ପାରାଦୀପ ଭାଜପା: ଯୋଡୁଛି କମ୍‌, ଛିଡୁଛି ବେଶି

ପାରାଦୀପ,୯ା୬(ସ୍ବ.ପ୍ର.): ପାରାଦୀପରେ ୨୦୨୧ ଡିସେମ୍ବର ୨୫ ଘଟଣା ପରଠାରୁ ଭାଜପାରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି। ଏଥିଯୋଗୁ ପାରାଦୀପରେ ଭାଜପା ଯୋଡୁଛି କମ୍‌, ଛିଡୁଛି ବେଶି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଯାହାର କେତେକ ଚିତ୍ର ସଦ୍ୟ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଗସ୍ତ ବେଳେ ଦେଖିବାକୁ ମିଳିଛି। ଗତ ୫ରୁ ୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଠାକୁର ୩ ଦିନିଆ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ ଭାଜପାର ସମାନ୍ତରାଳ ଦୁଇ ଗୋଷ୍ଠୀ ଅଲଗା ଅଲଗା ଭାବେ ମିଶି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସବୁଠାରୁ କୌତୂହଳ ଥିଲା ପାରାଦୀପ ଷଣ୍ଢକୁଦ ବସ୍ତି ୧୭ ନଂ. ୱାର୍ଡ କାଉନସିଲର ହେଲେ ଭାଜପାର ରୁନି ପରିଡା। ୬ ତାରିଖ ସାରେ ସେହି ୱାର୍ଡରେ ମନ୍ତ୍ରୀ ଠାକୁର ଗରିବ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦଳର ପ୍ରମୁଖ କର୍ମୀ ସଭାରେ ଉପସ୍ଥିତ ଥିବାବେଳେ ନିର୍ବାଚିତ କାଉନସିଲର ରୁନିଙ୍କୁ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ଦୁଇଦିନ ହେଲା ଦଳର କର୍ମୀ ଓ ବହିଷ୍କୃତ କର୍ମୀଙ୍କ ମଧ୍ୟରେ ପର୍ଯ୍ୟାଲୋଚନା ଚାଲିଛି। ଏହାରି ମଧ୍ୟରେ ଆସନ୍ତା ୨୧ରେ ଦଳର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ବନ୍ଦର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଏଭଳିସ୍ଥିତିରେ ଦଳର ଅନ୍ତଃକନ୍ଦଳ ଘଟଣାକୁ ନେଇ କର୍ମୀଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି।

ସୂଚନାଯୋଗ୍ୟ, ପାରାଦୀପରେ ଭାଜପା ୨୦୧୪ ନଭେମ୍ବର୧୬ ଯାଏ ଆଶାତୀତ ଭାବେ ଜନାଦୃତ ହୋଇଥିଲା। କାରଣ ପାରାଦୀପ ରଙ୍ଗିଆଗଡ ଗାଁର ଠିକାଦାର ନିର୍ମଳ ସ୍ବାଇଁ ଓ ତାଙ୍କ ପୁଅ ସମ୍ପଦ ସ୍ବାଇଁ ଉକ୍ତ ଦଳରେ ସାମିଲ ହୋଇଥିଲେ। ସେହି ତାରିଖରେ ତତ୍କାଳୀନ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଥିଲେ। ତା’ ପରଠାରୁ ସମ୍ପଦ ଦଳର ସାଙ୍ଗଠନିକ କାମ କରିଥିଲେ। ଯାହାର ଫଳସ୍ବରୂପ ୨୦୧୫ ପୌର ନିର୍ବାଚନରେ ଦଳ ୮୦୦୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଓ ଜଣେ କାଉନସିଲର ଜିତିଥିଲେ। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ସମ୍ପଦ ବିଧାୟକ ପ୍ରାର୍ଥୀ ଭାବେ ୩୬ ହଜାର ଭୋଟ ପାଇ ଉପସ୍ଥିତି ଜାହିର କରିଥିଲେ। ଏହା ପୂର୍ବରୁ ସାଧାରଣ ନିର୍ବାଚନରେ ୨ରୁ ୫ ହଜାର ଭୋଟ ଓ ପୌର ନିର୍ବାଚନରେ ୫୦୦ରୁ କମ ଭୋଟ ମିଳୁଥିଲା। ଏପରି ଉତ୍ଥାନ ମଧ୍ୟରେ ପାରାଦୀପରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ହୋଇଥିଲା। ୨୦୨୧ ଡିସେମ୍ବର ୨୫ରେ ବାଜପେୟୀଙ୍କ ଜୟନ୍ତୀରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରୟାସ ହୋଇଥିଲା। ଏହାକୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଉଦ୍‌ଘାଟନ କରିବେ ବୋଲି ଘୋଷଣା ପରେ ସମ୍ପଦ ଗୋଷ୍ଠୀ ବିରୋଧ କରିଥିଲେ। କାରଣ ସମ୍ପଦ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପାଖଲୋକ। ଏମିତି ବିରୋଧ ଆରୋପ ପ୍ରତ୍ୟାରୋପ, ଗଣ୍ଡଗୋଳ, ଥାନାରେ ଏକାଧିକ ମାମଲା ହେଲା। ଶେଷରେ ଏମ୍‌ପି ଷଡଙ୍ଗୀ ଧାର୍ଯ୍ୟ ସମୟରେ ଆସିଲେ ଏବଂ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହେଲା। ତା’ ପରେ ଧର୍ମେନ୍ଦ୍ର ସମର୍ଥକ ଗୋଷ୍ଠୀ ଓ ଅପରାଜିତା ସମର୍ଥକ ଗୋଷ୍ଠୀ ଭାବେ ଅଲଗା କାର୍ଯ୍ୟକ୍ରମ ଚାଲିଲା। ଏପ୍ରିଲରେ ପୌର ନିର୍ବାଚନ ପୂର୍ବରୁ ଦଳ ଆଗଧାଡିର କର୍ମୀ କୈଳାସ ସାହୁ, ଅଜିତ ଦାସ, ଶୈଳେନ୍ଦ୍ରୀ ସେନାପତି ଓ ଅରୁଣ ସ୍ବାଇଁଙ୍କୁ ବହିଷ୍କାର କରାଗଲା। ଏହାର ପ୍ରଭାବ ପୌର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା। ଅର୍ଥାତ୍‌ ଭାଜପା ୨୦୨୨ ନିର୍ବାଚନରେ ମାତ୍ର ୪୪୦୩ ଭୋଟ ପାଇଥିଲା। କିନ୍ତୁ ୩ ଜଣ କାଉନସିଲର ଜିତିଥିଲେ। ଯେଉଁ ୩ଟି ୱାର୍ଡରେ ଭାଜପା ଜିତିଛି ସେଠାରେ ବିଜେଡିର ଦୁଇଗୋଷ୍ଠୀ ପ୍ରାର୍ଥୀ ହୋଇଥିଲେ। ଯେଉଁ ଦଳ ୨୦୧୫ ପୌର ନିର୍ବାଚନରେ ୮ ହଜାରରୁ ଅଧିକ ଭୋଟ ପାଇଥିଲା ୨୦୨୨ ବେଳକୁ ଅଧା ଭୋଟ ମିଳିଥିଲା।

କେନ୍ଦ୍ରମନ୍ତ୍ରୀ ଠାକୁର ୬ ତାରିଖରେ ଯେତେ କାର୍ଯ୍ୟକ୍ରମ କରିଥିଲେ, ସେଥି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ସମ୍ପଦ ସମର୍ଥକଙ୍କ ସମ୍ପୃକ୍ତି ଥିବା ଦେଖିବାକୁ ମିଳିଥିଲା। ଅବଶିଷ୍ଟ କାର୍ଯ୍ୟକ୍ରମ ଅପରାଜିତା ସମର୍ଥକଙ୍କ ଥିଲା। ଏପରି କି ଦଳରୁ ବହିଷ୍କୃତ କର୍ମୀ ଅଜିତ, ଶୈଳେନ୍ଦ୍ରୀଙ୍କ ସହ ଏକାଧିକ ବାର ମିଶିଥିଲେ। ସେହିପରି ଜଗତ୍‌ସିଂହପୁର ଓ ବିରିଡି କାର୍ଯ୍ୟକ୍ରମରେ ସମ୍ପଦଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏପରି ଘଟଣା ସମ୍ପର୍କରେ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ବହିଷ୍କୃତ କର୍ମୀ ଏକ ଦାବିପତ୍ର ଦେବାକୁ ଯାଇଥିଲେ। କାଉନସିଲର ଅନୁପସ୍ଥିତ ପ୍ରସଙ୍ଗରେ କୁହନ୍ତି, ରୁନି ଘଟଣା ଦିନ ଗଁାକୁ ଯାଇଥିଲେ ବୋଲି ସେ କହିଛନ୍ତି। ଶୈଳେନ୍ଦ୍ରୀ ସେନାପତି କୁହନ୍ତି, ଆମକୁ ବିନା କାରଣରେ ବହିଷ୍କାର କରାଯାଇଛି। ଯେଉଁମାନେ ଦଳର ନୀତି ନିୟମ ଜାଣିନାହାନ୍ତି ସେମାନେ ଅର୍ଥ ବଳରେ ଏପରି ଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ଦଳର ବରିଷ୍ଠ ନେତାମାନେ ଆମକୁ ଏବେ ବି ଖୋଜୁଛନ୍ତି। ଅଜିତ ଦାସ କୁହନ୍ତି, ୩୦ ବର୍ଷ ହେଲା ଦଳ ସହିତ ରହିଛି। ନୀତି ଆଦର୍ଶ ମାନିଛି। ଏବେ କେତେଜଣ କ୍ଷମତା ହାସଲ ପାଇଁ ଭୁଲ ରାସ୍ତାରେ ଯାଉଛନ୍ତି। ଯାହାର ପରିଣାମ ନିର୍ବାଚନରେ ପ୍ରତିଫଳିତ ହୋଇଛି। ୨୦୧୫ ନିର୍ବାଚନରେ ଜିଣିଥିବା କାଉନସିଲର ମାତ୍ର ବର୍ଷକ ମଧ୍ୟରେ ଦଳ ଛାଡି ବିଜେଡିରେ ମିଶିଥିଲେ। ଏବେ ନିର୍ବାଚନର ମାସକ ମଧ୍ୟରେ ଜିଣିଥିବା ଲୋକ ଦଳଠାରୁ ଦୂରଇ ଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri