ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ ପ୍ରଚାରରେ ଭାଜପା ଆଗରେ ରହିଛି। ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଘରକୁ ଘର ବୁଲି ପ୍ରଚାରକୁ ତ୍ୱରାନ୍ବିତ କରିଛନ୍ତି। କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ଚୟନରେ ବିଳମ୍ବ କରି ଚାଲିଥିବାରୁ ଭାଜପା ପ୍ରାର୍ଥୀ ଫାଇଦା ନେବାରେ ଲାଗିଛନ୍ତି। ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇ ୧୮ ହଜାର ୬୦୮ ଭୋଟ ପାଇ ୨ୟ ସ୍ଥାନରେ ଥିଲେ। ଦୁଷ୍ମନ୍ତଙ୍କ ସହ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲଢ଼େଇ ହୋଇଥିଲା। ଭାଜପା ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣା ନୋଟାଠାରୁ କମ୍‌ ଭୋଟ ପାଇଥିଲେ। ନୋଟାକୁ ୧୦୨୦ ଭୋଟ ଯାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ୮୮୫ ଭୋଟ ପାଇଥିଲେ। ଧୀରେ ଧୀରେ ଖଣ୍ଡପଡ଼ାରେ କଂଗ୍ରେସର ଭୋଟ ହ୍ରାସ ପାଇ ଚାଲିଛି। ଭଲ ପ୍ରାର୍ଥୀ ହେଉ ନ ଥିବାରୁ ଦଳର ସ୍ଥିତି ଖରାପ ସ୍ଥିତିରେ ପହଞ୍ଚତ୍ଲାଣି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଦୁଷ୍ମନ୍ତ ଭାଜପାରୁ ପ୍ରାର୍ଥୀ ହେବା ପରେ ତାଙ୍କୁ ଟକ୍କର ଦେବା ପରି ପ୍ରାର୍ଥୀ ଖୋଜୁଛି ବିଜେଡି। ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି। ହେଲେ ଦଳ ଟିକେଟ କାହାରିକୁ ଦେଇ ନ ଥିବାବେଳେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ କରି ଦଳର ସ୍ଥିତିକୁ ଅନୁଭବ ବଞ୍ଚାଇ ରଖିଛନ୍ତି। କଂଗ୍ରେସ କେବଳ ରଣପୁର ଓ ନୟାଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଖଣ୍ଡପଡ଼ା, ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇ ନାହିଁ। ସେହିପରି ବିଜେଡି ପକ୍ଷରୁ ରଣପୁର, ନୟାଗଡ଼ ଓ ଦଶପଲ୍ଲାରେ ପ୍ରାର୍ଥୀ ଘୋଷଣା ହୋଇ ସାରିଥିବାବେଳେ କେବଳ ଖଣ୍ଡପଡ଼ାରେ ପ୍ରାର୍ଥୀଙ୍କ ନଁା ଘୋଷଣା ହୋଇନାହିଁ।

ଖଣ୍ଡପଡ଼ା ଟିକେଟ ପାଇଁ ବିଜେଡିର ଅନେକ ଆଶାୟୀ ଥିବାବେଳେ ଟିକେଟ ନ ପାଇବାରୁ ମଇଦାନକୁ ଓହ୍ଲାଇପାରୁ ନାହାନ୍ତି। ଖଣ୍ଡପଡ଼ା ପାଇଁ ବିଜେଡି ନୂଆ ମୁହଁ ଖୋଜୁଥିବାବେଳେ ପ୍ରାର୍ଥୀ ଦେବାରେ ବିଳମ୍ବ ହେଉଥିବା ସୂଚନା ମିଳିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳାଉଛି। ୨୦୦୦ରେ ବିଜେଡିର ବିଜୟଲକ୍ଷ୍ମୀ ପଟ୍ଟନାୟକ ବିଜୟୀ ହୋଇଥିଲେ ମଧ୍ୟ ଦଳ ୨୦୦୪ରେ ତାଙ୍କୁ ଟିକେଟ ଦେଇ ନ ଥିଲା। ୨୦୦୪ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ବନବିହାରୀ ଦାଶ ପରାସ୍ତ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ବାଜି ମାରି ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଜୟଲକ୍ଷ୍ମୀ ବିଜେଡିକୁ ସମର୍ଥନ କରିଥିଲେ। ୨୦୦୯ରେ ସିଦ୍ଧାର୍ଥ ଶେଖର ସିଂ, ୨୦୧୪ରେ ଅନୁଭବ ପଟ୍ଟନାୟକ ଓ ୨୦୧୯ରେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ହୋଇ ନିର୍ବାଚନରେ ବିଜୟୀ ହୋଇଥିଲେ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ପରେ ଏଠାରେ ପ୍ରାର୍ଥୀ ଚୟନକୁ ନେଇ ନାନା କଥା ଶୁଣିବାକୁ ମିଳୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri