Posted inଜାତୀୟ

ଭାଜପା-ଏଆଇଏଡିଏମକେ ଫାଟ ବଢ଼ିଲା…

ଚେନ୍ନାଇ,୧୩।୬ : ତାମିଲନାଡୁ ଭାଜପା ସଭାପତି କେ. ଅନ୍ନାମଲାଇଙ୍କ ସଦ୍ୟତମ ବିବୃତ୍ତି ଦକ୍ଷିଣରେ ନିଜର ପାଦକୁ ସୁଦୃଢ଼ କରିବା ପାଇଁ ଭାଜପାର ଉଦ୍ୟମକୁ ବଡ଼ ଝଟକା ଦେଇପାରେ। ବାସ୍ତବରେ, ଅନ୍ନାମଲାଇ ଦେଇଥିବା ସାକ୍ଷାତକାରରେ ପରୋକ୍ଷରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସହଯୋଗୀ ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷା ଜେ. ଜୟଲଳିତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଆନ୍ନାମଲାଇଙ୍କ ବିବୃତ୍ତି ନେଇ ସହଯୋଗୀ ଏଆଇଏଡିଏମକେ ଅସନ୍ତୁଷ୍ଟ ହୋଇଛି । ଦଳ ମେଣ୍ଟ ଭାଙ୍ଗିବାକୁ ଧମକ ଦେଇଛି।

ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଠ ଏଆଇଏଡିଏମକେ ନେତା ଡି . ଜୟକୁମାର କହିଛନ୍ତି ଅନ୍ନାମଲାଇ କୌଣସି ଦଳର ରାଜ୍ୟ ସଭାପତି ହେବା କୁ ଅଯୋଗ୍ୟ। ସେ ବୁଝି ବିଚାରି କହିବାର ଥିଲା। ଆମେ ଅନୁଭବ କରୁଛୁ ସେ ମିଳିତ ମେଣ୍ଟକୁ ଆଗକୁ ବଢ଼଼ାଇବାକୁ ଚାହୁଁନାହାଁନ୍ତି । ସେ ଚାହୁଁନାହାଁନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ନିର୍ବାଚନରେ ଜିତନ୍ତୁ। ଅନାମଲାଇ ତାମିଲନାଡୁ ରାଜନୀତିର ଇତିହାସ ଜାଣନ୍ତି ନାହିଁ।

ଜୟକୁମାର କହିଛନ୍ତି ଆଜି ଯଦି ନିର୍ବାଚନ ଅନୁଷ୍ଠିତ ହେବ ତେବେ ଏଆଇଏଡିଏମକେ ନେତୃତ୍ୱାଧୀନ ମିଳିତ ମଞ୍ଚ ୩୦ଟି ଲୋକସଭା ଆସନ ଜିତିବାକୁ ସକ୍ଷମ। କର୍ନାଟକରେ ଭାଜପା ପକ୍ଷରୁ ଅନ୍ନାମଲାଇଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ଦଳ ଜିତିବାରେ ବିଫଳ ହୋଇଥିଲା। ଜଣେ ମୃତ ବ୍ୟକ୍ତିଙ୍କ ଉପରେ ମନ୍ତବ୍ୟ ଦେବା ନିନ୍ଦନୀୟ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅନ୍ନାମଲାଇଙ୍କ ମନ୍ତବ୍ୟରେ ଲଭାମ ଦେବା ଉଚିତ। ଏପରି ନ ଆମ ଦଳ ମିଳିତ ମେଣ୍ଟ ଉପରେ ବିଚାର କରିବ।

ତାମିଲନାଡୁର ପାର୍ଟି ବିଦୁଥାଇ ଚିରୁଥାଇଗାଲ କାଚି ସଭାପତି ଥିରୁମାଭାଲାଭାନ ମଧ୍ୟ ଅନ୍ନାମଲାଇଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାଜପା ଆମର ସହଯୋଗୀ ଏଆଇଏଡିଏମକେ ଏବଂ ପୂର୍ବତନ ସିଏମ ଜୟଲଳିତାଙ୍କୁ ସମାଲୋଚନା କରୁଛି। ଏହିପରି ବ୍ୟବହାର କରିବା ଠିକ ନୁହେଁ । ସେ ପୂର୍ବତନ ସିଏମଙ୍କ ସହିତ ତାମିଲନାଡୁକୁ ଅପମାନିତ କରୁଛନ୍ତି। ତାମିଲନାଡୁକୁ ସବୁଠାରୁ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିଥିବା ନେଇ ତିରୁମାଭାଲାଭାନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍ତର ଭାରତର ରାଜ୍ୟରେ ଭାଜପା ଶାସିତ ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ନାହିଁ। କିନ୍ତୁ ସେ ଜାଣିଶୁଣି ତାମିଲନାଡୁକୁ ଅପମାନିତ କରୁଛନ୍ତି।

ସୂଚନାଯୋଗ୍ୟ, ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ କେ ଅନ୍ନାମଲାଇ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ତାମିଲନାଡୁର ଅନେକ ସରକାର ଦୁର୍ନୀତିଗ୍ରସ୍ତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାମିଲନାଡୁ ହେଉଛି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଜ୍ୟ ମଧ୍ୟରୁ ଗୋଟିଏ। ଅନ୍ନାମଲାଇଙ୍କ ବିବୃତ୍ତି ପୂର୍ବତନ ସିଏମ ଜୟଲଳିତାଙ୍କୁ ଟାର୍ଗେଟ କରାଯାଇଥିବା ବିବେଚନା କରାଯାଉଛି। ତାଙ୍କ ନାମ ବେଆଇନ ସମ୍ପତ୍ତି ମାମଲାରେ ଆସିଥିଲା କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା।

କର୍ନାଟକରେ ପରାଜୟ ପରେ ଦକ୍ଷିଣ ଭାରତରୁ ଭାଜପା ପ୍ରାୟ ନିଜର ସ୍ଥିତି ହରାଇଛି। ତେବେ ଦଳ ଦକ୍ଷିଣରେ ନିଜର ସ୍ଥିତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ଛାଡି ନାହିଁ। ନିକଟରେ ଅମିତ ଶାହା ତାମିଲନାଡୁ ଗସ୍ତରେ ଆସିଥିଲେ ଏବଂ ଏହି ସମୟରେ ସେ ରାଜ୍ୟରେ ୨୫ ଟି ଲୋକସଭା ଆସନ ଜିତିବାର ଲକ୍ଷ୍ୟ ରଖିଥିଲେ। ତେବେ ଯଦି ଅନ୍ନାମଲାଇଙ୍କ ବିବୃତ୍ତି ପରେ ଭାଜପା ସହିତ ଏଆଇଏଡିଏମକେର ମେଣ୍ଟ ଭାଙ୍ଗିଯାଏ, ତେବେ ଦକ୍ଷିଣରେ ପାଦ ଥାପିବା ପାଇଁ ଭାଜପାର ଉଦ୍ୟମକୁ ଏହା ଏକ ବଡ ଝଟକା ମିଳିପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?