ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର ରଙ୍ଗମରା ତଥା କପିପେଷ୍ଟ ସରକାର। ଏ ପ୍ରସଙ୍ଗରେ ବୁଧବାର ଭାଜପା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ରୋହିତ ପରାଜିତ ହେବାପରେ ମାନସିକ ଭାରସାମ୍ୟ ହରାଇ ଏଭଳି ବୟାନ ଦେଇଛନ୍ତି। ଆଉ ବିଜେଡି ଏବେ ଆଇସିୟୁରେ ଶେଷନିଃଶ୍ୱାସ ନେଉଛି। ଆଗାମୀ କିଛିବର୍ଷରେ ଏହି ଦଳର କୌଣସି ଅସ୍ତିତ୍ୱ ରହିବ ନାହିଁ।
ଭାଜପାକୁ ରଙ୍ଗମରା ତଥା କପିପେଷ୍ଟ ସରକାର କହିଥିବା ରୋହିତଙ୍କୁ କଡା ଜବାବ ଦେଇ ଜୟନାରାୟଣ କହିଛନ୍ତି, ବିଜେଡିର ଦଳୀୟ ରଙ୍ଗ ଓ ପାକିସ୍ତାନର ରଙ୍ଗ ସମାନ। ଏଣୁ ବିଭିନ୍ନ ସ୍କୁଲରେ ପୂର୍ବରୁ ଲଗା ଯାଇଥିବା ରଙ୍ଗକୁ ବଦଳାଇ ଏବେ ଜାତୀୟ ପତାକାର ରଙ୍ଗ ବୋଳା ଯାଇ ପିଲାଙ୍କ ଭିତରେ ଜାତୀୟତାବାଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଆଗାମୀ ଦିନରେ ରାଜନୀତିରେ ବିଚାର ଧାରାକୁ ନେଇ ଲଢେଇ ହେବାକୁ ଯାଉଛି। ତେଣୁ ଯେଉଁମାନେ ଅନ୍ୟ ଦଳରେ ଥାଇ ଭାଜପାର ବିଚାର ଧାରାକୁ ପସନ୍ଦ କରନ୍ତି ସେମାନେ ଶୀଘ୍ର ଭାଜପାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ପରଠାରୁ ରୋହିତ ସାମାଜିକ ଗଣମାଧ୍ୟମରେ ଜୟନାରାୟଣଙ୍କୁ ବିଭିନ୍ନ କଥାରେ ଟାର୍ଗେଟ କରି ବିତର୍କ ପାଇଁ ଆହ୍ବାନ ଦେଇ ଆସୁଛନ୍ତି। ସାମାଜିକ ଗଣମାଧ୍ୟରେ ଜୟନାରାୟଣ ସେତେଟା ସକ୍ରିୟ ନ ଥିବା ବେଳେ ଗଣମାଧ୍ୟମ ଆଗରେ କିନ୍ତୁ ରୋହିତଙ୍କୁ କଟାକ୍ଷ କରିବାକୁ ପଛାଉନାହାନ୍ତି। ‘ଅନ୍ୟପକ୍ଷରେ ସମଲେଇ ପ୍ରକଳ୍ପରେ ବିଜେଡି ସରକାର ଯେତିକି କରିଛି ଭାଜପା ସରକାର ସେଥିରେ ଆହୁରି ଅନେକ କିଛି ବିକଶିତ କରିବାର ଯୋଜନା ରଖିଛି ବୋଲି ଜୟନାରାୟଣ କହିଛନ୍ତି’।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri