ଲିଜ୍‌ ଅବଧି ବଢ଼ାଇବାକୁ କହିଥିଲା ଭାଜପା: କଂଗ୍ରେସ

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ବିଧାନସଭାରେ ସୋମବାର ଭାଜପା ଉଠାଇଥିବା ରାଜ୍ୟ ସରକାରଙ୍କ ଖଣି ଦୁର୍ନୀତି ପ୍ରସଙ୍ଗ ମଙ୍ଗଳବାର ଏକ ନୂଆ ମୋଡ଼ ନେଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ଏକ ଭିନ୍ନ ତଥ୍ୟ ଉପସ୍ଥାପନ କରି ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ୨୦୧୫ରେ ଖଣି ଓ ଖଣିଜ(ଡେଭଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ) ସଂଶୋଧନ ଆଇନ ଆଣିଥିଲେ। ଏହି ଆଇନ ବଳରେ ଯେଉଁମାନଙ୍କ ଖଣି ଲିଜ୍‌ ସରିଯାଇଥିଲା ସେମାନଙ୍କ ଲିଜ୍‌ ଅବଧିକୁ ଆହୁରି ୫ବର୍ଷ ପାଇଁ ବଢାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଭାଜପା ଗୃହରେ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ ଏବଂ ଲିଜ୍‌ ବଢାଇବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବୋଲି ବାହିନୀପତି କହିଥିଲେ। ମୋଦି ସରକାରଙ୍କ ଚିଠି ପାଇଁ ଆଜି ଓଡ଼ିଶା କୋଟି କୋଟି ଟଙ୍କା ହରାଇଛି। ଭାଜପା ପାଇଁ ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି। ଏହା ଉପରେ ସିବିଆଇ ତଦନ୍ତ କରିବାକୁ ବାହିନୀପତି ଗୃହରେ ଦାବି କରିଥିଲେ।
ଏହି ଅବସରରେ ସେ ପାରାଦୀପ ଓ ଗୋପାଳପୁର ବନ୍ଦରରୁ ଚାଇନାକୁ ହେଉଥିବା ଲୁହାପଥର ରପ୍ତାନୀକୁ ବିରୋଧ କରିଥିଲେ। ଚାଇନା ସହ ଭାରତର ବିବାଦ ଯୋଗୁ କେନ୍ଦ୍ର ସରକାର ଚାଇନା ସାମଗ୍ରୀକୁ ବ୍ୟାନ୍‌ କରିବାକୁ କହିଥିଲେ ମଧ୍ୟ ପାରାଦୀପ ବନ୍ଦରରୁ ଲୁହାପଥର ନେବାକୁ ଚାଇନାକୁ ଅନୁମତି ଦେଇଛନ୍ତି। ଚାଇନାକୁ ଓଡ଼ିଶାର ଉଚ୍ଚମାନର ଲୁହାପଥର ରପ୍ତାନି ହେଉଛି। କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକଦିନ ପାରାଦୀପ ବନ୍ଦରରୁ ୯୭୫ ଟନ୍‌ ଓ ଗୋପାଳପୁର ବନ୍ଦରରୁ ୩୩୨ ଟନ୍‌ ଲୁହାପଥର ରପ୍ତାନି ହେଉଛି। ସେହି ଲୁହାପଥରରେ ଅସ୍ତ୍ରଶସ୍ତ୍ର ତିଆରି କରି ଚାଇନା ଭାରତକୁ ଆକ୍ରମଣ କରିବ ବୋଲି ସେ କହିଥିଲେ। ଚାଇନାକୁ ଲୁହାପଥର ଚାଲାଣ ବନ୍ଦ କରିବାକୁ ଦାବି କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଭାଜପା ଉପରେ ବର୍ଷିଥିଲେ। ଖଣି ଏକ କେନ୍ଦ୍ରୀୟ ବିଷୟ। ଏହା ରାଜ୍ୟ ସରକାରଙ୍କ ବିଷୟ ନୁହେଁ। ଯଦି କିଛି ଦ୍ୱନ୍ଦ୍ୱ ଅଛି ତାହେଲେ ଭାଜପା ସଦସ୍ୟ କେନ୍ଦ୍ରରେ ଯାଇ ପଚାରନ୍ତୁ ବୋଲି ସେ କହିଥିଲେ। ଖଣି ଦୁର୍ନୀତି ପାଇଁ ଆଜି ଓଡ଼ିଶାର ଯାହା କ୍ଷତି ହୋଇଛି ତାହା କେନ୍ଦ୍ର ପାଇଁ ହୋଇଛି। ଏହି ଅବସରରେ ସେ ମିତ୍ତଲ, ଜେଏସ୍‌ଏଲ୍‌, ଜେଏସ୍‌ଡବ୍ଲ୍ୟୁ ଏବଂ ସିରାଜଉଦ୍ଦିନ ମାଇନ୍ସ କିଭଳି ଉଚ୍ଚକୋଟୀର ଲୁହାକୁ ନିମ୍ନମାନର କହି ହଜାର ହଜାର କୋଟି ଟଙ୍କା ଚୋରି କରି ନେଇଛନ୍ତି ସେ ସମ୍ପର୍କରେ କହିଥିଲେ। ଖଣିମନ୍ତ୍ରୀ ଏ ବାବଦରେ ଖଣିି ମାଲିକମାନଙ୍କଠାରୁ ଫାଇନ ଆଦାୟ କରିବାକୁ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?