Posted inଖେଳ

ଭାଜପା ଟିକେଟରୁ ନିର୍ବାଚନ ଲଢ଼ିବେ ଶାମି!

ନୂଆଦିଲ୍ଲୀ,୮।୩: ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ। ରଣଜୀ ଟ୍ରଫିରେ ଶାମି ପଶ୍ଚିମବଙ୍ଗରୁ ଖେଳୁଥିଲେ। ଏପରିକି ରାଜ୍ୟ ପାଇଁ ଘରୋଇ କ୍ରିକେଟ ଖେଳୁଥିବାରୁ ଏଠାରୁ ହିଁ ତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଚିନ୍ତା କରାଯାଉଛି। ଏନେଇ ଦଳ ପକ୍ଷରୁ ଶାମିଙ୍କୁ ପ୍ରସ୍ତାବ ଦିଆଯାଇଛି। ହେଲେ ସେ ଏଯାଏ କୌଣସି ନିଷ୍ପତ୍ତି ନେଇ ନ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଗତବର୍ଷ ଦିନିକିଆ ବିଶ୍ୱକପ ଶେଷ ହେବା ପରଠୁ ମହମ୍ମଦ ଶାମି ଆଉ ମଇଦାନକୁ ଓହ୍ଲାଇ ନାହାନ୍ତି। ସେ ଏବେ ଆହତ ସମସ୍ୟାକୁ ନେଇ ଅସ୍ତ୍ରୋପଚାର କରାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଆଶୁ ଆରୋଗ୍ୟ କାମନା କରିଥିଲେ।

ତେବେ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଥିଲେ। ନିରୁତ୍ସାହିତ ନହେବା ପାଇଁ କହିଥିଲେ। ଉକ୍ତ ସମୟରେ ସେ ଶାମିଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ଡ୍ରେସିଂ ରମ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଶାମି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାମିଙ୍କ ଜନ୍ମଭୂମି ଅମରୋହାରେ ତାଙ୍କ ନାମରେ ଏକ କ୍ରିକେଟ ଷ୍ଟାଡିୟମ ନିର୍ମାଣଣ କରିବାକୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦,୦୦୦ ସୁରକ୍ଷା କର୍ମୀ, ୨୫୦ କ୍ୟାମେରା, ରାସ୍ତାରେ ବ୍ୟାରିକେଡ,ଦିଲ୍ଲୀରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧।୧୧: ବିରୋଧୀ ମେଣ୍ଟ ‘INDIA’ (ଇଣ୍ଡିଆ) ବ୍ଲକ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ରାଲି ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

ଆର୍ଥିକ, ସାମୁଦ୍ରିକ ରଣନୀତିକୁ ସୁଦୃଢ଼ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୧।୧୧: ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଶନିବାର ଆଟଲାଣ୍ଟାଠାରେ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳ ପାଇଁ ପାରସ୍ପରିକ ପ୍ରାଥମିକତାଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ଦିଗରେ…

ରିପବ୍ଲିକାନ୍‌-ସମର୍ଥିତ ଗୋଷ୍ଠୀଗୁଡ଼ିକୁ ଏଲନ୍‌ ମସ୍କଙ୍କ ୪୪୫.୭୭ ମିଲିୟନ ଡଲାର ସହାୟତା

ଓ୍ବାଶିଂଟନ, ୧।୧୧: ୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍‌ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ…

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?