ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛନ୍ତି।
ଉତ୍ତରପ୍ରଦେଶରେ ୧୯୭୭ ପରେ ଭାଜପା ଏକମାତ୍ର ଦଳ ଭାବେ ୪୦% ଭୋଟହାର ସୀମାକୁ ପାର କରିଛି। ସେହିପରି ପଞ୍ଜାବରେ ୧୯୯୭ରେ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ୯୩ ଆସନ ଜିତିଥିଲା। ଏବେ ଏସ୍‌ଏଡି, କଂଗ୍ରେସ ଓ ଭାଜପା ଭଳି ପ୍ରମୁଖ ଦଳକୁ ଧରାଶାୟୀ କରି ଏଏପି ୯୨ ଆସନ ଦଖଲ କରିଛି।
ଭାରତର ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଭାଜପା ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୧.୩% ଭୋଟ ପାଇଥିବାବେଳେ ୧୯୭୭ରେ ଜନତା ପାର୍ଟି ସର୍ବାଧିକ ୪୭.୮% ମତଦାତାଙ୍କ ସମର୍ଥନ ହାସଲ କରିଥିଲା। ୧୯୭୭ରୁ ଇତିମଧ୍ୟରେ କଂଗ୍ରେସ, ଭାଜପା, ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ରାଜ୍ୟରେ ସରକାର ଗଢ଼ିଥିଲେ ମଧ୍ୟ ସେମାନଙ୍କ ଭୋଟ ହାର ୩୯-୪୦% ମଧ୍ୟରେ ରହିଥିଲା। ଚଳିତ ନିର୍ବାଚନରେ ଭାଜପା ୨୦୧୭ ତୁଳନାରେ ୫୭ଟି କମ୍‌ ଆସନ ପାଇଥିଲେ ମଧ୍ୟ ଭୋଟହାର ୩୯.୬%ରୁ ୪୧.୩%କୁ ବୃଦ୍ଧିପାଇଛି। ଏ କ୍ଷେତ୍ରରେ ସମାଜବାଦୀ ପାର୍ଟି ଉଲ୍ଲେଖନୀୟ ସଫଳତା ପାଇଛି। ଏସ୍‌ପି ୨୦୧୭ରେ ୨୧.୮% ଭୋଟ ପାଇଥିବାବେଳେ ଏଥର ୩୨% ହାତେଇଛି। ଏପରି କି ୨୦୧୨ ଏସ୍‌ପି ସରକାର ଗଢ଼ିଥିଲେ ମଧ୍ୟ ଭୋଟହାର ଥିଲା ୨୯%। ବିଏସ୍‌ପି କଥା ଦେଖିଲେ ୧୯୯୬ ପରଠାରୁ ଦଳକୁ ସର୍ବନିମ୍ନ ଭୋଟ ମିଳିଛି। ବିଏସ୍‌ପି ୨୦୧୭ରେ ୨୨.୨୩% ଏବଂ ଏବେ ୧୨.୭% ଭୋଟ ପାଇଛି। ପଡ଼ୋଶୀ ଉତ୍ତରାଖଣ୍ଡରେ ମଧ୍ୟ ବିଏସ୍‌ପିକୁ ସର୍ବକାଳୀନ କମ୍‌ ଭୋଟ (୪.୮%) ମିଳିଛି। ବିଏସ୍‌ପିଠାରୁ ଅଧିକ ଶୋଚନୀୟ ଅବସ୍ଥା କଂଗ୍ରେସର ରହିଛି। ୨୦୧୭ରେ କଂଗ୍ରେସକୁ ଉତ୍ତରପ୍ରଦେଶରେ ୬.୨% ଭୋଟ ମିଳିଥିବାବେଳେ ଏଥର ୨.୩% ମିଳିଛି।
ଉତ୍ତରପ୍ରଦେଶ ଭଳି ପଞ୍ଜାବରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଲଢ଼ିଥିବା ୨ଟି ଯାକ ଆସନରେ ପରାଜିତ ହୋଇଛନ୍ତି। ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ କ୍ରିକେଟର ନବଜୋତ୍‌ ସିଂ ସିଦ୍ଧୁ ମଧ୍ୟ ହାରିଯାଇଛନ୍ତି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ ହାର ଚିନ୍ତାଜନକ ଭାବେ ହ୍ରାସ ପାଇଛି। ଦଳ ୨୦୧୭ରେ ୩୮.୬% ଭୋଟ ପାଇଥିବାବେଳେ ଏଥର ମିଳିଛି ୨୨.୯୬%। ଏଭଳି ସ୍ଥଳେ ସମସ୍ତ ଆକଳନ, ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ ବୁଥ୍‌ ଫେରନ୍ତାଙ୍କ ମତଠାରୁ ବହୁ ପରିମାଣରେ ଅଧିକ ଭୋଟପାଇଛି ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ। ରାଜ୍ୟରେ ପୂର୍ବରୁ ଶାସନ ଗାଦିରେ ବସିଥିବା ପ୍ରମୁଖ ଦଳଗୁଡ଼ିକର ଦୃଢ଼ୋକ୍ତିକୁ ଭୁଲ୍‌ ପ୍ରମାଣିତ କରି ଏଏପି ଅପ୍ରତ୍ୟାଶିତ ସଫଳତା ହାସଲ କରିଛି। ଉଭୟ ଆସନ ଏବଂ ଭୋଟ ହାର କ୍ଷେତ୍ରରେ ଏଏପି ସିଂହଭାଗ ଖାତାକୁ ସିଂହଭାଗ ଯାଇଛି। ଏଏପି ୨୦୧୭ରେ ୨୦ ଆସନ ଏବଂ ୨୩.୭% ଭୋଟ ପାଇଥିଲା। ଏଥର ୪୨% ଭୋଟ ହାତେଇବା ସହ ୯୨ ଆସନ ଦଖଲ କରିଛି। କେବଳ ସେତିକି ନୁହେଁ, ଏଭଳି ସଫଳତା ଗତ ୪ ବିଧାନସଭା ନିର୍ବାଚନରେ କୌଣସି ଦଳ ହାସଲ କରିପାରି ନାହାନ୍ତି।
ଉତ୍ତରାଖଣ୍ଡରେ ଭାଜପା କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଉଭୟ ଆସନ ଏବଂ ଭୋଟ ହାର ହ୍ରାସ ପାଇଛି। ଭାଜପା ୨୦୧୭ରେ ୫୭ ଆସନରେ ବିଜୟୀ ହୋଇଥିବା ବେଳେ ୪୬.୫% ଭୋଟ ପାଇଥିଲା। ଏଥର ଗୈରିକ ଦଳ ୪୭ ଆସନ(୧୦ କମ୍‌) ଏବଂ ୪୪% ଭୋଟ ପାଇଛି। କିନ୍ତୁ କଂଗ୍ରେସ ୨୦୧୭ ତୁଳନାରେ ଅଧିକ ଆସନ ଏବଂ ଭୋଟ ପାଇବାରେ ସକ୍ଷମ ହୋଇଛି। ୨୦୧୭ରେ କଂଗ୍ରେସ ୧୧ ଆସନ ଏବଂ ୩୩.୫% ଭୋଟ ହାସଲ କରିଥିବାବେଳେ ୨୦୨୨ରେ ୧୯ ଆସନ ଏବଂ ୩୮% ଭୋଟ ପାଇଛି। ମଣିପୁର ବିଧାନସଭା ନିର୍ବାଚନ କଥା ଦେଖିଲେ କଂଗ୍ରେସର ଭୋଟ ହାର ସର୍ବକାଳୀନ ହ୍ରାସ ଘଟିଛି। କଂଗ୍ରେସ ୨୦୧୭ରେ ୩୫.୧% ଭୋଟ ପାଇଥିବାବେଳେ ୨୦୨୨ରେ ତାହା ୧୬.୮%କୁ ଖସି ଆସିଛି। ଏହାସହିତ ୨୩ ଆସନ ହରାଇଛି। କିନ୍ତୁ ଭାଜପା ୨୦୧୭ ନିର୍ବାଚନଠାରୁ ୨୦୨୨ରେ ଅଧିକ ୧୧ ଆସନରେ ବିଜୟୀ ହୋଇଥିବାବେଳେ ଦଳର ଭୋଟ ହାର ୩୬.୩% ରୁ ୩୭.୮%କୁ ବୃଦ୍ଧିପାଇଛି।
ମଣିପୁର ଭଳି ସଫଳତା ଭାଜପା ଗୋଆରେ ପାଇବା ସହ କ୍ଷମତା ନିଜ ହାତରେ ରଖିବାକୁ ସକ୍ଷମ ହୋଇଛି। ଶାସକ ଦଳ ଏଥର ୩୩.୩% ଭୋଟ ଏବଂ ୨୦ ଆସନ ପାଇଛି। ୨୦୧୭ରେ ଭାଜପା ୩୨.୫% ଭୋଟ ଏବଂ ୧୩ ଆସନ ପାଇଥିଲା। ବିରୋଧୀ କଂଗ୍ରେସ ୨୦୧୭ରେ ୨୮.୪% ଭୋଟ ଏବଂ ୧୭ ଆସନ ପାଇଥିଲା। ୨୦୨୨ରେ ତାହା ୨୩.୫% ଭୋଟ ଏବଂ ୧୧ ଆସନକୁ ଖସିଛିି। ଏଏପି ଦିଲ୍ଲୀ, ପଞ୍ଜାବ ସଫଳତା ପରେ ଗୋଆରେ ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ୨୦୧୭ରେ ଏଏପି କୌଣସି ଆସନରେ ଜିତି ନ ଥିଲେ ମଧ୍ୟ ୬.୩% ଭୋଟ ପାଇଥିଲା। ୨୦୨୨ରେ ୨ ଆସନରେ ଜିତିବା ସହ ୬.୭୭% ଭୋଟ ହାତେଇଛି। ଆଗକୁ ଏଏପି ଏହି ଧାରା ବଜାୟ ରଖିଲେ ଜାତୀୟ ରାଜନୀତିରେ ମଜ୍‌ଭୁତ ବିକଳ୍ପ ଭାବେ ଉଭା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri