ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ଭାଜପା ବଦ୍ଧପରିକର: ମନମୋହନ ସାମଲ

ଭୁବନେଶ୍ୱର,୨୦।୫: ୨୦୨୪ ନିର୍ବାଚନବେଳେ ସଂକଳ୍ପପତ୍ରରେ ଭାଜପା ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାଜପା ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ ମଧ୍ୟରେ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ଐତିହାସିକ ନିଷ୍ପତି ନେଇଛି । ଭାଜପା ଦେଇଥିବା ପ୍ରତିଶୃତି ଆଧାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ସେମାନଙ୍କର ନାର୍ଯ୍ୟ ହକ୍ ଦେବାକୁ ବିଜେପି ସରକାର ବଦ୍ଧପରିକର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ସାମଲ କହିଛନ୍ତି ଯେ, ରାଜ୍ୟରେ ପଛୁଆ ବର୍ଗଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯେଉଁମାନେ କ୍ରମାଗତଭାବେ ବର୍ଷ ବର୍ଷ ଧରି ଶାସନରେ ଥିଲାବେଳେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ କିଛି କରି ନଥିଲେ, ସେମାନେ ଏବେ ନାଟକ କରୁଛନ୍ତି । ଏହି ସଂରକ୍ଷଣକୁ ଲାଗୁ କରିବା ପାଇଁ ବିଜେଡି ଓ କଂଗ୍ରେସକୁ କିଏ ମନା କରିଥିଲା ଯେତେବେଳେ ସେମାନେ ରାଜ୍ୟରେ ସରକାରରେ ଥିଲେ । ଯେଉଁ ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ତିଆରି ହୋଇଛି ସେହି ବିଜୁ ବାବୁ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଯିଏ ପଛୁଆ ବର୍ଗ ସଂରକ୍ଷଣ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ।

ଯେତେବେଳେ ମଣ୍ଡଳ କମିଶନ ରିପୋର୍ଟ ସଂସଦରେ ଆଗତ ହୋଇଥିଲା ସେତେବେଳେ ବିରୋଧ ଦଳର ନେତା ଦାୟିତ୍ୱରେ ଥିବା ରାଜୀବ ଗାନ୍ଧୀ ଏହାକୁ ବିରୋଧ କରିଥିଲେ । ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିବାରୁ ଉଭୟ ଦଳ ହତାଶ ହୋଇପଡ଼ିଛନ୍ତି ।

ସାମଲ କହିଛନ୍ତି ଯେ, ନିକଟରେ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେପି ସରକାର ନିଷ୍ପତି ନେଇସାରିଛନ୍ତି । ଉଚ୍ଚଶିକ୍ଷା, ଗଣଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣକୁ କ୍ୟାବିନେଟ ମୋହର ମାରିସାରିଛି । ଚାକିରୀ ଓ ଶିକ୍ଷାକ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅଛି । ମାତ୍ର ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ସବୁ ସଂରକ୍ଷଣ ମିଶି ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ରାୟ ଶୁଣାଇଛନ୍ତି । ଏଣୁ ରାଜ୍ୟ ସରକାର ଅନୁସୁଚିତ ଜନଜାତି ପାଇଁ ୨୨.୫, ଅନୁସୁଚିତ ଜାତି ୧୬.୨୫, ଦିବ୍ୟାଙ୍ଗ ୫ ଓ ସେନାବାହିନୀ ପରିବାର ପାଇଁ ୧ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି । ୫୦ ପ୍ରତିଶତରୁ କମ୍ ନିୟମ ଆଧାରରେ ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାକୁ ବିରୋଧୀ ଦଳ ସହ୍ୟ କରିପାରୁନାହାନ୍ତି ।

ବିଜେଡି ରାଜ୍ୟରେ ୨୪ ବର୍ଷ ଶାସନ କଲା । କଂଗ୍ରେସ କେନ୍ଦ୍ର ଓ ରାଜ୍ୟରେ ସର୍ବାଧିକକାଳ ଶାସନ କଲା । ମାତ୍ର ପଛୁଆବର୍ଗଙ୍କ ପାଇଁ କୌଣସି କାର୍ଯ୍ୟ କରି ନ ଥିଲେ । ୨୦୧୧ ମସିହାରେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲାବେଳେ ସୋସିଓ-ଇକୋନୋମିକ କାଷ୍ଟ ସେନ୍ସସ ହୋଇଥିଲା । ଏହି ସମୟରେ ଅନୁସୁଚିତ ଜାତି ଓ ଜନଜାତିର ପ୍ରତିଶତ ସାର୍ବଜନୀନ କରାଗଲା, ମାତ୍ର ଅନ୍ୟାନ୍ୟ ପଛୁଆବର୍ଗଙ୍କ ରିପୋର୍ଟ ପ୍ରକାଶ ନ କରି ଏହି ବର୍ଗ ପ୍ରତି ବୈମାତୃକ ମନୋଭାବ କ’ଣ ପାଇଁ ଦେଖାଇଥିଲା? ସେହିପରି ବିଜେଡି ସରକାର ୨୦୨୨ ପଂଚାୟତ ନିର୍ବାଚନରେ ବହୁ ଆଗରୁ ପଛୁଆବର୍ଗଙ୍କୁ ଦିଆଯାଉଥିବା ସଂରକ୍ଷଣକୁ ବନ୍ଦ କରିଦେଇଥିଲେ । ଏଥିରୁ ସ୍ପଷ୍ଟ ଯେ, ଉଭୟ ବିଜେଡି ଓ କଂଗ୍ରେସର ଓବିସି ସମାଜ ପାଇଁ ଆଦୌ ନିଷ୍ଠା ନାହିଁ । ରାଜ୍ୟ ବିଜେପି ସରକାରଙ୍କ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାରମ୍ଭିକ ଭାବେ ସଂରକ୍ଷଣ ଘୋଷଣା ପରେ ସତେ ଯେମିତି ବିଜେଡି ଓ କଂଗ୍ରେସର ମୁଣ୍ଡ ଖରାପ ହୋଇଯାଇଛି । ବିଜେପି ସ୍ଫଷ୍ଟ କରିବାକୁ ଚାହେଁ, ମେଡିକାଲ, ଟେକ୍ନିକାଲ ଏବଂ ସ୍କିଲ କ୍ଷେତ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରାରମ୍ଭିକ ଭାବେ ୧୧.୨୫ ସ୍ଥାନ ସଂରକ୍ଷଣ ଦେବାକୁ ପ୍ରତିଶୃତିବଦ୍ଧ ।

ବିଜେଡିକୁ ଆମର ପ୍ରଶ୍ନ, ପଛୁଆବର୍ଗର ସଂରକ୍ଷଣରୁ ୫୦ ପ୍ରତିଶତ ସୀମାକୁ କୋହଳ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ଅକ୍ଟୋବର ୨୦୧୭ରେ ହୋଇଥିବା ସ୍ପେଶାଲ ଲିଭ ପିଟିସନ (ଏସ୍‌ଏଲପି) ମାମଲାରେ ବିଜେଡି ଠିକ୍‌ଭାବେ ଲଢ଼ି ନଥିଲା କାହିଁକି? ଖଣି ମାଲିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦୈନିକ କୋଟିକୋଟି ଟଙ୍କା ଖର୍ଚ୍ଚରେ ନାମୀଦାମୀ ଓକିଲ ବିଜେଡି ସରକାର ଲଗାଇଥିଲା, ମାତ୍ର ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ମାମଲା କରି ଚୁପ ବସିଥିଲା କ’ଣ ପାଇଁ ? ମୋଦି ସରକାର ଜାତି ଆଧାରରେ ଜନଗଣନା କରୁଛନ୍ତି ଏବଂ ମୋହନ ସରକାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ରାଜ୍ୟର ଜନସାଧାରଣଙ୍କୁ ବୋକା ଭାବି ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେଥିରୁ ଦୂରେଇ ରହିବାକୁ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?