ପଞ୍ଚାୟତ ଆଗରେ ଭାଜପାର ଆନ୍ଦୋଳନ

ମୋରଡ଼ା,୧୧।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସୋମବାର ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବାକୁ ଭାଜପା ପକ୍ଷରୁ ଦାବି କରାଯାଇଥିଲା।

ଏପରି କି ଭାଜପା କର୍ମକର୍ତ୍ତା ମୋ ଓଡ଼ିଶା ନବୀନ ଯୋଜନାରେ ପଚାଶ ଲକ୍ଷ ଟଙ୍କା ପ୍ରକଳ୍ପର ଚିଠା ଦଳୀୟ ଆଧାରରେ କରା ନ ଯାଇ ପଲ୍ଲୀସଭା ଜରିଆରେ କରିବାକୁ ଦାବି କରିଥିଲେ। ମନୋରେଗା ଯୋଜନାରେ ହେଉଥିବା ଦୁର୍ନୀତିଙ୍କୁ ବନ୍ଦ କରିବା, ସରକାରୀ ମୂଲ୍ୟରେ ହିତାଧିକାରୀଙ୍କୁ ବାଲି ଯୋଗାଣ ଓ ଗୃହ ନିର୍ମାଣ ଅବଧିକୁ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍‌ କାଟ୍‌ ବନ୍ଦ କରିବା, ମାସିକ ଭତ୍ତା ତିନି ହଜାର ଟଙ୍କାକୁ ବୃଦ୍ଧି, ମିଶନଶକ୍ତି ଅଧୀନରେ କାର୍ଯ୍ୟରତ ଇସି ମେମ୍ବର, ସିଆର୍‌ପି, ଏମ୍‌ବିକେମାନଙ୍କ ଦରମା ବୃଦ୍ଧି, ପ୍ରତି ରାଜସ୍ବ ଗ୍ରାମରରେ ଏସ୍‌ଏଚ୍‌ଜି ମହିଳାଙ୍କ ବୈଠକ ଗୃହ ନିର୍ମାଣ, ଡାକ୍ତରଖାନାଗୁଡିକରେ ଡାକ୍ତର ପଦବୀ ପୂରଣ, ବ୍ଲକର ପ୍ରତି ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ ଏବଂ ପିସି କାରବାର ବନ୍ଦ ଦାବି କରିଥିଲେ। ଆନ୍ଦୋଳନରେ ଭାଜପା ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ନେତ୍ରାନନ୍ଦ ଦାସ, ପ୍ରକାଶ ଜେନା, ତପନ ସିଂ, ରଣଜିତ ରାଉତ, ଛତିଶ ମହାନ୍ତ, ତାରାକାନ୍ତ ଟୁଡୁ, ବିମଳ ସୋରେନ, ରାଜାରାମ ମହାନ୍ତଙ୍କ ସହ ଭାଜପା କର୍ମୀ ଉପସ୍ଥିତ ରହି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

62,81,17,91,250… ଏହା କୌଣସି ଫୋନ ନମ୍ବର ନୁହେଁ – ଏହା FIFA ବିଶ୍ୱକପ ପାଇଁ ପୁରସ୍କାର ରାଶି! କ୍ରିକେଟ ଜଗତ ବି ପଛରେ ରହିଯିବ

ନୂଆଦିଲ୍ଲୀ,୪।୬: ପ୍ରଥମ ନଜରରେ, ଏହି ଶିରୋନାମାଟିର ଆରମ୍ଭରେ ଆପଣଙ୍କୁ ଏହା ଏକ ମୋବାଇଲ ଫୋନ ନମ୍ବର ବୋଲି ଲାଗିପାରେ; ତଥାପି, ଏହା 2026 FIFA ବିଶ୍ୱକପ ପାଇଁ…

ମମତାଙ୍କୁ ବଡ଼ ଅଫର ଦେଲେ ହୁମାୟୁନ୍‌ କବୀର, ଜାଣନ୍ତୁ କ’ଣ ଏହି ଅଫର? ସଭିଏଁ ପଡିଲେଣି ଚିନ୍ତାରେ!

କୋଲକାତା,୪।୬: ଗୁରୁବାର ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଘଟଣା ଘଟିଲା ଯେତେବେଳେ AJUP (ଆମ ଜନତା ଉନ୍ନୟନ ପାର୍ଟି)ର ପ୍ରତିଷ୍ଠାତା ହୁମାୟୁନ କବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା…

ଜୟଦେବ ଭବନରେ ସମ୍ମାନିତ ହେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ସାର୍

ଦେବଗଡ଼, ୪।୬(ଶଶାଙ୍କ ଶେଖର ଝାଙ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓମେନ୍ସ ସ୍ୱେଚ୍ଛାସେବୀ ସଂଗଠନ ଓ କଳିଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ପକ୍ଷରୁ ୨୦ତମ ବାର୍ଷିକ…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ; ବୈତରଣୀରେ ବୁଡ଼ି ଦଶମ ପାସ୍ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ…

ହାଟଡିହୀ/ଛେନାପଦୀ, ୪।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ି…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା: ୧୧ଟି ବୁଲେଟ୍ ଜବତ, ଲକ୍ଷାଧିକ ଟଙ୍କା ଫାଇନ୍ କାଟିଲା…

ଭବାନୀପାଟଣା,୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ସ୍ଥାନୀୟ ପୋଲିସ ପକ୍ଷରୁ ମୋଟର ଯାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୧ ଜଣ…

ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍‌ପଡ଼ିଲେ କୋହଲି

ନୂଆଦିଲ୍ଲୀ, ୪ା୬: ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ରୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri