ତାସ୍‌ ଘର ଭଳି ବିଜେଡି ଭୁଶୁଡ଼ି ଚାଲିଛି : ମୋକିମ୍‌

ଜଗତ୍‌ସିଂହପୁର, ୨୦।୧୦(ପ୍ରମୋଦ କୁମାର ନାୟକ):ବିଜେଡି ୨୪ ବର୍ଷ କାଳ ଶାସନ କଲା। ଶାସନରୁ ଯିବା ୩ ମାସ ହେଇଛି କି ନାହିଁ ବିଜେଡି ତାସ ଘର ଭଳି ଧୀରେ ଧୀରେ ଭୁଶୁଡ଼ି ଚାଲିଛି। ଏଥିରୁ ଅନୁମାନ କରିପାରୁଛେ କଂଗ୍ରେସ ନେତା ଓ କର୍ମୀଙ୍କର କେତେ ଧୈର୍ଯ୍ୟ ଓ ଦମ୍ଭ ଅଛି। କାରଣ ଦୀର୍ଘ ବର୍ଷ କ୍ଷମତାରେ ଥିବା ଦଳ ଦୁର୍ବଳ ହୋଇ ଯାଉଥିବାବେଳେ କଂଗ୍ରେସ ନେତା ଓ କର୍ମୀ ବିନା କ୍ଷମତାରେ ମଧ୍ୟ ଦଳକୁ ଜାବୁଡି ଧରିଛନ୍ତି। ବଡ କଥା ହେଲା ଆଜି ଲୋକଙ୍କ ମନରେ ଆସିଲାଣି ପୁଣି କଂଗ୍ରେସ ଫେରିବ। ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଶନିବାର ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ ଏହା କହିଛନ୍ତି। ସେ ବିଜେଡି ଆଡକୁ ଆଙ୍ଗୁଳି ଉଠାଇ କହିଥିଲେ ଯେଉଁ ଦଳ ଭାଜପା ସହ ମିଶି ୯ ବର୍ଷ ସରକାରରେ ଥିଲା ପରବର୍ତ୍ତୀ ସମୟରେ ସେହି ଦଳ ସହ ଅଘୋଷିତ ମେଣ୍ଟ କରିଥିଲା। ତାହା ପୁଣି ଭୟରେ। ତେବେ ବିଜେଡି ସରକାରରୁ ଯିବା ଖୁବ କମ ଦିନ ହେବ। ଏହା ଭିତରେ ବିଜେଡି ସାଂସଦ ଓ ଅନ୍ୟ ନେତାମାନେ କହିବା ଆରମ୍ଭ କଲେଣି ଯେ, କଂଗ୍ରେସ ସହ ମିଶି ଭାଜପା ସରକାରକୁ ହଟାଇବେ ବୋଲି ମୋକିମ କହିଛନ୍ତି। ଅନ୍ୟପଟେ ଭାଜପାକୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏହି ସରକାର ଆକ୍ସିଡେନ୍ସିଆଲି ଆସିଛି। ସରକାର କିପରି ଚାଲିବ ସେ ଅଭିଜ୍ଞତା ମଧ୍ୟ ଅନେକଙ୍କର ନାହିଁ। ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ, ମୁମ୍ବାଇ ଯାଉଛନ୍ତି। ବଡ ବଡ ଶିଳ୍ପପତିଙ୍କ ସହ କଥା ହେଉଛନ୍ତି। କିନ୍ତୁ ଓଡ଼ିଶାରେ କେତେ ଶିଳ୍ପ ଅଛି, ସେଗୁଡିକ କିପରି ଚାଲିଛତାହା ମୁଖ୍ୟମନ୍ତ୍ରୀ ବୁଝିଲେଣି କି ବୋଲି ମୋକିମ କହିଛନ୍ତି। ତେବେ କଂଗ୍ରେସ କେବେ ହେଲେ ସାମ୍ପ୍ରଦାୟିିକ ଶକ୍ତି ସହ ମିଶିବ ନାହିଁ। ଗାଁଠୁ ସହର ସବୁଠି କଂଗ୍ରେସ ଲୋକ ଅଛନ୍ତି। ସମୟ ଆସିଛି ଲକ୍ଷ୍ମଣ ମଲ୍ଲିକ ଓ ବାସୁଦେବ ମହାପାତ୍ରଙ୍କୁ ମନେ ପକାଇ କଂଗ୍ରେସକୁ ପୁଣି ମଜଭୁତ କରିବାକୁ ଚେଷ୍ଟା କଲେ ଅସମ୍ଭବ ବୋଲି କିଛି ନାହିଁ। ୧୯୮୦ ମସିହା ପରେ କଟକ ସହରରେ କଂଗ୍ରେସ ଆସି ନ ଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ୧୫ ବର୍ଷ ମୁଖ୍ୟମନ୍ତ୍ରୀ ଓ ବସନ୍ତ ବିଶ୍ୱାଳଙ୍କ ୫ ବର୍ଷ ଉପମୁଖ୍ୟମନ୍ତ୍ରୀ ସମୟରେ ସେମାନଙ୍କ କଟକରେ ଘର ଥାଇ ମଧ୍ୟ କଂଗ୍ରେସ ଜିତୁ ନ ଥିଲା। ବହୁ ବାଧାବିଘ୍ନ ସତ୍ତ୍ବେ କଟକରେ ତାଙ୍କ ଉଦ୍ୟମରେ କଂଗ୍ରେସ ଜିତିଥିଲା। ଏବେ ବି ଜିତିଛି ବୋଲି ମୋକିମ୍‌ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?