Posted inଜାତୀୟ

ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ଭାଜପା ସରକାର, ସିସୋଦିଆଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୫ : ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଭାଜପା ସରକାରଙ୍କ ଟାର୍ଗେଟ କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର କହିଛନ୍ତି ଯେ, ଭାଜପା ସରକାର ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି। ପଞ୍ଜାବ ହିଂସାକାଣ୍ଡରେ ଭାଜପା ଏଭଳି କରିଥିବା ସିସୋଦିଆ ଅଭିଯୋଗ କରିଛନ୍ତି। ନିକଟରେ ପଞ୍ଜାବର ପୋଲିସ ଦ୍ୱାରା ଭାଜପାର ଦିଲ୍ଲୀ ୟୁନିଟ ନେତା ତାଜିନ୍ଦରପାଲ ବାଗାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ତାଙ୍କୁ ପଞ୍ଜାବ ଅଣାଯିବା ସମୟରେ ହରିୟାଣାରେ ଅଟକାଇ ରଖାଯାଇଥିଲା।

ପରେ ଅଧଘଣ୍ଟାପରେ ପୁଣି ଦିଲ୍ଲୀ ଅଣାଯାଇଥିଲା। ଏହି ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

ପଞ୍ଜାବ ପୋଲିସ ଭାଜପା ନେତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ବାଗା ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ମୁଖ୍ୟ ବିରୋଧୀ। ସମାଲୋଚନା କରିଛନ୍ତି ଯେ ଏଏପି ମୁଖ୍ୟ ରାଜ୍ୟ ପୋଲିସ ମାଧ୍ୟମରେ ପ୍ରତିଶୋଧ ରାଜନୀତି କରୁଛନ୍ତି। ପଞ୍ଜାବରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିବାରୁ ବାଗାଙ୍କୁ ଗିରଫ କରାଯାଇଥିବା ଏଏପି ପକ୍ଷରୁ କୁହାଯାଇଛି। ଏଥି ସହ ବାଗାଙ୍କ ପିତା ପ୍ରୀତପାଲ ସିଂ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ଏକ ମାମଲା ଦିଲ୍ଲୀ ପୋଲିସଠାରେ ରୁଜୁ କରିଛନ୍ତି।

ଏହାର ଗୋଟିଏ ଦିନ ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି କହିଛନ୍ତି ଯେ ପଞ୍ଜାବର ଭାଇଚାରା ବିରୁଦ୍ଧରେ କହିଥିବା ଏବଂ ହିଂସାସୃଷ୍ଟି କରୁଥିବା ଜଣେ ଅପରାଧିଙ୍କୁ ସୁରକ୍ଷା ଦେବାକୁ ଭାଜପା ସରକାର ଉଦ୍ୟମ କରୁଛନ୍ତି। ଭାଜପା ଅପରାଧିଙ୍କ ଏକ ଦଳ ବୋଲି ସିସୋଦିଆ କହିଛନ୍ତି। ଭାଜପା କେବେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଦରଦାମ୍‌ ବୃଦ୍ଧି ଏବଂ ବେକାରୀ ବିଷୟରେ କୌଣସି ଆଲୋଚନା ନ କରି କେବଳ ବାଗାଙ୍କର ସୁରକ୍ଷା ପାଇଁ ଉଦ୍ୟମ କରୁଛି। ଶନିବାର ଦିଲ୍ଲୀ ପୋଲିସ କହିଛି ଯେ ବାଗାଙ୍କ ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାଜପା ନେତା ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଦିଲ୍ଲୀ ପୋଲିସ ଏହି ପଦକ୍ଷେପ ନେଇଛି।

ବରିଷ୍ଠ ଅଧିକାରୀ କହିଛନ୍ତି, ବାଗା ତାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଆମେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାର ପ୍ରୟାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri