Posted inରାଜ୍ୟ

ମାଟିର ଝିଅଙ୍କୁ ସମର୍ଥନ କରିଛି ବିଜେଡି: ନବୀନ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର(ମାନସ ମହାନ୍ତି)/ବାଲେଶ୍ୱର(ମାନସ ବିଶ୍ୱାଳ), ୨୫ା୫: ରାଷ୍ଟ୍ରପତି ନିର୍ବାଚନ ସମୟରେ ମୟୂରଭଞ୍ଜ ମାଟିର ଝିଅ ଦୌପଦୀ ମୁର୍ମୁଙ୍କୁ ବିଜୁ ଜନତା ଦଳ ସମର୍ଥନ କରିଥିଲା। ଭାଜପାର ବଡ଼ ବଡ଼ ନେତାମାନେ ଓଡ଼ିଶାକୁ ଆସି ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭାଜପା ନେତାମାନେ ବାରମ୍ବାର ଅସମ୍ମାନ କରି ଆସୁଛନ୍ତି। ଓଡ଼ିଶା ଭୋଟର ଏହାର ଉଚିତ ଜବାବ ଦେବେ। ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲାକୁ ମିଶାଇ ଏକ ଅର୍ବାନ କ୍ଲଷ୍ଟର ହେବ, ଯାହା ନୂଆ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶିଳ୍ପ ଗଢ଼ି ଉଠିବ, ପୁଞ୍ଜିନିବେଶ ହେବ, ଯୁବପିଢ଼ିମାନେ ରୋଜଗାର ପାଇବେ ବୋଲି ପାଣ୍ଡିଆନ ଦଳୀୟ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି।
ଜିଲା ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ। ପାଣ୍ଡିଆନ କହିଥିଲେ, ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ନିମନ୍ତେ ‘ଲାଭ’ ଯୋଜନାରେ ଆଦିବାସୀମାନେ ଉପକୃତ ହେବେ। ଭାଜପାର ନେତମାନେ ଦିନରେ ଲଣ୍ଠନ ଦେଖାଇବାର ଯୋଜନା କରୁଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୂଆ ବାରିପଦା ନୂଆ ମୟୂରଭଞ୍ଜ ଗଠନ କରିବାର ପ୍ରତିଶ୍ରୁତି ଦେଇଥିବା ମଧ୍ୟ ପାଣ୍ଡିଆନ ତାଙ୍କ ଭାଷଣରେ କହିଥିଲେ। ଏହି ସମାବେଶରେ ଏମ୍‌ପି ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ବାରିପଦା ବିଧାନସଭା ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି, ମୋରଡ଼ା ବିଧାୟିକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ, ଉଦଳା ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ ଓ ବାଙ୍ଗରିପୋଷି ବିଧାୟକ ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି ଉପସ୍ଥିତ ଥିଲେ। ରାଇରଙ୍ଗପୁର ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ପରେ ସେଠାରେ ଆୟୋଜିତ ଜନସମାବେଶରେ ଉଦ୍‌ବୋଧନ ଦେଇଥିଲେ।
ସହରସ୍ଥିତ ପୋଲିସ ଲାଇନ୍‌ ପଡ଼ିଆରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜେଡି ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ଭଲ କି ନୁହେଁ ବୋଲି ପଚାରି ବୁଝିଥିଲେ। ନିର୍ବାଚନ ପରେ ବିଜେଡି ସରକାର ଗଠନ କଲେ ବିଜୁଳି ମାଗଣା ଦିଆଯିବ କଥା କହି ‘ଆପଣ ମାନେ ଖୁସି ତ’ ବୋଲି କହିଥିଲେ। ୨୦୧୯ ନିର୍ବାଚନରେ ଭାଜପାରୁ ଜିତିଥିବା ବାଲେଶ୍ୱର ଏମ୍‌ପି କିଛି କାମ କରି ନାହାନ୍ତି। ସଭାରେ ନୂତନ ବିଜେଡି ଜିଲା ସଭାପତି ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri