ଦୋମୁହାଁ ଖେଳରେ ବିଜେଡି ଆଗୁଆ: ଜାଣନ୍ତୁ ବିଧାନସଭାରେ କ’ଣ ଘଟିଲା…

ଭୁବନେଶ୍ୱର, ୨୦।୯ (ସୁନିତ୍‌ ମିଶ୍ର):କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଅନ୍ୟମାନଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ସମ୍ପର୍କିତ ନୋଟିସ ହସ୍ତଗତ ହୋଇଛି। ହେଲେ ଗୃହ ବର୍ତ୍ତମାନ ସ୍ବାଭାବିକ ସ୍ଥିତିରେ ନାହିଁ। ସ୍ବାଭାବିକ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ଅନାସ୍ଥା ନୋଟିସ ଗୃହରେ ଆଗତ କରିବା ସମ୍ଭବ ନୁହେଁ ବୋଲି ଶୁକ୍ରବାର ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି। ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସାର ପ୍ରସଙ୍ଗ ଉଠାଇ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଏପରି କି ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଗୃହ ଚଲାଇଦେଇ ନ ଥିଲେ। ବାଚସ୍ପତି ସେମାନଙ୍କୁ ନିଜ ଆସନକୁ ଯିବା ପାଇଁ ନିର୍ଦ୍ଦେଶ ଦେବାପରେ ଅନାସ୍ଥା ସମ୍ପର୍କିତ ସୂଚନା ଦେଇ ଅପରାହ୍ଣ ୪ଟା ୫ମିନିଟ୍‌ରେ ଗୃହ କାର୍ଯ୍ୟକୁ ଶନିବାର ପୂର୍ବାହ୍ଣ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହା ପୂର୍ବରୁ ପ୍ରଥମାର୍ଦ୍ଧରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଡାକିଥିଲେ। ନିତ୍ୟାନନ୍ଦ ଭାଜପା ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ସ୍କୁଲ ବନ୍ଦ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ବିଜେଡି ସଦସ୍ୟମାନେ ପ୍ଲାକାର୍ଡ, ବ୍ୟାନର ଧରି ଗୃହକୁ ପ୍ରବେଶ କରି ସାର ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଅନ୍ୟପକ୍ଷେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ଗୃହ ମାତ୍ର ୪ ମିନିଟ୍‌ ଚାଲିବା ପରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ। ଏହିପରି ଦିନକ ଭିତରେ ମୋଟ ୯ ମିନିଟ୍‌ ପାଇଁ ଗୃହକାର୍ଯ୍ୟ ଚାଲିଥିଲା। ଗୋଟିଏ ପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ ଦେବ ନା ନାହିଁ ସ୍ପଷ୍ଟ କରୁ ନ ଥିବାବେଳେ ଗୃହକୁ ଚଲାଇ ନ ଦେବାକୁ ଉଦ୍ୟମ କରିବାରେ ଲାଗିଛି। ତେଣୁ ଦୋମୁହଁା ଖେଳରେ ବିଜେଡି ଆଗୁଆ ବୋଲି ତାଙ୍କ ଦଳର ଅନେକ ସଦସ୍ୟ କହିବା ଆରମ୍ଭ କରିଦେଇଥିବା ଚର୍ଚ୍ଚା ଜୋର୍‌ ଧରିଛି।
ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ସାର ସଙ୍କଟ, ବେକାରି ପ୍ରସଙ୍ଗ ଆଦିକୁ ନେଇ ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଯଦି ଗୃହରେ ଅନାସ୍ଥା ନୋଟିସ ଆସେ ତେବେ ଏହା ଉପରେ ବସ୍ତୃତ ଆଲୋଚନା ହେବ। ଉକ୍ତ ଆଲୋଚନା ସମୟରେ ବିଜେଡି ସାର ସମସ୍ୟା ନେଇ ଗୃହରେ ଯୁକ୍ତି ରଖିପାରେ। ହେଲେ ବିଜେଡି ବର୍ତ୍ତମାନ ସରକାରଙ୍କୁ ଘେରିବା ପରିବର୍ତ୍ତେ କଂଗ୍ରେସଠାରୁ ଶକ୍ତିଶାଳୀ ବୋଲି ପ୍ରମାଣ କରିବାକୁ ପ୍ରତିଯୋଗିତା ଆରମ୍ଭ କରିଦେଇଛି। ବିଜେଡି ହୋହଲ୍ଲାକରି ଗୃହ ଚଲାଇ ଦେବନାହିଁ ବୋଲି ଯେଉଁ ଯୋଜନା କରିଛି, ଏଥିରେ ସରକାରୀ ଦଳକୁ ଲାଭ ମିଳିଛି। କାରଣ ବିରୋଧୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଜାରି ରହିଲେ ରାଜ୍ୟର ଯେଉଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ତାହା ଉପରେ ଚର୍ଚ୍ଚା କି ଆଲୋଚନା ହୋଇପାରିବ ନାହିଁ। ପରବର୍ତ୍ତୀ ସମୟରେ ଏଥିରୁ ସରା ରାଜ୍ୟକୁ ବାର୍ତ୍ତା ଯିବ- ବିରୋଧୀ ଗୃହ ଚଳାଇ ଦେଲେନାହିଁ। ଏହା ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସରକାରଙ୍କୁ ସାହାଯ୍ୟ କରୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି। ଅନ୍ୟପଟେ ବିଜେଡିର କେତେଜଣ ବରିଷ୍ଠ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଉପରୁ ଯାହା ଚୂଡ଼ାନ୍ତ ହୋଇସାରିଛି ତାହାକୁ ଦଳ ବିଧାନସଭାରେ ଲାଗୁକରୁଛି। ରାଜ୍ୟରେ କଂଗ୍ରେସ ଯେଉଁଭଳି ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛି, ସେଥିରେ ଯଦି ବିଜେଡି ସାମିଲ ହୁଏ ତେବେ ଏହା ସରକାରଙ୍କ ପାଇଁ ଏକ ପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେଣୁ କଂଗ୍ରେସ ଉଠାଉଥିବା ପ୍ରସଙ୍ଗକୁ ସମର୍ଥନ ନ ଦେଇ ବିଜେଡି ନିଜ ବାଟରେ ଚାଲିବା ଦ୍ୱାରା ବିରୋଧୀ ଦଳଗୁଡ଼ିକରେ ପ୍ରତିଯୋଗିତା ଭିତରେ ଏହି ସ୍ବଳ୍ପଦିନିଆ ମୌସୁମୀ ଅଧିବେଶନ ଶେଷ ହୋଇଯିବ। ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେଡି ଯେଭଳି ଭୋଟ ଦେବାରୁ ବିରତି ରହି ପରୋକ୍ଷରେ ଭାଜପାକୁ ସମର୍ଥନଦେଲା ବୋଲି ଚର୍ଚ୍ଚା ହେଲା, ତାହା ରାଜ୍ୟରେ ମଧ୍ୟ ସମାନ ଆଭିମୁଖ୍ୟ ଆପଣାଇଛି। ତେଣୁ ବିଜେଡିର ଏଭଳି ଦୋମୁହଁା ଖେଳ କିଛି ନୂଆ ନୁହେଁ ବୋଲି ଆଲୋଚନା ହେଉଛି।
ଅନ୍ୟପଟେ ଭାଜପା ସଦସ୍ୟ ପଦ୍ମଲୋଚନ ପଣ୍ଡା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ସି.ଏସ. ରାଜନ ଏକ୍କା, ସୋଫିଆ ଫିର୍ଦ୍ଦୋସ ଏବଂ ଅଶୋକ ଦାସଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଲାଗି ନୋଟିସ ଆଣିଛନ୍ତି। ଅନାସ୍ଥା ଆଣିବା ପୂର୍ବରୁ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ଆଲୋଚନା କରିଥିବାରୁ ଏଭଳି ସ୍ବାଧିକାର ଭଙ୍ଗ ନୋଟିସ ଦିଆଯାଇଥିବା ପଦ୍ମଲୋଚନ ପଣ୍ଡା କହିଛନ୍ତି। ଏହାକୁ ତର୍ଜମାକରି ଗୃହକୁ ଜଣାଇବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?