୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ ଜୋନ ରହିଛି। ଆସନ୍ତା ୧୮ ତାରିଖରେ ଚିକିଟି ଏବଂ ୨୦ ତାରିଖରେ ପାତ୍ରପୁରରେ ମତଦାନ ହେବ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାରରେ ତତ୍ପରତା ପ୍ରକାଶ ପାଇଛି। ପାତ୍ରପୁର ବ୍ଲକର ୩୩ନଂ ଜୋନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇଥିବାରୁ ବିଜେଡି ଓ ଭାଜପା ସହ ସିପିଏମ ପକ୍ଷରୁ ଜଣେ ଆଦିବାସୀ ପ୍ରାର୍ଥୀ ହୋଇଛନ୍ତି। ୩ ଜୋନରେ ୧୦ ଜଣ ମଇଦାନରେ ଅଛନ୍ତି। ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ଭୋଟ ଲଢ଼େଇ ଜୋରଦାର ହେଉଛି। ଶଙ୍ଖକୁ ପଦ୍ମ କଡ଼ା ମୁକାବିଲା କରୁଛି। ଗଞ୍ଜାମ ଜିଲାର ଅନ୍ୟ ସ୍ଥାନ ଭଳି ପାତ୍ରପୁରରେ ମଧ୍ୟ କଂଗ୍ରେସ କେବଳ ନାମକୁ ମାତ୍ର ମଇଦାନକୁ ଓହ୍ଲାଇଛି।
ଆନ୍ଧ୍ର ସୀମାନ୍ତରେ ଥିବା ପାତ୍ରପୁର ବ୍ଲକରେ ସଂଖ୍ୟାଧିକ ତେଲୁଗୁ ଭୋଟର ଅଛନ୍ତି। ମୁଖ୍ୟତଃ ବି.ନୂଆଗାଁ, ସାମନ୍ତିଆପଲ୍ଲୀ, ଜୟନ୍ତୀପୁର, ବରଙ୍ଗ ଓ ଗୁଡ଼ିପଦରରେ ଭାଜପା ଅଧିକ ପ୍ରଭାବ ବିସ୍ତାର କରିଛି। ଅବଶିଷ୍ଟ ୧୮ ପଞ୍ଚାୟତରେ ଶଙ୍ଖ-ପଦ୍ମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଲଢ଼େଇ ହେଉଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି। ପକେଟ ଭୋଟକୁ ସୁରକ୍ଷିତ ପାଇଁ ସିପିଏମ ଲଢ଼େଇ କରୁଛି। ସେହିପରି ଚିକିଟି ବ୍ଲକର ୧୭ ପଞ୍ଚାୟତରେ ମଧ୍ୟ ଭାଜପା ଓ ବିଜେଡି ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛି। ଏହି ବ୍ଲକର ୧୬ନଂ ଜୋନ ପାଇଁ କଂଗ୍ରେସକୁ ପ୍ରାର୍ଥୀ ନ ମିଳିବା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ୧୭ ଓ ୧୮ନଂ ଜୋନରେ ମୁଖ୍ୟତଃ କଂଗ୍ରେସ, ଭାଜପା ଓ ବିଜେଡିର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ବ୍ଲକରେ ମଧ୍ୟ ଅନେକ ଗ୍ରାମରେ ତେଲୁଗୁ ଭାଷାଭାଷି ଅଛନ୍ତି। ସୁରଳ, ସୁନାପୁର ଆଦି ମତ୍ସ୍ୟଜୀବୀ ବହୁଳ ଗ୍ରାମ ଚିକିଟି ବ୍ଲକ ଅନ୍ତର୍ଭୁକ୍ତ।
ଚିକିଟି ବିଧାନସଭା କ୍ଷେତ୍ରରେ ଚଳିତ ପଞ୍ଚାୟତ ନିର୍ବାଚନରେ ତେଲୁଗୁ ଭୋଟର ନିର୍ଣ୍ଣାୟକ ହେବେ ବୋଲି ରାଜନୈତିକ ସମୀକ୍ଷକ ପ୍ରାକ୍‌ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଏବଂ ସଂରକ୍ଷଣକୁ କେନ୍ଦ୍ର କରି ଶାସକ ବିଜେଡିରେ ଆରମ୍ଭରୁ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଇଛି। ଭାଜପା ଏହାର ଫାଇଦା ନେବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେ ସଫଳ ହେବ ସେ ନେଇ ଚର୍ଚ୍ଚା ହେଉଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟିକା ଓ ଭାଜପାର ବିଧାୟକ ପ୍ରାର୍ଥୀ ପ୍ରଚାର ମଇଦାନରେ ମଙ୍ଗ ଧରିଛନ୍ତି। ସୂଚନାଯୋଗ୍ୟ ଦୀର୍ଘ ବର୍ଷରୁ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଦମଦାର ଲଢ଼େଇ ହେଉଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଭାଜପା ଦ୍ୱିତୀୟ ସ୍ଥାନକୁ ଉଠିବାରୁ କଂଗ୍ରେସ ତଳିତଳାନ୍ତ ହୋଇଯାଇଛି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ନ ରହିବା ଇତିହାସ ସୃଷ୍ଟି କରିଛି। ପୁରୁଣା କଂଗ୍ରେସ ନେତାଙ୍କ ପରିବାରରେ ରାଜନୈତିକ ବିବାଦ ଘନୀଭୂତ ହୋଇଛି। ପଞ୍ଚାୟତ ନିର୍ବାଚନରେ ଜଣେ ଭାଇ ଭାଜପାର ମଙ୍ଗୁଆଳ ସାଜିଥିବା ବେଳେ ଆଉ ଜଣେ ତୁରୁବୁଡ଼ି ଓ ନୂଆଗଡ଼ ଅଞ୍ଚଳରେ କଂଗ୍ରେସ ନେତା ସାଜିଛନ୍ତି। କଂଗ୍ରେସ ସପରିବାର ବିଭାଜିତର ବିଜେଡି ସୁଯୋଗ ନେଉଛି। ଏବେ ରାଜନୀତି ସ୍ଥିତି ବଦଳିବାରେ ଲାଗିଛି। ଆଦିବାସୀ ବହୁଳ ପଞ୍ଚାୟତମାନଙ୍କରେ ପାହାଡ଼ ଉପରେ ପଦ୍ମ ଫୁଟିବାରେ ଲାଗିଛି। ତେଣୁ ୬ ଜିଲା ପରିଷଦ ଜୋନରେ ଭୋଟ ଫଳାଫଳକୁ ବିଭିନ୍ନ ମହଲରୁ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଢା ଭିତରେ ହେଲା ବାହୁଡା ଯାତ୍ରା

ଧରାକୋଟ,୨ା୭(ଡି.ଏନ୍‌.ଏ.)- ଓଡ଼ିଶାର ଯେତେ ଗଡ଼ଜାତ ରାଜ୍ୟ ରହିଛି ସେଥିମଧ୍ୟରୁ ଧରାକୋଟ ଗଡ଼ର ବାହୁଡ଼ା ଯାତ୍ରା ନିଆରା। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ଶହ ଶହ...

ମହାଗୁଡ଼ି, ତାଜୁଙ୍ଗିଆ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୬।୭(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ପକ୍କାରାସ୍ତା ନ ଥିବା ବିଭିନ୍ନ ଗ୍ରାମବାସୀଙ୍କ ସମସ୍ୟା ବଢିଯାଇଛି। ତାଜୁଙ୍ଗିଆ...

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଗଞ୍ଜେଇ ଜବତ, ୨ ଅଣଓଡ଼ିଆ ଯୁବକ ଗିରଫ

ଦିଗପହଣ୍ଡି,୧୩ା୬(ଡି.ଏନ.ଏ.)-ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟରୁ ବୁଧବାର ସକାଳେ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିହାର ପ୍ରଦେଶ ବୈଶାଳୀ...

ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ମହାନତା, ଗରିବଙ୍କୁ ବଢ଼ାଉଛନ୍ତି ସହାୟତାର ହାତ

ପୁରୁଷୋତ୍ତମପୁର,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଡଙ୍କାରି ଗ୍ରାମର ଭାଣ୍ଡି ଗୌରିଶଙ୍କର (୫୫)ଙ୍କ ହାର୍ଟ ସମସ୍ୟା ନେଇ ସେ ମୁମ୍ବାଇର ଫ୍ଳାଟଇନାମା ହସ୍ପିଟାଲ ଚିକିତ୍ସା ଲାଗି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌର କାଉନସିଲର

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ବିଜେଡି ସଭ୍ୟାସଭ୍ୟ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ...

ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ: ମିଶିଲା କି ତପସ୍ବିନୀ ସୁମିତଙ୍କ ମନ?

ବ୍ରହ୍ମପୁର ଅଫିସ,୯।୧୨(ଡି.ଏନ୍‌.ଏ.): ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ବିନୀ ଓରଫ ଡିମ୍ପଲ। ବହୁ ବାଦ ବିବାଦ ପରେ ସ୍ବାମୀ ଓ ସ୍ତ୍ରୀଙ୍କୁ...

ଗଞ୍ଜାମ ଜିଲାର ୨୬୮କ୍ୱାରାଣ୍ଟାଇନ ସେଣ୍ଟରରେ ଦୈନିକ ଚାଲିଛି ମନିଟରିଂ

ଛତ୍ରପୁର, ୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୨୬୮ଟି କ୍ୱାରାଣ୍ଟାଇନ ସେଣ୍ଟରରେ ୧୭ ହଜାର ୨୪୪ ଜଣ ରହିଛନ୍ତି। ଦୈନିକ ସ୍ଥାନୀୟ ଥାନା...

Advertisement
Archives

Model This Week