ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବରିଷ୍ଠ ନେତାଙ୍କୁ ବାହାର କଲା ବିଜେଡି

ଢେଙ୍କାନାଳ,୨୮ା୨: ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ଢେଙ୍କାନାଳ ଜିଲାର କଙ୍କଡାହାଡାର ପୂର୍ବତନ ବ୍ଲକ ଚେୟାରମ୍ୟାନ୍ କାର୍ତ୍ତିକ ସାହୁଙ୍କୁ ବହିଷ୍କାର କରିଛି।

ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଦଳର ସାଂଗଠନିକ ସଚିବ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି। ବନ୍ଧୁ ମିଳନ ନାଁରେ ୧୦ହଜାର ଅଧିକ ଲୋକଙ୍କୁ ନେଇ କଙ୍କଡାହାଡାରେ ଏକ ବିଶାଳ ରାଲି କରିବା ପରେ ପାର୍ଟି ଏହି ନିଷ୍ପତି ନେଇଛି।

ଗତ କିଛି ଦିନ ହେବ ସାହୁ ପରଜଙ୍ଗର ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ସମାନ୍ତରାଳ ସମାବେଶ ଆୟୋଜନ କରିଆସୁଛନ୍ତି। ସେ ଏହା ପୂର୍ବରୁ କହିଥିଲେ ଯେ ତାଙ୍କ ସମାବେଶ ପାର୍ଟି ଆଧାରକୁ ମଜବୁତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ପାର୍ଟିକୁ ଭଲ ପାଇବା କାରଣରୁ ହଜାର ହଜାର ଲୋକ ଏହି ସଭାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ: ବଟେଶ୍ୱର ପୀଠରେ ସପ୍ତଫେଣୀ ନାଗ ଦେଖି…

ଗଞ୍ଜାମ,୨୧।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ…

ପ୍ରଧାନମନ୍ତ୍ରୀଙ୍କୁ ‘ଝାଲମୁଢ଼ି’ ଖୁଆଇଥିବା ଦୋକାନୀଙ୍କ ମାସିକ ଆୟ ଜାଣିଲେ ଉଡ଼ିଯିବ ହୋସ୍‌

କୋଲକାତା,୨୧।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ତାଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତି…

ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ…

ଇସଲାମାବାଦ ଆଲୋଚନାରେ ନୂଆ ଟୁଇଷ୍ଟ! ଯୋଗ ଦେବେ ଟ୍ରମ୍ପ, ଇରାନ ପାଇଁ ଏହା ସରପ୍ରାଇଜ ନାଁ ଆଶ୍ଚର୍ଯ୍ୟକର ଘଟଣା? ଜାଣନ୍ତୁ…

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଇସଲାମାବାଦରେ ହେବାକୁ ଥିବା ଇରାନ ସହିତ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି; କିନ୍ତୁ, ସେ ବ୍ୟକ୍ତିଗତ ଭାବରେ ଯୋଗ…

ମୁଁ ନିଜକୁ ଅସହଜ ମନେ କରୁଛି….ମୈଥିଲିଙ୍କ ଚାଞ୍ଚଲ୍ୟକର ବୟାନ

କୋଲକାତା,୨୧।୪:ଭାଜପା ବିଧାୟକ ମୈଥିଲି ଠାକୁର ବଙ୍ଗଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ହୁଗଲି (ପଶ୍ଚିମବଙ୍ଗ)କୁ ନିର୍ବାଚନ ପ୍ରଚାର ପାଇଁ ଆସିଛନ୍ତି। ବଙ୍ଗଳାରେ ପହଞ୍ଚିବା ପରେ…

ରାତିରେ ଏତିକି ଘଣ୍ଟା ଶୋଉଛନ୍ତି ଭାରତର ମୁଖ୍ୟ ବିଚାରପତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୪: ମଦୁରାଇ ଜିଲା କୋର୍ଟ ପରିସରରେ ଅତିରିକ୍ତ କୋର୍ଟ କୋଠା ଏବଂ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ପାଇଁ ନୂତନ ଅତିଥି ଗୃହ ଉଦ୍‌ଘାଟିତ ହୋଇଥିଲା। ଏହି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri