Posted inଜାତୀୟ

ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଭାଜପା ଫୁଟାଉଛି ଗୁଳି, କେଜରିଓ୍ବାଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭାଜପା କହୁଛି ମଦ ନୀତିରେ ଦୁର୍ନୀତି ହୋଇଛି। କିନ୍ତୁ ସିବିଆଇ କହିଛି କୌଣସି ଦୁର୍ନୀତି ନାହିଁ। ଲୋକମାନେ ଭାଜପାର ମିଥ୍ୟା ଅଭିଯୋଗ ଶୁଣୁ ନାହାଁନ୍ତି। ବର୍ତ୍ତମାନ ଭାଜପା ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ଧରି ଗୁଳି ଫୁଟାଇବାର ଉଦ୍ୟମ କରୁଛନ୍ତି। ରାଜନୀତିରେ ଏହା ସାଧାରଣ କଥା।

ଆମେ ଯେ କୌଣସି ଯାଞ୍ଚ୍‌ ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ। ସିବିଆଇ ଏହାର ସମସ୍ତ ଯାଞ୍ଚ୍‌ ସମାପ୍ତ କରିଛି। ମନୀଷ ସିସୋଡିଆଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଛି। ସିସୋଡିଆ ସିବିଆଇ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଥିଲେ। ତାଙ୍କ ଲକରରୁ କିଛି ମିଳିଲା ନାହିଁ। ତାଙ୍କୁ ଅନୌପଚାରିକ କ୍ଲିନ୍‌ ଚିଟ୍‌ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସିବିଆଇ ତଦନ୍ତରୁ କିଛି ବି ବାହାରି ନାହିଁ। ଏଥିରେ କୌଣସି ରାଜନୀତି ହେବା ଉଚିତ ନୁହେଁ। ଭାଜପା ଦିଲ୍ଲୀରେ ବିଧାୟକଙ୍କୁ ୨୦ କୋଟି ଟଙ୍କାରେ କିଣିବାକୁ ଚାହୁଁଛି। ସେନେଇ ତଦନ୍ତ ହେବା ଜରୁରୀ। ଯଦି ଆମେ ଏଥିରୁ ପଳାୟନ କଲୁ ନାହିଁ ତେବେ ସେମାନେ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ସବୁ ସହର

ଭୁବନେଶ୍ୱର,୧ା୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି…

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର…

ମନମୁଖୀ କରାଯାଉଛି କର୍ମଚାରୀ ଛଟେଇ: ଟିପିଡବ୍ଲ୍ୟୁଓଡିଏଲ ବିରୋଧରେ ବିକ୍ଷୋଭ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ଟିପିଡବ୍ଲ୍ୟୁଓଡିଏଲର ମନମୁଖୀ ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲୋଇସିଂହା ବିଦ୍ୟୁୁତ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନର…

ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼…

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର କାନ୍ଥ, କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବି

କଲ୍ୟାଣସିଂହପୁର,୧ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର…

ନିର୍ବାଚନୀ ଫଳାଫଳ ମଧ୍ୟରେ ମମତାଙ୍କ ପାଇଁ ଆସିଲା ଖୁସିଖବର: ଜାଣିଲେ ଖୁସିରେ ନାବିବେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାଂଶ ଏକଜିଟ ପୋଲ ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାର ପୂର୍ବାନୁମାନ…

ନିର୍ବାଚନ ଫଳାଫଳ ପୂର୍ବରୁ ମମତାଙ୍କୁ ଟ୍ରିପଲ ଝଟକା! TMC ପାଇଁ ଆସୁଛି…

କୋଲକାତା,୧।୫: ୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଦିନ ହେଉ କି ରାତି, ସମଗ୍ର ବଙ୍ଗଳାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri