Posted inଜାତୀୟ

ସ୍ବପନ ଦାସଗୁପ୍ତାଙ୍କୁ ନେଇ ହରଡ଼ଘଣାରେ ଭାଜପା

କୋଲକାତା,୧୬।୩: ପଶ୍ଚିମବଙ୍ଗରେ ରାଜ୍ୟ ସଭା ଏମ୍‌ପି ସ୍ବପନ ଦାସଗୁପ୍ତାଙ୍କ ପ୍ରାର୍ଥୀତ୍ୱ ନେଇ ଭାଜପା ହରଡ଼ଘଣାରେ ପଡିଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଉଛି। ତୃଣମୂଳ ଏମ୍‌ପି ମହୁଆ ମୋଇତ୍ର ସ୍ବପନଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଦାବି କରିଛନ୍ତି। ମହୁଆ କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୦ର ଧାରା ୧୦୨-୨ ଏବଂ ୧୯୧-୨ର ଅଯୋଗ୍ୟତା ନିୟମ ୩ ଅନୁସାରେ ମନୋନୀତ ରାଜ୍ୟ ସଭା ସଦସ୍ୟ ଶପଥ ଗ୍ରହଣ କରିବାର ୬ ମାସ ପରେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେଲେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ। ଏହି ଧାରା ସ୍ବପନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁହେବା ଆବଶ୍ୟକ ବୋଲି ମହୁଆ ଦାବି କରିଛନ୍ତି। ସ୍ବପନ ତାରକେଶ୍ୱର ବିଧାନସଭା ଆସନରୁ ଲଢ଼ିବା ପାଇଁ ଭାଜପାରୁ ଟିକଟ ପାଇଛନ୍ତି। ମାତ୍ର ଏହାକୁ ନେଇ ଏବେ ଭାଜପାର ସମସ୍ୟା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୧୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର...

ରାଜଧାନୀରେ ହାଡ଼ଭଙ୍ଗା ଶୀତ ନେଲାଣିି ୧୦୬ ଜୀବନ !…

ନୂଆଦିଲ୍ଲୀ, ୨୩।୧ : ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତଯୋଗୁ ଚଳିତବର୍ଷ ଜାନୁୟାରୀରେ ଇତିମଧ୍ୟରେ ୧୦୬ ଜଣଙ୍କର ଜୀବନ ଗଲାଣି। ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ ଡେଭଲପମେଣ୍ଟ...

ମୋଦିଙ୍କ ସୁରକ୍ଷାରେ ତ୍ରୁଟି, ଅହମଦାବାଦ ରାଲିରେ ନୋ ଫ୍ଲାଇଙ୍ଗ ଜୋନରେ ଉଡିଲା ଡ୍ରୋନ୍‌, ୩ ଗିରଫ

ଅହମଦାବାଦ,୨୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦରେ ଏକ ଜନସଭା କରୁଥିଲେ । ଏହି ସମୟରେ ମୋଦିଙ୍କ ସୁରକ୍ଷାରେ ବଡ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ପ୍ରଚାର ସମୟରେ ସାପ ସହ ଖେଳିଲେ ପ୍ରିୟଙ୍କା: ଭିଡିଓ ଭାଇରାଲ

ରାୟବରେଲୀ,୨।୫: ନିର୍ବାଚନୀ ପ୍ରଚାର ସମୟରେ ନେତାଙ୍କ ବହୁ ରଙ୍ଗ ଦେଖିବାକୁ ମିଳିଥାଏ। କେତେବେଳେ ନିର୍ବାଚନ ଭାଷଣ ତ କେତେବେଳେ ଭୋଟରଙ୍କ ସହ ସାକ୍ଷାତକାର। କିନ୍ତୁ କଂଗ୍ରେସ...

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ...

ଝାଡ଼ଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗ, ଚିଠିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମ…

ରାଞ୍ଚି, ୩୧।୭ : ଝାଡଖଣ୍ଡର ୩ ବିଧାୟକଙ୍କଠାରୁ ନଗଦ ଟଙ୍କା ଜବତ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସୁଛି। ଝାଡଖଣ୍ଡର ଜଣେ...

ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ

ନୂଆଦିଲ୍ଲୀ,୪।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ, ଜିମ୍‌ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ...

Advertisement
Archives

Model This Week