ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼

ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, କର୍ମୀଙ୍କ ମଧ୍ୟରେ ଠେଲାପେଲା, ଗାଳିଗୁଲଜ ଓ ଝାଡ଼ୁମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ବାରକଣା ହାଟ ପଡ଼ିଆରେ ଭାଜପା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଆୟୋଜନ କରାଯାଇଥିଲା। ହେଲେ ସେଠାରେ ଭାଜପାର ୨ ଗୋଷ୍ଠୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଉଭୟ ଗୋଷ୍ଠୀର ସମର୍ଥକ ମୁହଁାମୁହିଁ ହୋଇଥଲେ। ପୋଲିସ ଉଭୟ ଗୋଷ୍ଠୀର ସଂପୃକ୍ତ ସମର୍ଥକଙ୍କୁ ଥାନାକୁ ଡାକି ତଦନ୍ତ ଚଳାଇଛି।
ଗତ ସାଧାରଣ ନିର୍ବାଚନରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଦୁଇ ଆଶାୟୀଙ୍କ ମଧ୍ୟରୁ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଥିଲାବେଳେ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ବାଦ ଦିଆଯାଇଥିଲା। ଏହାପରେ ଲିକୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଜେଡିର ପ୍ରଣବ ବଳଓ୍ବନ୍ତରାୟଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ ସମୟରେ ବିଧାୟକ ଲିକୁ ଭାଜପାକୁ ସମର୍ଥନ କରିଥିଲେ। ନିର୍ବାଚନ ପ୍ରଚାର ସମୟରୁ ସ୍ମୃତିରେଖା ଓ ଲିକୁଙ୍କ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।
ବିଧାୟକ ଲିକୁଙ୍କ ସମର୍ଥକ ତିଲୋତ୍ତମା ମଲ୍ଲିକଙ୍କ ଅଭିଯୋଗ ଅନୁସାରେ ଘଟଣାସ୍ଥଳରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ଭାଜପା ପ୍ରାର୍ଥୀନୀ ପହିଙ୍କ ସମର୍ଥକ ସରସ୍ବତୀ ଖଟୁଆଙ୍କୁ ଗାଳିଗୁଲଜ ସହ ଝାଡ଼ୁରେ ମାଡ଼ ମାରି ଆହତ କରିଥିଲେ। ଆହତ ସରସ୍ବତୀଙ୍କୁ ମେଡିକାଲ ନେବା ସମୟରେ ଦୁଃଖପ୍ରକାଶ କରି ଆକ୍ରମଣକାରୀଙ୍କୁ ସେ ଭର୍ସନା କରିଥିଲେ। ଏହାପରେ ଆକ୍ରମଣକାରୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏପରିକି ସେମାନେ ଝାଡୁରେ ମାରପିଟ କରିଥିଲେ ବୋଲି ଥାନାରେ ଲିଖିତ ସେ ଅଭିଯୋଗ କରିଛନ୍ତି। ସେହିପରି ବାରକଣା ଗ୍ରାମ କମିଟିର ମୁଖିଆ ମଙ୍ଗୁଳି ଚରଣ ସାହୁଙ୍କ ଅଭିଯୋଗ ଅନୁସାରେ ବିଧାୟକଙ୍କ ସମର୍ଥକ ୫ରୁ ଉର୍ଦ୍ଧ୍ୱ ବୋଲେରୋ ଗାଡିରେ ଆସି ମାଇକ ବଜାଇ ହୋହଲ୍ଲା କରିଥିଲେ। ଏଠାରେ ଯିଏ ଗାନ୍ଧୀ ଜୟନ୍ତୀ ପାଳିବ ସେମାନଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦିଆଯିବ। ଗ୍ରାମ ମନ୍ଦିରକୁ ଆସୁଥିବା ମହିଳାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସରସ୍ବତୀ ସାହୁ ପ୍ରତିବାଦ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଙ୍ଗୁଳି ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଜେନାପୁର ଥାନାରେ ଭାଜପା ବିଧାୟିକା ପ୍ରାର୍ଥୀନୀ ପହିଙ୍କ ସମର୍ଥକଙ୍କ ପକ୍ଷରୁ ଦୁଇଟି ଏବଂ ବିଧାୟକ ସାହୁଙ୍କ ସମର୍ଥକଙ୍କ ପକ୍ଷରୁ ତିନୋଟି ଏତଲା ଦିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri