Posted inଜାତୀୟ

ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ଭାଜପା ସରକାର, ସିସୋଦିଆଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୫ : ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଭାଜପା ସରକାରଙ୍କ ଟାର୍ଗେଟ କରାଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର କହିଛନ୍ତି ଯେ, ଭାଜପା ସରକାର ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି। ପଞ୍ଜାବ ହିଂସାକାଣ୍ଡରେ ଭାଜପା ଏଭଳି କରିଥିବା ସିସୋଦିଆ ଅଭିଯୋଗ କରିଛନ୍ତି। ନିକଟରେ ପଞ୍ଜାବର ପୋଲିସ ଦ୍ୱାରା ଭାଜପାର ଦିଲ୍ଲୀ ୟୁନିଟ ନେତା ତାଜିନ୍ଦରପାଲ ବାଗାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ତାଙ୍କୁ ପଞ୍ଜାବ ଅଣାଯିବା ସମୟରେ ହରିୟାଣାରେ ଅଟକାଇ ରଖାଯାଇଥିଲା।

ପରେ ଅଧଘଣ୍ଟାପରେ ପୁଣି ଦିଲ୍ଲୀ ଅଣାଯାଇଥିଲା। ଏହି ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

ପଞ୍ଜାବ ପୋଲିସ ଭାଜପା ନେତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ବାଗା ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ମୁଖ୍ୟ ବିରୋଧୀ। ସମାଲୋଚନା କରିଛନ୍ତି ଯେ ଏଏପି ମୁଖ୍ୟ ରାଜ୍ୟ ପୋଲିସ ମାଧ୍ୟମରେ ପ୍ରତିଶୋଧ ରାଜନୀତି କରୁଛନ୍ତି। ପଞ୍ଜାବରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିବାରୁ ବାଗାଙ୍କୁ ଗିରଫ କରାଯାଇଥିବା ଏଏପି ପକ୍ଷରୁ କୁହାଯାଇଛି। ଏଥି ସହ ବାଗାଙ୍କ ପିତା ପ୍ରୀତପାଲ ସିଂ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ଏକ ମାମଲା ଦିଲ୍ଲୀ ପୋଲିସଠାରେ ରୁଜୁ କରିଛନ୍ତି।

ଏହାର ଗୋଟିଏ ଦିନ ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି କହିଛନ୍ତି ଯେ ପଞ୍ଜାବର ଭାଇଚାରା ବିରୁଦ୍ଧରେ କହିଥିବା ଏବଂ ହିଂସାସୃଷ୍ଟି କରୁଥିବା ଜଣେ ଅପରାଧିଙ୍କୁ ସୁରକ୍ଷା ଦେବାକୁ ଭାଜପା ସରକାର ଉଦ୍ୟମ କରୁଛନ୍ତି। ଭାଜପା ଅପରାଧିଙ୍କ ଏକ ଦଳ ବୋଲି ସିସୋଦିଆ କହିଛନ୍ତି। ଭାଜପା କେବେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଦରଦାମ୍‌ ବୃଦ୍ଧି ଏବଂ ବେକାରୀ ବିଷୟରେ କୌଣସି ଆଲୋଚନା ନ କରି କେବଳ ବାଗାଙ୍କର ସୁରକ୍ଷା ପାଇଁ ଉଦ୍ୟମ କରୁଛି। ଶନିବାର ଦିଲ୍ଲୀ ପୋଲିସ କହିଛି ଯେ ବାଗାଙ୍କ ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାଜପା ନେତା ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଦିଲ୍ଲୀ ପୋଲିସ ଏହି ପଦକ୍ଷେପ ନେଇଛି।

ବରିଷ୍ଠ ଅଧିକାରୀ କହିଛନ୍ତି, ବାଗା ତାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଆମେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାର ପ୍ରୟାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri