୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ ଜୋନ ରହିଛି। ଆସନ୍ତା ୧୮ ତାରିଖରେ ଚିକିଟି ଏବଂ ୨୦ ତାରିଖରେ ପାତ୍ରପୁରରେ ମତଦାନ ହେବ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାରରେ ତତ୍ପରତା ପ୍ରକାଶ ପାଇଛି। ପାତ୍ରପୁର ବ୍ଲକର ୩୩ନଂ ଜୋନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇଥିବାରୁ ବିଜେଡି ଓ ଭାଜପା ସହ ସିପିଏମ ପକ୍ଷରୁ ଜଣେ ଆଦିବାସୀ ପ୍ରାର୍ଥୀ ହୋଇଛନ୍ତି। ୩ ଜୋନରେ ୧୦ ଜଣ ମଇଦାନରେ ଅଛନ୍ତି। ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ଭୋଟ ଲଢ଼େଇ ଜୋରଦାର ହେଉଛି। ଶଙ୍ଖକୁ ପଦ୍ମ କଡ଼ା ମୁକାବିଲା କରୁଛି। ଗଞ୍ଜାମ ଜିଲାର ଅନ୍ୟ ସ୍ଥାନ ଭଳି ପାତ୍ରପୁରରେ ମଧ୍ୟ କଂଗ୍ରେସ କେବଳ ନାମକୁ ମାତ୍ର ମଇଦାନକୁ ଓହ୍ଲାଇଛି।
ଆନ୍ଧ୍ର ସୀମାନ୍ତରେ ଥିବା ପାତ୍ରପୁର ବ୍ଲକରେ ସଂଖ୍ୟାଧିକ ତେଲୁଗୁ ଭୋଟର ଅଛନ୍ତି। ମୁଖ୍ୟତଃ ବି.ନୂଆଗାଁ, ସାମନ୍ତିଆପଲ୍ଲୀ, ଜୟନ୍ତୀପୁର, ବରଙ୍ଗ ଓ ଗୁଡ଼ିପଦରରେ ଭାଜପା ଅଧିକ ପ୍ରଭାବ ବିସ୍ତାର କରିଛି। ଅବଶିଷ୍ଟ ୧୮ ପଞ୍ଚାୟତରେ ଶଙ୍ଖ-ପଦ୍ମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଲଢ଼େଇ ହେଉଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି। ପକେଟ ଭୋଟକୁ ସୁରକ୍ଷିତ ପାଇଁ ସିପିଏମ ଲଢ଼େଇ କରୁଛି। ସେହିପରି ଚିକିଟି ବ୍ଲକର ୧୭ ପଞ୍ଚାୟତରେ ମଧ୍ୟ ଭାଜପା ଓ ବିଜେଡି ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛି। ଏହି ବ୍ଲକର ୧୬ନଂ ଜୋନ ପାଇଁ କଂଗ୍ରେସକୁ ପ୍ରାର୍ଥୀ ନ ମିଳିବା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ୧୭ ଓ ୧୮ନଂ ଜୋନରେ ମୁଖ୍ୟତଃ କଂଗ୍ରେସ, ଭାଜପା ଓ ବିଜେଡିର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ବ୍ଲକରେ ମଧ୍ୟ ଅନେକ ଗ୍ରାମରେ ତେଲୁଗୁ ଭାଷାଭାଷି ଅଛନ୍ତି। ସୁରଳ, ସୁନାପୁର ଆଦି ମତ୍ସ୍ୟଜୀବୀ ବହୁଳ ଗ୍ରାମ ଚିକିଟି ବ୍ଲକ ଅନ୍ତର୍ଭୁକ୍ତ।
ଚିକିଟି ବିଧାନସଭା କ୍ଷେତ୍ରରେ ଚଳିତ ପଞ୍ଚାୟତ ନିର୍ବାଚନରେ ତେଲୁଗୁ ଭୋଟର ନିର୍ଣ୍ଣାୟକ ହେବେ ବୋଲି ରାଜନୈତିକ ସମୀକ୍ଷକ ପ୍ରାକ୍‌ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଏବଂ ସଂରକ୍ଷଣକୁ କେନ୍ଦ୍ର କରି ଶାସକ ବିଜେଡିରେ ଆରମ୍ଭରୁ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଇଛି। ଭାଜପା ଏହାର ଫାଇଦା ନେବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେ ସଫଳ ହେବ ସେ ନେଇ ଚର୍ଚ୍ଚା ହେଉଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟିକା ଓ ଭାଜପାର ବିଧାୟକ ପ୍ରାର୍ଥୀ ପ୍ରଚାର ମଇଦାନରେ ମଙ୍ଗ ଧରିଛନ୍ତି। ସୂଚନାଯୋଗ୍ୟ ଦୀର୍ଘ ବର୍ଷରୁ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଦମଦାର ଲଢ଼େଇ ହେଉଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଭାଜପା ଦ୍ୱିତୀୟ ସ୍ଥାନକୁ ଉଠିବାରୁ କଂଗ୍ରେସ ତଳିତଳାନ୍ତ ହୋଇଯାଇଛି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ନ ରହିବା ଇତିହାସ ସୃଷ୍ଟି କରିଛି। ପୁରୁଣା କଂଗ୍ରେସ ନେତାଙ୍କ ପରିବାରରେ ରାଜନୈତିକ ବିବାଦ ଘନୀଭୂତ ହୋଇଛି। ପଞ୍ଚାୟତ ନିର୍ବାଚନରେ ଜଣେ ଭାଇ ଭାଜପାର ମଙ୍ଗୁଆଳ ସାଜିଥିବା ବେଳେ ଆଉ ଜଣେ ତୁରୁବୁଡ଼ି ଓ ନୂଆଗଡ଼ ଅଞ୍ଚଳରେ କଂଗ୍ରେସ ନେତା ସାଜିଛନ୍ତି। କଂଗ୍ରେସ ସପରିବାର ବିଭାଜିତର ବିଜେଡି ସୁଯୋଗ ନେଉଛି। ଏବେ ରାଜନୀତି ସ୍ଥିତି ବଦଳିବାରେ ଲାଗିଛି। ଆଦିବାସୀ ବହୁଳ ପଞ୍ଚାୟତମାନଙ୍କରେ ପାହାଡ଼ ଉପରେ ପଦ୍ମ ଫୁଟିବାରେ ଲାଗିଛି। ତେଣୁ ୬ ଜିଲା ପରିଷଦ ଜୋନରେ ଭୋଟ ଫଳାଫଳକୁ ବିଭିନ୍ନ ମହଲରୁ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?