Posted inଜାତୀୟ

କର୍ପୋରେଟର କିଣାବିକା ଆରୋପ ପ୍ରତ୍ୟାରୋପ ଆଣିଲେ ଭାଜପା-ଏଏପି, କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଅଫର…

ନୂଆଦିଲ୍ଲୀ,୧୦।୧୨ : ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପି ଭାଜପାର ୧୫ ବର୍ଷା ଶାସନକୁ ସମାପ୍ତ କରିଛି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଏବେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି। ଭାଜପା ମିଡ଼ିଆ ସେଲ ଦାୟିତ୍ୱରେ ଥିବା ହରିଶ ଖୁରାନାଙ୍କ କହିବାନୁସାରେ, ଏଏପିର ଏଜେଣ୍ଟମାନେ ଏବେ ଭାଜପା କର୍ପୋରେଟରମାନଙ୍କୁ ପ୍ରଲୋଭିତ କରିବାରେ ବ୍ୟସ୍ତ ଅଛନ୍ତି। ସେ କହିଛନ୍ତି ଯେ ଆମର ପ୍ରମାଣ ଅଛି ଯାହା ଆଜି ଆମେ ଦେଖାଉଛୁ।

ଏପରିକି ଭାଜପା କର୍ପୋରେଟର ମୋନିକା ପନ୍ତଙ୍କ ଘରକୁ ଯାଇଥିବା ଶିଖା ଗର୍ଗଙ୍କ ଫୋନ କଲ ବିବରଣୀ ଏବଂ ସିସିଟିଭି ଫୁଟେଜ ମଧ୍ୟ ଉପଲବ୍ଧ ଥିବା ସେ ହକିଛନ୍ତି। ଏସିବିରେ ମଧ୍ୟ ଆମେ ଏହା ଉପରେ ଅଭିଯୋଗ କରିବୁ ବୋଲି ସେ କହିଛନ୍ତି।

ଭାଜପାର ଏହି ଅଭିଯୋଗ ପରେ ଆମ ଆଦମୀ ପାର୍ଟି ଏମପି ମଧ୍ୟ ତାଙ୍କର ୩ ଜଣ କର୍ପୋରେଟରଙ୍କୁ ଗଣମାଧ୍ୟମ ସମ୍ମିଳନୀକୁ ନେଇଥିଲେ। ଯେଉଁଠାରେ ଏଏପି କର୍ପୋରେଟରମାନଙ୍କୁ ଡାକିବା ଏବଂ କିଣିବା ଅଭିଯୋଗ କରାଯାଇଛି। ଏହି ସମ୍ମିଳନୀରେ ଏଏପି କର୍ପୋରେଟରମାନେ ସେମାନଙ୍କୁ ଧମକ ମଧ୍ୟ ମିଳିଥିବା ଅଭିଯୋଗ କରିଛନ୍ତି। ଏଏପି ଅନୁଯାୟୀ, ଭାଜପା ପକ୍ଷରୁ କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଟଙ୍କାର ଅଫର ପ୍ରଦାନ କରାଯାଇଥିଲା। ଭାଜପା ଅପରେଶନ ଲୋଟସ ଚଳାଉଥିବାର ଅଭିଯୋଗ ଏଏପି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri