Posted inଜାତୀୟ

ଭାଜପା ନିୟନ୍ତ୍ରଣରେ ୬୩୦ ଆସନ

ଲକ୍ଷ୍ନୌ, ୧୧।୭: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଜିଲା ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିବା ପରେ ଶନିବାର ଅନୁଷ୍ଠିତ ବ୍ଲକ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗୈରିକ ଦଳ ବାଜିମାତ୍‌ କରିଛି। ରାଜ୍ୟର ମୋଟ ୮୨୫ ବ୍ଲକ୍‌ ପ୍ରମୁଖ ଆସନ ମଧ୍ୟରୁ ଭାଜପା ସମର୍ଥତ୍ତ ପ୍ରାର୍ଥୀ ୬୩୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟୀ ହୋଇଛନ୍ତି। ଗ୍ରାମାଞ୍ଚଳରେ ଭାଜପା ନିଜର ବହୁଳ ଉପସ୍ଥିତିକୁ ପୁଣିଥରେ ପ୍ରମାଣିତ କରିପାରିଛି। ଶନିବାର ଦିନ ୧୧ରେ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ଭୋଟଗଣତି ଆରମ୍ଭ ହୋଇଥିଲା। ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବ୍ଲକ୍‌ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଗୁରୁତ୍ୱ ଦିଆଯାଉଛି। ତେବେ ମତଦାନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଯାଇଛି। ହମିରପୁର ଜିଲାରେ ଭାଜପା କର୍ମୀମାନେ ସମାଜବାଦୀ ପାର୍ଟି କର୍ମୀମାନଙ୍କୁ ଆକ୍ରମଣ କରିବା ସହ ଭୋଟରମାନଙ୍କୁ ବୁଥ୍‌ ମଧ୍ୟକୁ ଛାଡ଼ି ନ ଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ବେଳେ ପୋଲିସ ଉପରେ ମାଡ଼ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ସେହିପରି ଚନ୍ଦାଉଲି, ଇଟାଓ୍ବା ଏବଂ ଅଯୋଧ୍ୟା ଜିଲାରେ ଭାଜପା ଏବଂ ସମାଜବାଦୀ ପାର୍ଟି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ନାମାଙ୍କନ ପତ୍ର ଦାଖଲ ବେଳେ ମହିଳା ପ୍ରାର୍ଥୀଙ୍କୁ ଅସଦ୍‌ବ୍ୟବହାର ଏବଂ ଭୋଟ ବେଳେ ହିଂସାକାଣ୍ଡକୁ ନେଇ ରାଜ୍ୟ ଭାଜପା ସରକାରକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଜସ୍ବୀଙ୍କଠାରୁ ଅଲଗା ହୋଇନାହାଁନ୍ତି ତେଜପ୍ରତାପ

ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ନେଇ ନାନା...

ଖାଦ୍ୟ ସାଥୀ ଯୋଜନାରେ ପଶ୍ଚିମବଙ୍ଗର ୮ କୋଟି ୫୦ ଲକ୍ଷ ଲୋକଙ୍କୁ ମିଳିଛି ଖାଦ୍ୟ ସୁରକ୍ଷା: ମମତା

କୋଲକାତା,୧୬।୧୦: ପଶ୍ଚିମବଙ୍ଗରେ ଖାଦ୍ୟ ସାଥୀ ଯୋଜନା ଅନ୍ତର୍ଗତ ରାଜ୍ୟର ୮କୋଟି ୫୦ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ମିଳିଛି। ବିଶ୍ୱ ଖାଦ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ...

ଶୁଟରଙ୍କୁ ଜାମିଆ ଛାତ୍ର କହିଥିଲେ, ଆସ କଥା ହେବା

ନୂଆଦିଲ୍ଲୀ, ୧ା୨ : ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ନିକଟରେ ଗୁରୁବାର ଗୁଳିକାଣ୍ଡ ଘଟାଇଥିବା ନାବାଳକ ରାମଭକ୍ତ ଗୋପାଳଙ୍କୁ ଆକ୍ରମଣର ଶିକାର ହେବା ପୂର୍ବରୁ...

ଓଡ଼ିଶାର ୪ ପୋଲିସ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ

ନୂଆଦିଲ୍ଲୀ, ୧୨।୮: ଅପରାଧ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ୧୫୨ ଜଣ ପୋଲିସ ଅଫିସରଙ୍କୁ ୨୦୨୧ ବର୍ଷ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ମେଡାଲ...

ଦୈନିକ ସଂକ୍ରମଣ ୧୨ ହଜାର ଟପିଲା…

ନୂଆଦିଲ୍ଲୀ, ୧୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

କରୋନାରେ ଅନାଥ ପିଲାଙ୍କୁ ମିଳିବ ମାଗଣା ଶିକ୍ଷା, ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଅନାଥ...

ଭୂମିପୂଜାରେ ମୋଦିଙ୍କ ସଂପୃକ୍ତି ସାମ୍ବିଧାନିକ ଶପଥକୁ ଉଲ୍ଲଂଘନ କରୁଛି: ଓଓ୍ବାଇସି

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଆୟୋଜିତ ହୋଇଥିବା ଭୂମିପୂଜାରେ ସାମିଲ ହେବେ। କରୋନା ଯୋଗୁ ଏହି...

ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ; ଉପଯୁକ୍ତ ସମୟରେ ଆରମ୍ଭ ହେବ ଇଣ୍ଟରନେଟ୍‌ ସେବା: ଶାହ

ନୂଆଦିଲ୍ଲୀ,୨୦।୧୧: ସମ୍ପ୍ରତି ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ। ଏଠାରେ ଉପଯୁକ୍ତ ସମୟରେ ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ...

Advertisement
Archives

Model This Week