Posted inଜାତୀୟ

ଏ. ରାଜାଙ୍କ ମନ୍ତବ୍ୟକୁ ନେଇ ଥାନାରେ ପହଞ୍ଚିଲା ମାମଲା

ଚେନ୍ନାଇ,୧୪।୯: ଡିଏମ୍‌କେ ନେତା ଏ. ରାଜା ଶୂଦ୍ର ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ବୋଲି ଡିଏମ୍‌କେ ଏମ୍‌ପି କହିବା ପରେ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ସେ ଏକ ସମ୍ପ୍ରଦାୟ ବିରୋଧରେ ଘୃଣାର ପ୍ରସାର କରୁଥିବା ଗୈରିକ ଦଳ ଅଭିଯୋଗ କରିଛି। ଏନେଇ ଭାଜପା ରାଜ୍ୟ ଉପାଧ୍ୟକ୍ଷ କାରୁ ନାଗରାଜନ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ହିନ୍ଦୁ ଧାର୍ମିକ ବିଶ୍ୱାସକୁ ଧ୍ୱଂସ କରିବା ଏବଂ ଗୁଜବ ପ୍ରଚାର କରି ତାମିଲନାଡୁରେ ଧାର୍ମିକ ହିଂସା ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି। ଏପରି କି ଘଟଣାର ତଦନ୍ତ କରି ରାଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ. ରାଜାଙ୍କ କହିବା ଅନୁଯାୟୀ, ମନୁସ୍ମୃତିରେ ଶୂଦ୍ରଙ୍କୁ ଅପମାନିତ କରାଯାଇଛି। ସେମାନଙ୍କୁ ସମାନତା, ଶିକ୍ଷା, ନିଯୁକ୍ତି ଓ ମନ୍ଦିର ପ୍ରବେଶରୁ ବଞ୍ଚତ୍ତ କରାଯାଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ଏବଂ ଶୂଦ୍ର ଥିବାଯାଏ ଗଣିକାର ପୁଅ। ହିନ୍ଦୁ ଥିତ୍ବାଯାଏ ତୁମେ ଦଳିତ ଓ ଅସ୍ପୃଶ୍ୟ ବୋଲି ରାଜା ଏକ ସଭାରେ ଉଦ୍‌ବୋଧନ ଦେବାବେଳେ କହିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଜା ବିଭିନ୍ନ ସମୟରେ ମହିଳା ଓ ହିନ୍ଦୁମାନଙ୍କୁ ଅପମାନିତ କରୁଥିବା ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥି ଶ୍ରୀନିବାସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ-ରାଜସ୍ଥାନରେ ଡ୍ରୋନ୍‌ ଏବଂ କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୨।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ଳାଗି ରହିଛି। ଶୀତଦିନେ ଘନ କୁହୁଡ଼ିର ସାହାରା ନେଇ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ତାଲିମପ୍ରାପ୍ତ...

ତାଲା ଭାଙ୍ଗି ଜେଲରୁ ଫେରାର୍‌ ହୋଇଗଲେ ୮ କଏଦୀ

ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ,୨୬ ।୧୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭାରତ ଏବେ କର୍ମସିୟାଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ ଚଳାଚଳକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ...

ଏନ୍‌ଏସ୍‌ଓ ସହ କୌଣସି ଦେଣନେଣ ହୋଇନି

ନୂଆଦିଲ୍ଲୀ, ୧୦ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌କୁୁ କେନ୍ଦ୍ର ସରକାର କିଣି ଏହା ମାଧ୍ୟମରେ ଗୁପ୍ତଚରଗିରି କରିଥିବା ଅଭିଯୋଗର ତଦନ୍ତ ଦାବିରେ...

ମେଘାଙ୍କୁ ପୁଲିଜର

ନୂଆଦିଲ୍ଲୀ, ୧୩।୬: ଚାଇନା ସରକାର ଉଇଗର ମୁସଲମାନମାନଙ୍କୁ ଗଣ ଅଟକ ରଖିବା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଭାରତୀୟ ବଂଶୋଦ୍ଭବ ଖବରଦାତା ମେଘା ରାଜଗୋପାଲନ୍‌ଙ୍କୁ ମର୍ଯ୍ୟାଦାଜନକ...

୬୮% ବିଜେତା ଦାଗୀ, ୮୧% କୋଟିପତି

ନୂଆଦିଲ୍ଲୀ,୧୨ା୧୧: ବିହାର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ୨୪୩ ଜଣଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୧% ବିଜେତା କୋଟିପତି...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର...

ଏସ୍ ଜୟଶଙ୍କର କରୋନା ପଜିଟିଭ

ନୂଆଦିଲ୍ଲୀ,୨୭ ।୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ସହ...

Advertisement
Archives

Model This Week