ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋରଦାର ହେଉଥିବାବେଳେ ଏଥର ଏହି ଆସନରେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେଡି ବର୍ତ୍ତମାନର ବିଧାୟକ ଧ୍ରୁବ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ କେନ୍ଦ୍ରାପଡ଼ା ଜିଲାପରିଷଦ ଉପସଭାପତି ଅଶୋକ କୁମାର ପ୍ରତିହାରୀଙ୍କୁ ଟିକେଟ ଦେଇଛି। ସେହିପରି ଭାଜପା ନବାଗତ ନେତା ଲଳିତ କୁମାର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ଭାଜପା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ବିରୋଧ ପ୍ରଦର୍ଶନ କରାଯାଉଛି। ଏ ନେଇ ଭାଜପାର ବରିଷ୍ଠ ନେତାମାନେ ଏମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଏଭଳିସ୍ଥିତିରେ ଦଳ ଏମାନଙ୍କୁ ବାଦ୍‌ ଦେଇ ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି। ଏ ନେଇ ବିଜେଡିର ଦୁଇ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଲାଣି। ସେମାନେ ଭାଜପାରେ ମିଶିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଲେଣି।
୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ଲଢ଼ିଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବର୍ତ୍ତମାନ ବିଜେଡିର କେନ୍ଦ୍ରାପଡ଼ା ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ଅଂଶୁମାନଙ୍କ ସହ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସରୁ ଅନେକ ପଦାଧିକାରୀ ବି ବିଜେଡିରେ ସାମିଲ ହୋଇଛନ୍ତି। ଅଂଶୁମାନଙ୍କ ସମର୍ଥକମାନେ ଯୋଡି ଶଙ୍ଖରେ ଭୋଟ ଦେବେ ବୋଲି କୁହାଯାଉଥିବା ବେଳେ ଗତ ୨୧ ତାରିଖରେ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ଶ୍ରାଦ୍ଧ ଭୋଜିରେ ସାମିଲ ହୋଇଥିବା ଧ୍ରୁବଙ୍କ ସମର୍ଥକଙ୍କ ସହ ଅଂଶୁମାନଙ୍କ କର୍ମୀ ମଧ୍ୟରେ ରାଜନୈତିକ ଗଣ୍ଡଗୋଳ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେବାରୁ ରାଜନୈତକ ମହଲରେ ଯୋଡି ଶଙ୍ଖକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ୨୦୨୪ ବିଧାନସଭା ନିର୍ବାଚନ ଜିତିବା ପାଇଁ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ଦିନରାତି ଏକ କରିଦେଇଛନ୍ତି। ଜନସାଧାରଣଙ୍କ ନିକଟତର ହେବା ପାଇଁ ବିଭିନ୍ନ ସମାରୋହରେ ଯୋଗଦେବା ସହ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ କରି ଆସୁଛନ୍ତି। ହେଲେ ଚଳିତ ନିର୍ବାଚନ ଜିତିବା ପାଇଁ ଧ୍ରୁବଙ୍କୁ ବଡ଼ ଆହ୍ବାନ ହେଇଛନ୍ତି ତାଙ୍କର ଏକାନ୍ତ ଅନୁଗତ କଂଗ୍ରେସ ପ୍ରାର୍ଥୀ ଅଶୋକ ବୋଲି ଆଲୋଚନା ହେଉଛି। ଅଶୋକଙ୍କୁ କଂଗ୍ରେସ ଦଳ ବିଧାୟକ ଟିକେଟ ଦେଇଛି। ପୂର୍ବରୁ ଅଶୋକ ଏକଦା ରାଜନଗର ବିଧାୟକ ଧ୍ରୁବଙ୍କ ଡାହାଣ ହାତ ଥିବା ବେଳେ ୩ ଥର ରାଜନଗର ବ୍ଲକ ବିଜେଡି ସଭାପତି ଥିଲେ। କିନ୍ତୁ ରାଜନୈତିକ ବାଦବିବାଦକୁ ନେଇ ବିଧାୟକଙ୍କ ସହ ତାଙ୍କର ନ ପଡିବାରୁ ୨୦୨୩ ଅଗଷ୍ଟ ୨୮ରେ ତାଙ୍କୁ ବ୍ଲକ ବିଜେଡି ସଭାପତି ପଦବୀରୁ ହଟାଇ ଦିଆଯାଇଥଲା। ସେ ଦଳରୁ ଇସ୍ତଫା ଦେଇ କଂଗ୍ରେସରୁ ପ୍ରାର୍ଥୀ ହୋଇ ସଭାସମିତି କରି ଧ୍ରୁବଙ୍କ ଅତୀତ ବଖାଣିଲେଣି। ସାଧାରଣ ଲୋକେ ନିର୍ବାଚନ ସମୟରେ ଏହାର ଜବାବ ଦେବେ ବୋଲି ଗଁା ଗଣ୍ଡାରେ ଆଲୋଚନା ହେଉଥିବାରୁ ନିର୍ବାଚନରେ ଏହା ଧ୍ରୁବଙ୍କ ପାଇଁ ମହଙ୍ଗା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଭାଜପା ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ବିଚାର ବିମର୍ଷ ଚାଲିଛି। ଖୁବ୍‌ଶୀଘ୍ର ବିଜେଡି ଛାମୁଆ କର୍ମୀ ସହ ଆଗଧାଡିର ନେତା ଭାଜପାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା ହେବେ ବୋଲି ଆଲୋଚନା ହେଉଛି। ସେ ପଟ୍ଟାମୁଣ୍ଡାଇ ମାଟିର ପୁଅ ହୋଇଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଭୋଟର ତାଙ୍କ ସପକ୍ଷରେ ଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?