ପ୍ରେମ ପାଇଁ ଭାଜପା ନେତାଙ୍କ ପୁଅକୁ ଆକ୍ରମଣ: ମିଛ କହି ଘରୁ ଘୋଷାଡି ଘୋଷାଡି ନେଇ…

ପୁରୁଷୋତ୍ତମପୁର,୨୫।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ସହର ପୁରୁଣାପୋଷ୍ଟଅଫିସ ସାହିରେ ରବିବାର ରାତିରେ ବରିଷ୍ଠ ଭାଜପାନେତା ପୃଥିବୀରାଜ ମହାପାତ୍ରଙ୍କ ପୁଅ ଶୁଭଅର୍ପିତ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛିି। ଏହା ସହ ଅପହରଣ କରିନେବାକୁ ଉଦ୍ୟମ ଅଭିଯୋଗରେ ପୋଲିସ ସୋମବାର ତିନିଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେହେଲେ ଦିଗପହଣ୍ଡିଥାନା ଅନ୍ତର୍ଗତ ଅନନ୍ତାଇ ଗ୍ରାମର କିରଣକୁମାର ସାହୁ( ୨୫),ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣୀର ନିଲୁକୁମାର ସାମସଲ( ୨୨) ଓ ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ନାରାୟଣ ଗୌଡ( ୨୪) ଙ୍କୁ ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ଏମାନଙ୍କ ଠାରୁ ଖଣ୍ଡା,ଲୁହାରଡ,ଓ ଏକୱାଗନର କାର ନଂ ଓଡି ୦୨ ସିପି ୯୮୧୭, ପଲସର ବାଇକ ନଂଓଡି୦୭ଏଆର ୪୬୬୬ ହୋଇଛି। କେସନଂ ୬୬୯/୨୫ ରେ ତଦନ୍ତକାରି ପୋଲିସ ଶୁଶାନ୍ତକୁମାର ମିଶ୍ର କହିଛନ୍ତି, ପ୍ରେମଜନିତ କାରଣରୁ ଏଭଳି କାଣ୍ଡ ଘଟିଛି । ଶୁଭଅର୍ପିତ ବ୍ରହ୍ମପୁରରେ ପାଠପଢିବା ବେଳେ ଜଣେ ବାନ୍ଧବୀ ରହିଥିଲେ। ସେ ତାଙ୍କ ସହ କଥା ହେଉଥିଲେ। ଉକ୍ତ ଯୁବତୀ ନାରାୟଣ ଗୌଡଙ୍କ ସମ୍ପର୍କିୟ ହୋଇଥିବାରୁ ଏହାକୁ ସେ ବିରୋଧକରି ଝିଅକୁ ଫୋନକରି କଥା ନ ହେବାକୁ ଶୁଭଅର୍ପିତଙ୍କୁ ବାରଣ କରିଥିବା ବେଳେ ଏହାକୁନେଇ ଉଭୟପକ୍ଷଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଫଳରେ ନାରାୟଣ ଉତ୍ୟକ୍ତ ହୋଇ ଶୁଭଅର୍ପିତଙ୍କୁ ନେଇ ହତ୍ୟାକରିବା ଉଦ୍ଦେଶ୍ୟରେ ୫/୬ ଜଣ ଭଡାଟିଆ ଗୁଣ୍ଡାଙ୍କୁ ନେଇ ରାତିରେ ଘର ପାଖକୁ ଆସି ଛକିରହି ଫୋନକରି ଶୁଭଅର୍ପିତଙ୍କୁ ବାହାରକୁ ଡାକିଥିଲେ। ସେ ବାହାରକୁ ଆସିବାକ୍ଷଣି ତାଙ୍କୁ ଅତର୍କିତ ଭାବରେ ମାରଣାଅସ୍ତ୍ରରେ ଆକ୍ରମଣକରି ଘୋଷାଡି ଘୋଷାଡି ନେଉଥିବା ବେଳେ ସେ ଚିତ୍କାର କରିଥିଲେ। ଏହିସମୟରେ ସାହିଲୋକେ ଦୌଡିଆସି ଶୁଭଅର୍ପିତଙ୍କୁ ଉଦ୍ଧାରକରିବା ସହ ଦୁଇଜଣଙ୍କୁ କାବୁ କରି ପୋଲିସରେ ଦେଇଥିଲେ। ପୋଲିସ ଏହାର ତଦନ୍ତ କରି ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଥିଲେ । ଫେରାର ହୋଇଯାଇଥିବା ଅଭିଯୁକ୍ତ ାନଙ୍କୁ ଗିରଫ କରିବାଲାଗି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବାର ତଦନ୍ତକାରୀ ଅଫିସର ମିଶ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri