Posted inଜାତୀୟ

କର୍ପୋରେଟର କିଣାବିକା ଆରୋପ ପ୍ରତ୍ୟାରୋପ ଆଣିଲେ ଭାଜପା-ଏଏପି, କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଅଫର…

ନୂଆଦିଲ୍ଲୀ,୧୦।୧୨ : ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପି ଭାଜପାର ୧୫ ବର୍ଷା ଶାସନକୁ ସମାପ୍ତ କରିଛି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଏବେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି। ଭାଜପା ମିଡ଼ିଆ ସେଲ ଦାୟିତ୍ୱରେ ଥିବା ହରିଶ ଖୁରାନାଙ୍କ କହିବାନୁସାରେ, ଏଏପିର ଏଜେଣ୍ଟମାନେ ଏବେ ଭାଜପା କର୍ପୋରେଟରମାନଙ୍କୁ ପ୍ରଲୋଭିତ କରିବାରେ ବ୍ୟସ୍ତ ଅଛନ୍ତି। ସେ କହିଛନ୍ତି ଯେ ଆମର ପ୍ରମାଣ ଅଛି ଯାହା ଆଜି ଆମେ ଦେଖାଉଛୁ।

ଏପରିକି ଭାଜପା କର୍ପୋରେଟର ମୋନିକା ପନ୍ତଙ୍କ ଘରକୁ ଯାଇଥିବା ଶିଖା ଗର୍ଗଙ୍କ ଫୋନ କଲ ବିବରଣୀ ଏବଂ ସିସିଟିଭି ଫୁଟେଜ ମଧ୍ୟ ଉପଲବ୍ଧ ଥିବା ସେ ହକିଛନ୍ତି। ଏସିବିରେ ମଧ୍ୟ ଆମେ ଏହା ଉପରେ ଅଭିଯୋଗ କରିବୁ ବୋଲି ସେ କହିଛନ୍ତି।

ଭାଜପାର ଏହି ଅଭିଯୋଗ ପରେ ଆମ ଆଦମୀ ପାର୍ଟି ଏମପି ମଧ୍ୟ ତାଙ୍କର ୩ ଜଣ କର୍ପୋରେଟରଙ୍କୁ ଗଣମାଧ୍ୟମ ସମ୍ମିଳନୀକୁ ନେଇଥିଲେ। ଯେଉଁଠାରେ ଏଏପି କର୍ପୋରେଟରମାନଙ୍କୁ ଡାକିବା ଏବଂ କିଣିବା ଅଭିଯୋଗ କରାଯାଇଛି। ଏହି ସମ୍ମିଳନୀରେ ଏଏପି କର୍ପୋରେଟରମାନେ ସେମାନଙ୍କୁ ଧମକ ମଧ୍ୟ ମିଳିଥିବା ଅଭିଯୋଗ କରିଛନ୍ତି। ଏଏପି ଅନୁଯାୟୀ, ଭାଜପା ପକ୍ଷରୁ କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଟଙ୍କାର ଅଫର ପ୍ରଦାନ କରାଯାଇଥିଲା। ଭାଜପା ଅପରେଶନ ଲୋଟସ ଚଳାଉଥିବାର ଅଭିଯୋଗ ଏଏପି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରବର୍ତ୍ତୀ ସ୍ଥିତି ବିଶ୍ୱ ଅର୍ଥନୀତି ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ- ୟୁରୋପ ସଂଘ(ଇୟୁ) ସମିଟ୍‌କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଅର୍ଥନୀତି ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ...

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ...

ମୋ ମନ୍ତବ୍ୟ ପାଇଁ ମୁଁ ଜେଲ ଯିବାକୁ ପ୍ରସ୍ତୁତ: ମହୁଆ ମୋଇତ୍ର…

ନୂଆଦିଲ୍ଲୀ,୧୬।୩ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଝଡ଼ତୋଫାନ ବୋଲି ପ୍ରମାଣିତ ହେଉଛି। ଲଗାତାର ତିନି ଦିନ ଧରି ସଂସଦର ଉଭୟ ଗୃହ,...

୨୦୩୦ ପର୍ଯ୍ୟନ୍ତ ଆବୁ ସାଲେମଙ୍କୁ ମୁକ୍ତ କରିହେବ ନାହିଁ , ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ୨୦୩୦ ପର୍ଯ୍ୟନ୍ତ ମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ତାଙ୍କର ୨୫ ବର୍ଷର ଜେଲ...

ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଡାକ୍ତରଙ୍କୁ ସୁପାରି

କୋଟା(ରାଜସ୍ଥାନ),୨୦।୧: ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଜଣେ ଡାକ୍ତରଙ୍କୁ ସୁପାରି ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ...

ସୋନାଲି ଫୋଗାଟ ମୃତ୍ୟୁ ମାମଲା, ହରିୟାଣା ଯିବ ଗୋଆ ପୋଲିସ

ପଣଜୀ,୩୦ ।୮: ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାର ଯାଞ୍ଚ କରିବାକୁ ଗୋଆ ପୋଲିସର...

ଆଜମଙ୍କୁ ଭେଟିଲେ ଏସ୍‌ପି ମୁଖ୍ୟ ଅଖିଳେଶ

ନୂଆଦିଲ୍ଲୀ,୧୬।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ବର୍ତ୍ତମାନ ଦିଲ୍ଲୀର...

ମହାମାରୀ ଲଢ଼େଇରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ନଡ୍ଡା…

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟି ଭାଜପାର ଜାତୀୟ କାର୍ଯ୍ୟକାରିଣୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ରାଷ୍ଟ୍ରୀୟ...

Advertisement
Archives

Model This Week