Posted inଜାତୀୟ

ନେତୃତ୍ୱଙ୍କ ପ୍ରତି ଆହ୍ବାନ ସୃଷ୍ଟି କରୁଥିବା ନେତାଙ୍କ ଡେଣା କାଟି ଦିଏ ଭାଜପା, ଗଡକରୀଙ୍କ ଉଦ୍ଦେଶ୍ୟରେ ଏନ୍‌ସିପିର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୮।୮ : ସଂସଦୀୟ ବୋର୍ଡରୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହଟାଇବା ନେଇ ଭାରତୀୟ ଜନତା ପାର୍ଟିକୁ ଏନସିପି ଟାର୍ଗେଟ କରିଛି। ଏନସିପି କିଂଛି ଜଣେ ଦକ୍ଷ ରାଜନେତା ଭାବରେ ଗଡକରୀଙ୍କ ଦକ୍ଷତା ବୃଦ୍ଧି ହେତୁ ତାଙ୍କୁ ବୋର୍ଡରୁ ହଟାଇ ଦିଆଯାଇଛି।

ଏନସିପି ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ ଟୁଇଟ କରି କହିଛନ୍ତି ଯେ ଯେତେବେଳେ ଭାଜପାରେ ଜଣେ ନେତାଙ୍କ ଦକ୍ଷତା ଏବଂ ସାମର୍ଥ୍ୟ ବଢ଼ିବ ସେତେବେଳେ ସିନିୟରମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥାଏ। ଏହାପରେ ଭାଜପା ନେତୃତ୍ୱ ପ୍ରତି ଆହ୍ବାନ ସୃଷ୍ଟି କରୁଥିବା ନେତାଙ୍କ ଡେଣା କାଟି ଦେଇଥାଏ। ନେତୃତ୍ୱଙ୍କ ସୁରକ୍ଷା ପାଇଁ ଭାଜପା ଏଭଳି କରିଥାଏ ବୋଲି କ୍ରାଷ୍ଟୋ କହିଛନ୍ତି।

ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଭଲ ସମ୍ପର୍କ ଥିବା ଗଡକରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ଭାଜପା ସଂସଦୀୟ ବୋର୍ଡରେ ସ୍ଥାନ ଦିଆଯାଇ ନାହିଁ। ଜଣେ ଦକ୍ଷ ରାଜନେତା ଭାବରେ ଗଡକରୀଙ୍କର ସ୍ଥିତି ବହୁଗୁଣିତ ହୋଇଛି। ଫଳରେ ନେତୃତ୍ୱଙ୍କ ସ୍ଥିତି ହ୍ରାସର ସଙ୍କେତ ଭାବରେ ଦେଖାଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କ୍ରାଷ୍ଟୋ କହିଛନ୍ତି।

ଗଡକରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଗତ ମାସରେ, ଗଡକରୀ କହିଥିଲେ ଯେ ଜୀବନରେ ଅନେକ କିଛି କରିବାକୁ ଥିବାରୁ ସେ ବେଳେବେଳେ ରାଜନୀତି ଛାଡିବାକୁ ଚାହିଁଥାନ୍ତି। ସାମ୍ପ୍ରତିକ ରାଜନୀତିରେ ସାମାଜିକ ପରିବର୍ତ୍ତନ ତୁଳନାରେ କ୍ଷମତାରେ ରହିବାକୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଗଡକରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?