![](https://www.dharitri.com/wp-content/uploads/2022/03/vv.jpg)
ଝରିଗାଁ, ୧।୩(ସ୍ବ.ପ୍ର.) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ୩ ଜିଲା ପରିଷଦ ଜୋନ୍ ବିଜେଡି ଦଖଲ କରିଛି। ଜୋନ୍-୧ରେ ବିଜେଡିର ଯମୁନା ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ହାରାବାତୀ ଗଣ୍ଡଙ୍କଠାରୁ ୧୯୬୭ ଅଧିକ ଭୋଟରେ ଜିତିଛନ୍ତି। ସେହିପରି ଜୋନ୍-୨ରେ ବିଜେଡି ପ୍ରାର୍ଥୀ ଶ୍ୟାମସୁନ୍ଦର ନାୟକ ଭାଜପାର ନରସିଂ ଭତ୍ରାଙ୍କୁ ୧୭୪୫ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଜୋନ୍-୩ରେ ବିଜେଡି ପ୍ରାର୍ଥୀ ତ୍ରମିଳା ପୂଜାରୀ କଂଗ୍ରେସ ଦଳର ସତ୍ୟଭାମା ଭତ୍ରାଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ସମସ୍ତ ଜୋନ୍ରେ ଜିଲା ପରିଷଦ ଦଖଲ କରିଥିବା ନେଇ ଏମ୍ପି ରମେଶ ଚନ୍ଦ୍ର ମାଝି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ପୂର୍ବତନ ଏମ୍ପି ପ୍ରଦୀପ ମାଝି, ବିଜେଡି ଜିଲା ସଂଯୋଜକ ପ୍ରମୋଦ କୁମାର ପାଢ଼ୀ, ଏମ୍ପିଙ୍କ ବ୍ଲକ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ବିଧାୟକଙ୍କ ବ୍ଲକ ପ୍ରତିନିଧି ରାମଧର ମାଝି ପ୍ରମୁଖ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।