ଜଗତ୍‌ସିଂହପୁର ଆସନକୁ ନେଇ ଚିନ୍ତାରେ ବିଜେଡି

ଜଗତ୍‌ସିଂହପୁର ଅଫିସ,୧୦ା୪: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ବିବାଦ ମୁଣ୍ଡ ଟେକିଥିଲା। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ପୁନର୍ବାର ଏହି ଆସନକୁ ନେଇ ଦଳରେ ଗୋଷ୍ଠୀ ବିବାଦ ଉପୁଜିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।
ଗତ ନିର୍ବାଚନରେ ଏକାଧିକ ବାର ବିଧାୟକ ହୋଇଥିବା ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଏହି ଆସନରୁ ପ୍ରାର୍ଥୀ ହେବାକୁ ମନା କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ସ୍ବର୍ଗତ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଅମରେନ୍ଦ୍ର ଦାସ ପ୍ରାର୍ଥୀ ଦୌଡରେ ଥିଲେ। କିନ୍ତୁ ସ୍ବର୍ଗତ ଦାସ ଅନ୍ୟ ଜଣଙ୍କୁ ଚାହୁଁଥିବା ଆଲୋଚନା ହୋଇଥିଲା। ଏହା ପରେ ବିଷ୍ଣୁଙ୍କ ସହ ଅମରେନ୍ଦ୍ରଙ୍କ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଉକ୍ତ ନିର୍ବାଚନରେ ବିଷ୍ଣୁଙ୍କୁ ତିର୍ତ୍ତୋଲ ଓ ବାଲିକୁଦା-ଏରସମା ନେତା ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହଠାତ୍‌ ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଭାବେ ଘୋଷଣା କରିଥିଲା। ଏହାପରେ ଦଳୀୟ ବିବାଦ ଘନେଇଥିଲା। ଅମରେନ୍ଦ୍ରଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କୁ ବିରୋଧ କରି ଜଗତ୍‌ସିଂହପୁରରେ ପୋଡାଜଳାଠାରୁ ଆରମ୍ଭ କରି ଲଗାତର ଶୋଭାଯାତ୍ରା କରି ପ୍ରତିବାଦ କରିଥିଲେ। ଏପରିକି ନବୀନ ନିବାସ ସମ୍ମୁଖରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଘଟଣା ୪ ବର୍ଷ ପୂର୍ବେ ଅର୍ଥାତ୍‌ ୭ ଏପ୍ରିଲ ୨୦୧୯ରେ ହୋଇଥିଲା। ସେତେବେଳେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅମରେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ଦଳ ପାଇଁ ତ୍ୟାଗ ନିରର୍ଥକ ଯିବନାହିଁ । ତେଣୁ ଏବେ ଦଳ ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଚାଲ। ଦଳୀୟ ଏମ୍‌ପି ପ୍ରାର୍ଥୀଙ୍କ ସମେତ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାମ କର ବୋଲି ପରାମର୍ଶ ଦେଇଥିଲେ। ଏହାପରେ ଅମରେନ୍ଦ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସେ ସନ୍ତୁଷ୍ଟ। ହେଲେ ଜଗତ୍‌ସିଂହପୁରରେ ପ୍ରଶାନ୍ତଙ୍କ ସହ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ତାହା ମାନି କାମ କରିବେ ବୋଲି କହିଥିଲେ। ସେତେବେଳେ ଏହି ବିବାଦ ପ୍ରଶମିତ ହୋଇଥିଲା। ଜିଲାର ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଅମରେନ୍ଦ୍ରଙ୍କୁ ଦଳର ଜିଲା ସଭାପତି ଓ ପରେ କାଜୁ ନିଗମ ଅଧ୍ୟକ୍ଷ ପଦ ଦାୟିତ୍ୱ ଦିଆଯାଇଥିଲା। ଏସବୁରେ ଅମରେନ୍ଦ୍ର ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ପ୍ରଶାନ୍ତ ମଧ୍ୟ ଖୁବ୍‌ କମ୍‌ଦିନ ଭିତରେ ନିଜର ରାଜନୈତିକ ବିଚକ୍ଷଣତା ବଳରେ କଂଗ୍ରେସର ହେଭିୱେଟ୍‌ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ହରାଇଥିବାରୁ ଦଳରେ ନିଜର ପତିଆରା ଦେଖାଇ ପାରିଥିଲେ। ପରବର୍ତ୍ତୀ ସମୟରେ ଅମରେନ୍ଦ୍ରଙ୍କ ହାତରୁ ଦଳ ଜିଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦ ପର୍ଯ୍ୟାୟକ୍ରମେ ଚାଲିଯାଇଥିଲା। ଏବେ ଅମରେନ୍ଦ୍ରଙ୍କ ପାଖରେ ଜଗତ୍‌ସିଂହପୁରରେ କୌଣସି ଦଳୀୟ କ୍ଷମତା ନ ଥିବା ବେଳେ ପ୍ରଶାନ୍ତଙ୍କ ଶକ୍ତି ବଢ଼ିଛି। ତାଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଭଳି ମର୍ଯ୍ୟାଦାଜନକ ପଦବୀ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଅମରେନ୍ଦ୍ରଙ୍କଠାରୁ ପ୍ରଶାନ୍ତ ଦଳରେ ଭାରି ରହିଛନ୍ତି। ଅମରେନ୍ଦ୍ର ଏହା ଭିତରେ ବନ୍ଧୁମିଳନ ନାମରେ ସମାନ୍ତରାଳଭାବେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ଅପରପକ୍ଷେ ହିନ୍ଦୁସ୍ତାନ ସ୍ପୋର୍ଟିଂ ପକ୍ଷରୁ ଜାତୀୟସ୍ତର କ୍ରିକେଟ ଟୁର୍ନାମେଣ୍ଟ ଆନେକ୍ସ କପ୍‌ ଆୟୋଜନରେ କିଛି ବର୍ଷ ବାଧା ସୃଷ୍ଟି ହୋଇଥିଲା। ଏହା ପଛରେ ଏହି ଗୋଷ୍ଠୀ ବିବାଦ ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ଅମରେନ୍ଦ୍ର ହିନ୍ଦୁସ୍ତାନ ସ୍ପୋର୍ଟିଂର ଉପଦେଷ୍ଟା ଥିବାରୁ ସେ ନିରାଶ ଅନୁଭବ କରିଥିଲେ। କିନ୍ତୁ ଚଳିତବର୍ଷ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆନେକ୍ସ କପ୍‌ପାଇଁ ଅନୁମତି ମିଳିବାରୁ ଅମରେନ୍ଦ୍ର ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିଛନ୍ତି। କିନ୍ତୁ ଏହି ଆସନକୁ ନେଇ ପ୍ରଶାନ୍ତ ଓ ଅମରେନ୍ଦ୍ରଙ୍କ ମଧ୍ୟରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏ ପରିସ୍ଥିତିରେ ଦଳ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?