରି ନାହାନ୍ତି।
ଉତ୍ତରାଖଣ୍ଡରେ ଭାଜପା କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଉଭୟ ଆସନ ଏବଂ ଭୋଟ ହାର ହ୍ରାସ ପାଇଛି। ଭାଜପା ୨୦୧୭ରେ ୫୭ ଆସନରେ ବିଜୟୀ ହୋଇଥିବା ବେଳେ ୪୬.୫% ଭୋଟ ପାଇଥିଲା। ଏଥର ଗୈରିକ ଦଳ ୪୭ ଆସନ(୧୦ କମ୍‌) ଏବଂ ୪୪% ଭୋଟ ପାଇଛି। କିନ୍ତୁ କଂଗ୍ରେସ ୨୦୧୭ ତୁଳନାରେ ଅଧିକ ଆସନ ଏବଂ ଭୋଟ ପାଇବାରେ ସକ୍ଷମ ହୋଇଛି। ୨୦୧୭ରେ କଂଗ୍ରେସ ୧୧ ଆସନ ଏବଂ ୩୩.୫% ଭୋଟ ହାସଲ କରିଥିବାବେଳେ ୨୦୨୨ରେ ୧୯ ଆସନ ଏବଂ ୩୮% ଭୋଟ ପାଇଛି। ମଣିପୁର ବିଧାନସଭା ନିର୍ବାଚନ କଥା ଦେଖିଲେ କଂଗ୍ରେସର ଭୋଟ ହାର ସର୍ବକାଳୀନ ହ୍ରାସ ଘଟିଛି। କଂଗ୍ରେସ ୨୦୧୭ରେ ୩୫.୧% ଭୋଟ ପାଇଥିବାବେଳେ ୨୦୨୨ରେ ତାହା ୧୬.୮%କୁ ଖସି ଆସିଛି। ଏହାସହିତ ୨୩ ଆସନ ହରାଇଛି। କିନ୍ତୁ ଭାଜପା ୨୦୧୭ ନିର୍ବାଚନଠାରୁ ୨୦୨୨ରେ ଅଧିକ ୧୧ ଆସନରେ ବିଜୟୀ ହୋଇଥିବାବେଳେ ଦଳର ଭୋଟ ହାର ୩୬.୩% ରୁ ୩୭.୮%କୁ ବୃଦ୍ଧିପାଇଛି।
ମଣିପୁର ଭଳି ସଫଳତା ଭାଜପା ଗୋଆରେ ପାଇବା ସହ କ୍ଷମତା ନିଜ ହାତରେ ରଖିବାକୁ ସକ୍ଷମ ହୋଇଛି। ଶାସକ ଦଳ ଏଥର ୩୩.୩% ଭୋଟ ଏବଂ ୨୦ ଆସନ ପାଇଛି। ୨୦୧୭ରେ ଭାଜପା ୩୨.୫% ଭୋଟ ଏବଂ ୧୩ ଆସନ ପାଇଥିଲା। ବିରୋଧୀ କଂଗ୍ରେସ ୨୦୧୭ରେ ୨୮.୪% ଭୋଟ ଏବଂ ୧୭ ଆସନ ପାଇଥିଲା। ୨୦୨୨ରେ ତାହା ୨୩.୫% ଭୋଟ ଏବଂ ୧୧ ଆସନକୁ ଖସିଛିି। ଏଏପି ଦିଲ୍ଲୀ, ପଞ୍ଜାବ ସଫଳତା ପରେ ଗୋଆରେ ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ୨୦୧୭ରେ ଏଏପି କୌଣସି ଆସନରେ ଜିତି ନ ଥିଲେ ମଧ୍ୟ ୬.୩% ଭୋଟ ପାଇଥିଲା। ୨୦୨୨ରେ ୨ ଆସନରେ ଜିତିବା ସହ ୬.୭୭% ଭୋଟ ହାତେଇଛି। ଆଗକୁ ଏଏପି ଏହି ଧାରା ବଜାୟ ରଖିଲେ ଜାତୀୟ ରାଜନୀତିରେ ମଜ୍‌ଭୁତ ବିକଳ୍ପ ଭାବେ ଉଭା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୩୮୮ କୋଟିର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୭ା୧୨: ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ୩୮୮ କୋଟି ଟଙ୍କାର ସମ୍ପତ୍ତି...

କଂଗ୍ରେସ କରିବ ବଡ଼ ପରିବର୍ତ୍ତନ: ୟୁପି ଭଳି ସବୁ ରାଜ୍ୟରେ…

ନୂଆଦିଲ୍ଲୀ,୭।୧୨: ୨୮ ଡିସେମ୍ବରରେ କଂଗ୍ରେସ ଏହାର ୧୪୦ ତମ ସ୍ଥାପନା ଦିବସ ପାଳନ କରିବାକୁ ଯାଉଛି। ସୂଚନାନୁସାରେ, ଦଳର ଅଧ୍ୟକ୍ଷଙ୍କ ଦ୍ୱାରା ରାଜ୍ୟ ୟୁନିଟରେ ବଡ଼...

ମମତାଙ୍କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ!

ନୂଆଦିଲ୍ଲୀ,୭।୧୨: ଇଣ୍ଡିଆ ମେଣ୍ଟ ଗଠନ ହେବା ସହିତ ଏହାର ପ୍ରତିନିଧୀ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଏହାର ସଠିକ ରୂପରେଖ ଆସିବା ପୂର୍ବରୁ ନୀତୀଶ...

ଖାନ ସାର୍‌ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପାଟନା,୭।୧୨: ବିହାରର ଜଣେ ଚର୍ଚ୍ଚିତ ଶିକ୍ଷାବିତ୍‌ ତଥା ତାଙ୍କର ଭିନ୍ନ ଶିକ୍ଷଣ େ ଶଳୀ ପାଇଁ ଜଣାଶୁଣା ଖାନ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି।...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ

ମୁମ୍ବାଇ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା...

ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ: ମମତା ଇଣ୍ଡିଆ ଗଠବନ୍ଧନର ମୁଖ୍ୟ ହେଲେ…

ନୂଆଦିଲ୍ଲୀ,୭।୧୨: ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ସୁଯୋଗ ଦିଆଯାଏ ତେବେ ସେ ଇଣ୍ଡିଆ ଗଠବନ୍ଧନର ନେତୃତ୍ୱ ନେଇପାରିବେ।...

ରାଜ୍ୟ ସଭା ନା ଲୋକ ସଭା ଏମପି କିଏ ପାଆନ୍ତି ଅଧିକ ଦରମା, ଟଙ୍କା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୭।୧୨: ଭାରତରେ ଲୋକ ସଭା ଓ ରାଜ୍ୟ ସଭା ଉଭୟ ଗୃହର ବିଭିନ୍ନ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୁଅନ୍ତି ଏବଂ ସେମାନଙ୍କର କାର୍ଯ୍ୟଶୈଳୀ ମଧ୍ୟ ଭିନ୍ନ...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚମକାଇବା ଭଳି ବୟାନ ଦେଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେବାର ଖବର ରହିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri