Posted inଜାତୀୟ

ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା…

ନୂଆଦିଲ୍ଲୀ, ୨୧।୬ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାରତୀୟ ଜନତା ପାର୍ଟି ମିଥ୍ୟା ଅଭିଯୋଗ କରିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସାକସେନା ନିକଟରେ କରୋନା ମହାମାରୀ ସମୟରେ ଦିଲ୍ଲୀରେ ସାତୋଟି ଅସ୍ଥାୟୀ ଡାକ୍ତରଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ ନେଇ ଯାଞ୍ଚ ପାଇଁ ମଞ୍ଜୁରୀ ଦେବାର କିଛି ଦିନ ପରେ ସିସୋଦିଆ ଏଭଳି ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟ ସରକାର ଏବଂ କୌଣସି ଅନୁସନ୍ଧାନକୁ ଆମେ ଭୟ କରୁନାହୁଁ। ବିଭିନ୍ନ କ୍ଷେତ୍ରରେ ଦିଲ୍ଲୀ ସରକାର କରୁଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାଜପା ଏଭଳି ମିଥ୍ୟା ଅଭିଯୋଗ କରୁଛି। ଏକ ଗଣମାଧ୍ୟମ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ଏକ ପୁରୁଣା ଅଭିଯୋଗ ଏବଂ ଏହାକୁ ପୂର୍ବତନ ଉପରାଜ୍ୟପାଳ ଅନିଲ ବୈଜଲ ଖାରଜ କରିଦେଇଥିଲେ। ତେବେ ଏହି ଘଟଣାର ତଦନ୍ତକୁ ନୂତନ ରାଜ୍ୟପାଳ ଅନୁମୋଦନ କରିଛନ୍ତି। ସିସୋଦିଆ ସାକସେନାଙ୍କୁ ଭାଜପାର ଅଭିଯୋଗକୁ ଅଣଦେଖା କରିବାକୁ ଅନୁରୋଧ କରିଛନ୍ତି। ସିସୋଦିଆ କହିଛନ୍ତି ଯେ ଦୟାକରି ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରନ୍ତୁ, କିନ୍ତୁ ସରକାରଙ୍କ କାର୍ଯ୍ୟରେ ବାଧା ଦିଅନ୍ତୁ ନାହିଁ।

ଭାଜପା ନେତା ତଥା ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଛନ୍ତି ଯେ ସାତୋଟି ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ୧,୨୧୬ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ କରିଛନ୍ତି। ଯାହା ପରେ ୧,୨୫୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

‘ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ’ ବୟାନକୁ ନେଇ ଚର୍ଚ୍ଚାରେ ଥିବା ଅର୍ଥମନ୍ତ୍ରୀ ସୀତାରମଣଙ୍କ ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ...

କୋର୍ଟରେ ଆଜି ବଡ଼ ଖୁଲାସା କରିବେ କେଜ୍‌ରିଓ୍ବାଲ!

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିକଟରେ ମଦ ଦୁର୍ନୀତି ମାମଲାରେ କିଛି ପ୍ରମାଣ ରହିଛି। ଏହା ସମ୍ପୂର୍ଣ୍ଣ ପ୍ରସଙ୍ଗ ଉପରୁ ପରଦା ଉଠାଇପାରେ ବୋଲି...

ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର...

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଏମ୍‌ପିଙ୍କ ପରଲୋକ

ଚେନ୍ନାଇ,୨୮।୩: ତାମିଲନାଡୁର ଏରୋଡରୁ ବର୍ତ୍ତମାନର MDMK ଏମ୍‌ପି ଏ. ଗଣେଶମୂର୍ତ୍ତି (୭୬) ଗୁରୁବାର ସକାଳେ ଆଖିବୁଜିଛନ୍ତି। ଲୋକ ସଭା ନିର୍ବାଚନରେ ଟିକେଟ ନ ପାଇ ସେ...

ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର: ମନରେଗା ଶ୍ରମିକଙ୍କ ମଜୁରୀ ବଢିଲା

ନୂଆଦିଲ୍ଲୀ,୨୮।୩: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ’ (ମନରେଗା) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଏକ ବଡ ଉପହାର ଦେଇଛନ୍ତି।...

ବ୍ୟାଙ୍କ ଆପେ କାଟିନେଉଛନ୍ତି ଟଙ୍କା

ଡେରାଡୁନ୍‌,୨୮ା୩: ବିହାର ଶରଣ ଜିଲାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ କୁନ୍ଦନ କୁମାର ବର୍ଷେରୁ ଅଧିକ ସମୟ ଧରି ଏକ ବୀମା ପଲିସି ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri