ପ୍ରାର୍ଥୀ ଚୟନରେ ବଦଳିଗଲା ବିଜେଡି ଅଙ୍କ

ରାୟଗଡ଼ା, ୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାବାସୀ ଭାଜପାକୁ ସମର୍ଥନ କରିଛନ୍ତି। ହେଲେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୬ଟି ବିଧାନସଭା ଆସନର ଫଳାଫଳ ଗୋଟେ ବଡ଼ ଟ୍ବିଷ୍ଟ ଆଣିଛି। କଂଗ୍ରେସ ଶାସକ ବିଜେଡିକୁ ଧରାଶାୟୀ କରିବା ସହ ଭାଜପାକୁ ପୂର୍ବଭଳି ଖାତା ଖୋଲିବାକୁ ଦେଇନାହିଁ। ରାୟଗଡ଼ା ଜିଲାର ୩ଟି ଯାକ ବିଧାନସଭା ଆସନକୁ କଂଗ୍ରେସ ଦଖଲ କରିଛି। ରାୟଗଡ଼ାରେ କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରାକା, ବିଷମ କଟକରେ ନୀଳମାଧବ ହିକ୍‌କା ଏବଂ ଗୁଣପୁରରେ ସତ୍ୟଜିତ୍‌ ଗମାଙ୍ଗ ବିଜୟ ଲାଭ କରିଛନ୍ତି। ତେବେ ୨୪ ବର୍ଷ ଅପରାଜେୟ ରହିଥିବା ବିଜେଡି ଚଳିତ ନିର୍ବାଚନରେ ଜିଲାରେ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳୀୟ ନେତା ସମୀକ୍ଷା କରୁଛନ୍ତି। ଅନ୍ୟପଟେ ଦଳର ପ୍ରାର୍ଥୀ ଚୟନକୁ ନେଇ ବିଜେଡିର ଏଭଳି ପରିସ୍ଥିତି ହୋଇଥିବା ଦଳୀୟ କର୍ମୀ ଓ ଲୋକେ ଆଲୋଚନା କରୁଛନ୍ତି।
ରାୟଗଡ଼ା ବିଧାନସଭା ଆସନରେ ବିଜେଡି ପ୍ରଥମଥର ପାଇଁ ମହିଳା ପ୍ରାର୍ଥୀ ଦେଇଥିଲା। ହେଲେ ପ୍ରାର୍ଥୀଙ୍କ ନିଜସ୍ବ ସଂଗଠନ ଏବଂ ଭୋଟବ୍ୟାଙ୍କ ନ ଥିବା ଯୋଗୁ ଦଳ ଏଠାରେ ପରାଜୟ ବରଣ କରିଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ରାୟଗଡ଼ା ବିଧାନସଭା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, କାଶୀପୁର ବ୍ଲକରେ ପୂର୍ବତନ ବିଧାୟକ ବିଭୀଷଣ ମାଝି, ନବାଗତା ରୀନା ସାଉଁତା ପ୍ରମୁଖ ରହିଥିଲେ ମଧ୍ୟ ଦଳର ଶୀର୍ଷନେତୃତ୍ୱ ସେମାନଙ୍କୁ ଅଣଦେଖା କରି ଅନସୂୟାଙ୍କୁ ଟିକେଟ ଦେଇଥିଲା। ଏପରିକି ରାୟଗଡ଼ାର ନିର୍ବାଚିତ ପ୍ରତିନିଧିଙ୍କ କୌଣସି ମତାମତ ସଂଗ୍ରହ ନ କରି ରାଜ୍ୟ ଶୀର୍ଷ ନେତୃତ୍ୱ ଏକପାଖିଆ ଅନସୂୟାଙ୍କୁ ଟିକେଟ ପ୍ରଦାନ କରିଥିବାରୁ ସେତେବେଳେ ଦଳରେ ଏକପ୍ରକାର ବିରୋଧର ସ୍ବର ଉଠିଥିଲା। ତେବେ ଦଳର ବରିଷ୍ଠ ନେତାଙ୍କ ବୁଝାଶୁଝା ପରେ ସେମାନେ ଅନସୂୟାଙ୍କୁ ସମର୍ଥନ କରିଥିଲେ ହେଁ ପରୋକ୍ଷରେ କର୍ମୀମାନେ ଚୁପ୍‌ ରହିଥିଲେ। ତୃଣମୂଳସ୍ତରର କର୍ମୀଙ୍କୁ ଅଣଦେଖା କରିବା ବିଜେଡି ପାଇଁ କାଳ ସାଜିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ା ଜିଲାରେ ବିଜେଡିର ପତିଆରା ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଜିଲା ବିଜେଡି ସଭାପତି ଏନ୍‌. ଭାସ୍କର ରାଓଙ୍କୁ ଜିଲାର ସମସ୍ତ ଦାୟିତ୍ୱ ନ ଦେଇ ଏକପ୍ରକାର ସଂକୁଚିତ କରି ରଖିବା ମଧ୍ୟ ଦଳର ସଙ୍ଗଠନ ଉପରେ ବିପରୀତ ପ୍ରଭାବ ପକାଇଥିବା କର୍ମୀ ମହଲରେ ଆଲୋଚନା ଚାଲିଛି। ସେହିଭଳି କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକ୍‌କା ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରିଙ୍କଠାରୁ ୩୬୧୩ ଭୋଟରେ ପରାଜିତ ହୋଇଥିଲେ। ତେଣୁ ବିଜେଡି ଏଥର ପୁଣି କୌଶଲ୍ୟାଙ୍କ ଉପରେ ଭରସା କରି ଟିକେଟ ପ୍ରଦାନ କରିଥିଲା। ତେବେ ସପ୍ତଗିରିଙ୍କ ରଣନୀତି ଆଗରେ କୌଶଲ୍ୟା ଫେଲ୍‌ ମାରିଥିଲେ। ସେହିଭଳି ବିଷମକଟକ ଏବଂ ଗୁଣପୁର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବିଷମକଟକ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ଗତ ୨ଥର ନିର୍ବାଚନ ଜିତିବା ସହିତ ମନ୍ତ୍ରୀ ମଧ୍ୟ ଥିଲେ। ହେଲେ ଅଞ୍ଚଳର ପ୍ରକୃତ ବିକାଶରେ ସମୟ ନ ଦେବା ପରାଜୟର କାରଣ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି। ଚଳିତ ନିର୍ବାଚନରେ ରାଜ୍ୟ ଶୀର୍ଷନେତୃତ୍ୱଙ୍କ ବହୁ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦଳ କେବଳ ରାୟଗଡ଼ାରେ ନୁହେଁ, ବରଂ ଓଡ଼ିଶାରେ ଶାସନ ଗାଦିରୁ ହଟିଯିବାର ମୁଖ୍ୟ କାରଣ ବୋଲି କର୍ମୀ ମହଲରେ ଆଲୋଚନା ଚାଲିଛି। ଅପରପକ୍ଷରେ ଜିଲାର ସମସ୍ତ ଆସନରେ କାହିଁକି ପରାଜୟ ଘଟିଲା ତାହାର ସମୀକ୍ଷା ଆମେ କରୁଛୁ ବୋଲି ଜିଲା ବିଜେଡି ସଭାପତି ଭାସ୍କର ରାଓ କହିଛନ୍ତି। କେଉଁ ବୁଥ୍‌ରେ ଆମର ଭୋଟ କମିଛି ତାହା ଅନୁଧ୍ୟାନ ଚାଲିଛି। ସେ ଦଳର ସମସ୍ତ ନେତାଙ୍କ ସହ ଆଲୋଚନା ପରେ ଏକ ରିପୋର୍ଟ ପ୍ରସ୍ତୁତକରି ଦଳର ସଭାପତିଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ତେବେ ଗତ ୨ ଦିନ ଧରି କେତେଜଣ ନେତା ଦଳଡିଆଁ କରିବା ନେଇ ଆଲୋଚନା ଚାଲିଥିବା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ରହିଛନ୍ତି। ମୋର ରାଜନୀତି ବିଜୁ ପରିବାରକୁ ନେଇ। ହାର୍‌ଜିତ ରାଜନୀତିରେ ରହିଛି। ସେ କୁଆଡ଼େ ଯିବାର ନାହିଁ, କିଏ କୁଆଡ଼େ ଯିବେ ସେ ସୂଚନା ମଧ୍ୟ ତାଙ୍କ ନିକଟରେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri