Posted inଜାତୀୟ

ବେରୋଜଗାର ଯୁବବର୍ଗଙ୍କ ହାତରେ ଘଣ୍ଟା ଧରାଇଛି ଭାଜପା: ଶିବସେନା…

ମୁମ୍ବାଇ,୪।୯:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ଜିଡିପି ଅଭିବୃଦ୍ଧି ୨୦ ପ୍ରତିଶତରୁ ଅଧିକ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଭାରତର ଅର୍ଥନୀତିକୁ ଏକ ଉଚ୍ଚସ୍ତରକୁ ଆଣିଛନ୍ତି ବୋଲି ଭାଜପା ପକ୍ଷରୁ ଦାବି କରାଯାଇଥିଲା। ତେବେ ଶିବସେନାର ମୁଖପତ୍ର ’ସାମାନା’ରେ ଏହି ଦାବିକୁ ଖଣ୍ଡନ କରାଯାଇଛି। ଏହା ସହିତ ଦେଶରେ ବଢୁଥିବା ବେକାରୀଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା ହୋଇଛି। ସାମାନା ସମ୍ପାଦକୀୟରେ ଏମ୍‌ପି ସଞ୍ଜୟ ରାଉତ ଲେଖିଛନ୍ତି, ଯୁବକମାନଙ୍କ ହାତକୁ କାମ ଆବଶ୍ୟକ, କିନ୍ତୁ ଭାରତୀୟ ଜନତା ପାର୍ଟି ବେରୋଜଗାରୀଙ୍କ ହାତରେ ଘଣ୍ଟା ଧରାଇ ଦେଇଛି। ଯୁବବର୍ଗ ଏହାକୁ ବଜାନ୍ତୁ ବୋଲି ସଞ୍ଜୟ କଟାକ୍ଷ କରିଛନ୍ତି। ଯଦି ବେରୋଜଗାର ଘଣ୍ଟି ବଜାଇବା ଦ୍ୱାରା ଦୂର ହେଉଛି, ତେବେ ଦେଶର ଶିଳ୍ପ ମନ୍ତ୍ରଣାଳୟକୁ ଏମ୍ପ୍ଲୟେମେଣ୍ଟ୍‌ ଏକ୍ସଚେଞ୍ଜ୍‌ ଦ୍ୱାରରେ ଘଣ୍ଟି ଲଗାଇ ରୋଜଗାର ସୃଷ୍ଟି କରିବାର ଉଦ୍ୟମ କରାଯିବା ଆବଶ୍ୟକ ବୋଲି ସଞ୍ଜୟ କହିଛନ୍ତି।

ଏହା ସହିତ ସାମାନା ସମ୍ପାଦକୀୟରେ ଦାବି କରାଯାଇଛି ଯେ, ଅଗଷ୍ଟ ମାସରେ ’୧୬ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ସଙ୍କଟ ସୃଷ୍ଟି କରିଛି। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଦର୍ଶିତ ’ଆଛେ ଦିନ’ର ଭୟାନକ ଚିତ୍ର ଏବେ ସାମ୍ନାକୁ ଆସିଛି। ଅର୍ଥମନ୍ତ୍ରୀ ସୀତାରମଣ ଦୁଇ ଦିନ ପୂର୍ବେ ଦେଶର ’ଜିଡିପି’ର ଗୋଲାପୀ ଚିତ୍ର ଉପସ୍ଥାପନ କରିଥିଲେ। ମାତ୍ର ଦୁଃଖର ବିଷୟ ଗୋଲାପର କଣ୍ଟା ଏବେ ଫୋଡ଼ିହେବାରେ ଲାଗିଛି। ଏହାର ପତ୍ର ଖସିବା ଜାରି ରହିଛି।

ମୋଦି ସରକାରଙ୍କ ପକ୍ଷରୁ ଦେଶରେ ବିମୁଦ୍ରୀକରଣ ଭଳି ଲାଗୁ କରାଯାଇଥିବା ଦାୟିତ୍ୱହୀନ ଅର୍ଥନୀତି ଦ୍ୱାରା ଦୁଇ କୋଟି ଚାକିରୀ ନଷ୍ଟ ହୋଇଯାଇଛି। ଏହା ପରେ କରୋନା ଏବଂ ଲକଡାଉନ ଆସିଲା। ଏହି ଅବଧି ମଧ୍ୟରେ ସମାନ ସଂଖ୍ୟକ ଲୋକ ଚାକିରୀ ହରାଇଛନ୍ତି। ବାଣିଜ୍ୟ, ଶିଳ୍ପ ଏବଂ ବ୍ୟବସାୟ ବନ୍ଦ ହୋଇଯାଇଛି। କିନ୍ତୁ ଯେଉଁମାନେ ଏହି ସମୟ ମଧ୍ୟରେ ଚାକିରୀ ହରାଇଲେ, ଯେଉଁମାନେ ଅଦରକାରୀ ହୋଇଗଲେ ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

ସାମାନାରେ ଲେଖାଯାଇଛି, ମୋଦି ସରକାରଙ୍କ ୭ ବର୍ଷ ବିତିଗଲାଣି। ଏହି ଅବଧି ମଧ୍ୟରେ ଦେଶରେ କେତେ ନୂତନ ପୁଞ୍ଜି ବିନିଯୋଗ କରାଯାଇଥିଲା, କେତେ ବିଦେଶୀ ପୁଞ୍ଜି ବିନିଯୋଗ ଆସିଥିଲା, ଅର୍ଥନୀତି କେତେ ଶକ୍ତି ପାଇଲା, କେତେ ନୂତନ ନିଯୁକ୍ତି ସୃଷ୍ଟି ହେଲା, ତାହାର ସୂଚନା ସରକାର କେବେ ବି ଦେଇନାହାଁନ୍ତି। ୭ ବର୍ଷରେ ଗରିବମାନେ ଗରିବ ହୋଇଗଲେ, ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତମାନେ ମଧ୍ୟ ଗରିବ ହୋଇଯାଇଛନ୍ତି। ଚାକିରି ସୃଷ୍ଟି କରିଥିବା ବହୁ ଉଦ୍ୟୋଗୀ  ଗରିବ ହୋଇ ଯାଇଛନ୍ତି ଅବା ଦେଶ ଛାଡି ପଳାଇଥିବା ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri