Posted inଜାତୀୟ

ଭାଜପା ଘୋଷଣା ପତ୍ର, ପ୍ରତି ପରିବାରରେ ଜଣଙ୍କୁ ଚାକିରି-ଛାତ୍ରୀଙ୍କୁ ସ୍କୁଟି-ଛାତ୍ରଙ୍କୁ ଲାପଟପ୍‌…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପକ୍ଷରୁ ମଙ୍ଗଳବାର ନିଜର ଘୋଷଣା ପତ୍ର ପ୍ରକାଶ କରାଯାଇଛି। ଏହାର ନାମ ‘ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର’ ରଖାଯାଇଛି। ଏଥିପାଇଁ ଭାଜପା ପକ୍ଷରୁ ‘ପରାମର୍ଶ ଆପକା, ସଙ୍କଳ୍ପ ହମାରା’ ନାମରେ ଏକ ଅଭିଯାନ ଚଳାଇ ଲୋକଙ୍କଠାରୁ ପରାମର୍ଶ ଲୋଡିଥିଲା। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ବୁଧବାର ନିଜ ନିଜର ଘୋଷଣା ପତ୍ର ପ୍ରକାଶ କରିପାରନ୍ତି।

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂଙ୍କ ଉପସ୍ଥିିତିରେ ଏହି ଘୋଷଣା ପତ୍ର ଜାରି କରିଛନ୍ତି।

ଘୋଷଣା ପତ୍ରରେ ପ୍ରତ୍ୟେକ ଘରର ଜଣେ ବ୍ୟକ୍ତିଙ୍କୁ ଚାକିରି, ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ଶସ୍ତା ରାଶନ, ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ଛାତ୍ରୀମାନଙ୍କ ପାଇଁ ସ୍କୁଟି, ଛାତ୍ରମାନଙ୍କ ପାଇଁ ଲାପଟପ୍‌, ଟାବଲେଟ ଏବଂ ସ୍ମାର୍ଟ ଫୋନ ସ୍କିମ, କୃଷକମାନଙ୍କ ପାଇଁ ଫସଲ ବୀମା ଯୋଜନା, କୃଷକମାନଙ୍କୁ ଜଳସେଚନ ପାଇଁ ମାଗଣା ସୋଲାର ପମ୍ପ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।

ଲକ୍ଷ୍ନୌର ଗୋମତି ନଗରଠାରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଏକ କାର୍ଯ୍ୟକ୍ରମରେ ଘୋଷଣା ପତ୍ର ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?