ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଖୋର୍ଦ୍ଧା ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଡିଜି ବିକେ ଶର୍ମା। କ୍ରାଇମବ୍ରାଞ୍ଚ ଡିଏସ୍‌ପି ପ୍ରମୋଦ ରଥଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆଇଜି ଅରୁଣ ବୋଥ୍ରା ଏହାର ତତ୍ତ୍ୱାବଧାନ କରିବେ ବୋଲି ସୂଚନା ମିଳିଛି। ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା ଭାଜପା କାର୍ଯ୍ୟାଳୟ ପାଖରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଦୁବୃର୍ତ୍ତ ସ୍କୁଟିରେ ଆସି ତାଙ୍କୁ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ନେଇ ଭାଜପା ଅଭିଯୋଗ କରିଥିଲା। କିନ୍ତୁ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

ଆଉ ୫ ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌...

ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ବଦଳିଲେନି ଅଧ୍ୟକ୍ଷ

ଭୁବନେଶ୍ୱର,୨୨ା୬ (ବନ୍ଦନା ସେଠୀ)ଶାନ୍ତି ଶୃଙ୍ଖଳାରେ ସରିଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ। ବୁଧବାର ବିଏମ୍‌ସି ମୁଖ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ...

ଚମକାଇଦେଲେ କୁନି ମଡେଲ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ): ଦେଖିବାକୁ ଛୋଟ। ହେଲେ ର଼୍ୟାମ୍ପ୍‌ରେ ସେମାନଙ୍କ ଚାଲି ପ୍ରଫେଶନାଲ ମଡେଲମାନଙ୍କୁ ବି ପଛରେ ପକାଇ ଦେଇଥିଲା। ଦୃଢ଼ ମନୋବଳ ସହ ଆଗଧାଡ଼ିର ମଡେଲ୍‌ଙ୍କ ଭଳି...

ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ୭ ମୃତକଙ୍କ ପାଇଁ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାର ଶାସନ ଥାନା ଅନ୍ତର୍ଗତ ପରମାଣପୁରକୁ ଝାରସୁଗୁଡ଼ାରର ବଡ଼ଧରା ଗାଁରୁ ଏକ ବରାଯାତ୍ରୀ ଦଳ ଆସିଥିଲେ। ବରଯାତ୍ରୀ ନାଚ, ଗୀତ ସାରି ଭୋଜି...

ପୁଣି ଥରେଇବ ଶୀତ

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ଭାଗରେ ଶୀତ...

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲା ପାଇଁ ମନରେଗାରେ...

୯ ଜିଲାରେ ପ୍ରବଳ ବର୍ଷା, ୩ ଦିନ ଯାଏ ଜାରି ରହିବ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ଆସନ୍ତା ୩ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ...

Advertisement
Archives

Model This Week