Posted inଜାତୀୟ

ରାଜନୀତିକୁ ଆସନ୍ତୁ ଧୋନୀ: ଭାଜପା ନେତା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି। ଏହାପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଧୋନୀ ୨୦୨୪ ଲୋକ ସଭା ନିର୍ବାଚନ ଲଢନ୍ତୁ। ଆଜି ପର୍ଯ୍ୟନ୍ତ ଧୋନୀ କୌଣସି ରାଜନୈତିକ ଦଳକୁ ସମର୍ଥନ କରି ନ ଥିବା ବେଳେ ସୁବ୍ରମଣ୍ୟମଙ୍କ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ସ୍ବାମୀ ରବିବାର ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି ସତ। କିନ୍ତୁ ଜଣେ କ୍ୟାପଟେନ ଭାବେ ତାଙ୍କର ଯେଉଁ ଅଭିଜ୍ଞତା ରହିଛି ସେ ୨୦୨୪ ନିର୍ବାଚନ ଲଢିବା ଉଚିତ। ସୂଚନାଯୋଗ୍ୟ, ଶନିବାର ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା କଥା ଘୋଷଣା କରିବା ପରେ କ୍ରିକେଟରେ ଏକ ଯୁଗର ଅନ୍ତ ହେଲା ବୋଲି କୁହାଯାଉଛି। ଭାରତୀୟ କ୍ରିକେଟ ଇତିହାସରେ କିଛି ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ଥିବା ଏହି ଅଧିନାୟକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିବେ ଯୁଗ ଯୁଗ ପର୍ଯ୍ୟନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମସଜିଦ୍‌ରେ କୱାଲି ଶୁଣୁଛନ୍ତି ହନୁମାନ ଚାଳିଶା ପାଠ କରୁଥିବା ଲୋକେ: ଉଦ୍ଧବ…

ମୁମ୍ବାଇ,୧୭।୪ : ଉଦ୍ଧବ ଠାକରେ ପୁଣି ଥରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଥର ମୋର ଅଭିଯୋଗ ହେଉଛି ଯେ...

ଚର୍ଚ୍ଚାରେ ଫଳ ଦୋକାନୀ: କଦଳୀ ଝୁଲାଇ ବୋର୍ଡରେ ଲେଖିଲେ ଏମିତି

ଚେନ୍ନାଇ,୨୩।୫: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି। କରୋନା ଯୋଗୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌...

୨୫ ବର୍ଷ ପରେ ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ବାହାରିଲା ହ୍ବିସିଲ

କନ୍ନୁର, ୧୭।୨ : କେରଳର ସରକାରୀ ମେଡିକାଲର ଡାକ୍ତରମାନେ ଜଣେ ୪୦ ବର୍ଷୀୟା ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ଅସ୍ତ୍ରୋପଚାର ଜରିଆରେ ହ୍ବିସିଲ ବାହାର କରି ଦେଇଛନ୍ତି।...

ଶାହାଙ୍କ କାର୍ଯ୍ୟକ୍ରମରେ ଅଂଶୁଘାତ: ୮ ମୃତ

ନଭି ମୁମ୍ବାଇ, ୧୭ା୪ : ନଭି ମୁମ୍ବାଇରେ ରବିବାର ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ବେଳେ ଅଂଶୁଘାତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ୫୦...

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର...

ଉତ୍ତର ଭାରତରେ ଭୂକମ୍ପ

ନୂଆଦିଲ୍ଲୀ, ୨୨ା୩(ପି.ଟି.): ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ରାତି ୧୦ଟା ୨୦ରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ...

୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩...

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଡାଉସା-ଲାଲସୋଟକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଡାଉସାଠାରୁ ଏକ୍ସପ୍ରେସ ୱେର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା...

Advertisement
Archives

Model This Week