ଜଗତ୍‌ସିଂହପୁର ଆସନକୁ ନେଇ ଚିନ୍ତାରେ ବିଜେଡି

ଜଗତ୍‌ସିଂହପୁର ଅଫିସ,୧୦ା୪: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ବିବାଦ ମୁଣ୍ଡ ଟେକିଥିଲା। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ପୁନର୍ବାର ଏହି ଆସନକୁ ନେଇ ଦଳରେ ଗୋଷ୍ଠୀ ବିବାଦ ଉପୁଜିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।
ଗତ ନିର୍ବାଚନରେ ଏକାଧିକ ବାର ବିଧାୟକ ହୋଇଥିବା ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଏହି ଆସନରୁ ପ୍ରାର୍ଥୀ ହେବାକୁ ମନା କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ସ୍ବର୍ଗତ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଅମରେନ୍ଦ୍ର ଦାସ ପ୍ରାର୍ଥୀ ଦୌଡରେ ଥିଲେ। କିନ୍ତୁ ସ୍ବର୍ଗତ ଦାସ ଅନ୍ୟ ଜଣଙ୍କୁ ଚାହୁଁଥିବା ଆଲୋଚନା ହୋଇଥିଲା। ଏହା ପରେ ବିଷ୍ଣୁଙ୍କ ସହ ଅମରେନ୍ଦ୍ରଙ୍କ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଉକ୍ତ ନିର୍ବାଚନରେ ବିଷ୍ଣୁଙ୍କୁ ତିର୍ତ୍ତୋଲ ଓ ବାଲିକୁଦା-ଏରସମା ନେତା ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହଠାତ୍‌ ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଭାବେ ଘୋଷଣା କରିଥିଲା। ଏହାପରେ ଦଳୀୟ ବିବାଦ ଘନେଇଥିଲା। ଅମରେନ୍ଦ୍ରଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କୁ ବିରୋଧ କରି ଜଗତ୍‌ସିଂହପୁରରେ ପୋଡାଜଳାଠାରୁ ଆରମ୍ଭ କରି ଲଗାତର ଶୋଭାଯାତ୍ରା କରି ପ୍ରତିବାଦ କରିଥିଲେ। ଏପରିକି ନବୀନ ନିବାସ ସମ୍ମୁଖରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଘଟଣା ୪ ବର୍ଷ ପୂର୍ବେ ଅର୍ଥାତ୍‌ ୭ ଏପ୍ରିଲ ୨୦୧୯ରେ ହୋଇଥିଲା। ସେତେବେଳେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅମରେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଦଳ ପାଇଁ ତ୍ୟାଗ ନିରର୍ଥକ ଯିବନାହିଁ । ତେଣୁ ଏବେ ଦଳ ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଚାଲ। ଦଳୀୟ ଏମ୍‌ପି ପ୍ରାର୍ଥୀଙ୍କ ସମେତ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାମ କର ବୋଲି ପରାମର୍ଶ ଦେଇଥିଲେ। ଏହାପରେ ଅମରେନ୍ଦ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସେ ସନ୍ତୁଷ୍ଟ। ହେଲେ ଜଗତ୍‌ସିଂହପୁରରେ ପ୍ରଶାନ୍ତଙ୍କ ସହ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ତାହା ମାନି କାମ କରିବେ ବୋଲି କହିଥିଲେ। ସେତେବେଳେ ଏହି ବିବାଦ ପ୍ରଶମିତ ହୋଇଥିଲା। ଜିଲାର ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଅମରେନ୍ଦ୍ରଙ୍କୁ ଦଳର ଜିଲା ସଭାପତି ଓ ପରେ କାଜୁ ନିଗମ ଅଧ୍ୟକ୍ଷ ପଦ ଦାୟିତ୍ୱ ଦିଆଯାଇଥିଲା। ଏସବୁରେ ଅମରେନ୍ଦ୍ର ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ପ୍ରଶାନ୍ତ ମଧ୍ୟ ଖୁବ୍‌ କମ୍‌ଦିନ ଭିତରେ ନିଜର ରାଜନୈତିକ ବିଚକ୍ଷଣତା ବଳରେ କଂଗ୍ରେସର ହେଭିୱେଟ୍‌ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ହରାଇଥିବାରୁ ଦଳରେ ନିଜର ପତିଆରା ଦେଖାଇ ପାରିଥିଲେ। ପରବର୍ତ୍ତୀ ସମୟରେ ଅମରେନ୍ଦ୍ରଙ୍କ ହାତରୁ ଦଳ ଜିଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦ ପର୍ଯ୍ୟାୟକ୍ରମେ ଚାଲିଯାଇଥିଲା। ଏବେ ଅମରେନ୍ଦ୍ରଙ୍କ ପାଖରେ ଜଗତ୍‌ସିଂହପୁରରେ କୌଣସି ଦଳୀୟ କ୍ଷମତା ନ ଥିବା ବେଳେ ପ୍ରଶାନ୍ତଙ୍କ ଶକ୍ତି ବଢ଼ିଛି। ତାଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଭଳି ମର୍ଯ୍ୟାଦାଜନକ ପଦବୀ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଅମରେନ୍ଦ୍ରଙ୍କଠାରୁ ପ୍ରଶାନ୍ତ ଦଳରେ ଭାରି ରହିଛନ୍ତି। ଅମରେନ୍ଦ୍ର ଏହା ଭିତରେ ବନ୍ଧୁମିଳନ ନାମରେ ସମାନ୍ତରାଳଭାବେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ଅପରପକ୍ଷେ ହିନ୍ଦୁସ୍ତାନ ସ୍ପୋର୍ଟିଂ ପକ୍ଷରୁ ଜାତୀୟସ୍ତର କ୍ରିକେଟ ଟୁର୍ନାମେଣ୍ଟ ଆନେକ୍ସ କପ୍‌ ଆୟୋଜନରେ କିଛି ବର୍ଷ ବାଧା ସୃଷ୍ଟି ହୋଇଥିଲା। ଏହା ପଛରେ ଏହି ଗୋଷ୍ଠୀ ବିବାଦ ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ଅମରେନ୍ଦ୍ର ହିନ୍ଦୁସ୍ତାନ ସ୍ପୋର୍ଟିଂର ଉପଦେଷ୍ଟା ଥିବାରୁ ସେ ନିରାଶ ଅନୁଭବ କରିଥିଲେ। କିନ୍ତୁ ଚଳିତବର୍ଷ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆନେକ୍ସ କପ୍‌ପାଇଁ ଅନୁମତି ମିଳିବାରୁ ଅମରେନ୍ଦ୍ର ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିଛନ୍ତି। କିନ୍ତୁ ଏହି ଆସନକୁ ନେଇ ପ୍ରଶାନ୍ତ ଓ ଅମରେନ୍ଦ୍ରଙ୍କ ମଧ୍ୟରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏ ପରିସ୍ଥିତିରେ ଦଳ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri