ସିଏଜି ରିପୋର୍ଟକୁ ନେଇ ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୬।୪(ବ୍ୟୁରୋ): ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତି ଖୋର ଓ ଭଷ୍ଟ୍ରାଚାରୀ ହୋଇଚାଲିଛି। ଓଡିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍‌ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ରାଜ୍ୟ ସରକାର ପୋଷିଛନ୍ତ। ଆଇନ କାନୁନ, ନିୟମ, ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ରାଜସ୍ବ ହାନୀ କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ସହ ରାଜ୍ୟବାସୀଙ୍କୁ ଦାରିଦ୍ୟ ଆଡକୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ସିଏଜି ରିପୋର୍ଟ ଅନୁସାରେ ଉଭୟ ବିଦ୍ୟୁତ କ୍ଷେତ୍ର ଏବଂ ଜମି ଦୁର୍ନୀତିରେ ରାଜ୍ୟ ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଥିବା ପ୍ରମାଣ ହୋଇଛି। ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ଯୋଗ୍ୟତା ନ ଥିବା ୫ ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ। ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବା ଏକ ଘରୋଇ କମ୍ପାନୀକୁ ୯୫ ଟ୍ରାନ୍ସଫରମର ଲଗାଇବାକୁ ଅନୁମତି ଦିଆଗଲା। ସେହିପରି ବିଭିନ୍ନ କମ୍ପାନୀ ହାତରେ କାମ ମନଇଚ୍ଛା ଦେଇ ଦିଆଗଲା। ଓପିଟିସିଏଲ ପାଖରେ ଟ୍ରାନ୍ସଫରମର ଲଗାଇବାକୁ କ୍ଷମତା ଥିବା ସତ୍ୱେ ଘରୋଇ କମ୍ପାନୀକୁ ଲାଭ ଦେବା ଲାଗି ସୁଯୋଗ ଦିଆଯାଇଛି। ଅନେକ ସ୍ଥାନରେ ସବ୍‌ଷ୍ଟେଶନ ବସାଯାଇନାହିଁ। ଘରୋଇ ପୁଞ୍ଜିପତିଙ୍କ ପାଇଁ ସରକାର ଜମି ମାଫିଆ ସାଜିଛନ୍ତି। ନୂଆ ପଲିସିରେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନ କରି ଘରୋଇ କମ୍ପାନୀକୁ ଆବଶ୍ୟକତା ଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।
ବିଜେଡି କିନ୍ତୁ ଭାଜପା ଅଭିଯୋଗକୁ ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ବିଧି ବିଧାନ ସଂକ୍ରାନ୍ତରେ ଅବହିତ ନ ହୋଇ ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ଭାଜପା ନେତ୍ରୀ ସିଏଜି ରିପୋର୍ଟ ଉପରେ ଯେଭଳି ପୁଳାଏ ଅସତ୍ୟ କହିଛନ୍ତି ଯାହା ସମ୍ପୂର୍ଣ୍ଣ, ଅବାସ୍ତବ, କପୋଳକଳ୍ପିତ ଏବଂ ଭିତ୍ତିହୀନ। ଲେଖାଶ୍ରୀ ବୋଧହୁଏ ଜାଣିନାହାନ୍ତି ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେଲାପରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍‌ କମିଟିରେ ତାର ତର୍ଜମା କରାଯାଏ। ସେହି କମିଟି ଅଧ୍ୟକ୍ଷ ବିରୋଧୀ ଦଳର ନେତା ବିଧାୟକ ପ୍ରଦୀପ୍ତ ନାଏକ। ପବ୍ଲିକ ଆକାଉଣ୍ଟସ୍‌ କମିଟି ତର୍ଜମା କରିବା ପୂର୍ବରୁ ଭାଜପା ନେତ୍ରୀ ତରବରିଆ ଭାବେ ବକ୍ତବ୍ୟ ରଖିବା ତାଙ୍କର ଅଜ୍ଞାନତାକୁ ପରିପ୍ରକାଶ କରୁଛି। ଯଦି ଜଣେ ବିଧାୟକ ଥାଆନ୍ତେ ତେବେ ବିଧି ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହୋଇଥାନ୍ତେ। ସିଏଜି ଏ ପ୍ରକାରର ରିପୋର୍ଟ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାରମାନଙ୍କୁ ପ୍ରଦାନ କରିଥାଆନ୍ତି ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri