ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ ହେଉଛି। ବିଜେଡିରୁ ରମେଶ ଚନ୍ଦ୍ର ବେହେରା, କଂଗ୍ରେସରୁ ନକୁଳ ନାଏକ ଏବଂ ଭାଜପାରୁ ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି। ଏଠାରେ ବିଜେଡି ଏବଂ ଭାଜପା ଅପେକ୍ଷା କଂଗ୍ରେସ ପ୍ରାର୍ଥୀ ଦେବାରେ ବିଳମ୍ବ କରିଛିି। ଦଶପଲ୍ଲା ବ୍ଳକ ଏବଂ ଏନ୍‌ଏସି, ଗଣିଆ ଓ ନୂଆଗଁା ବ୍ଳକକୁ ନେଇ ଦଶପଲ୍ଲା ନିର୍ବାଚନମଣ୍ଡଳୀ ଗଠିତ। ଦଶପଲ୍ଲା ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲେ ମଧ୍ୟ ଏଠାରେ ଆଦିବାସୀଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏବେ ବି ନିର୍ବାଚନମଣ୍ଡଳୀର ଅନେକ ଗଁାକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଏଣୁ ଗୁରୁତର ରୋଗୀ ଦୋଳା, ଖଟିଆରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଏଠାରେ ବିଜେଡିର ରମେଶ ଚନ୍ଦ୍ର ବେହେରା ବିଧାୟକ ଅଛନ୍ତି। ରମେଶ ୨୦୧୯ରେ ନିର୍ବାଚିତ ହେବା ପରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିଛି। ବିଭିନ୍ନ ସମୟରେ ଦଳର ଅସନ୍ତୁଷ୍ଟ ନେତାମାନେ ସଭାସମିତି କରି ବିଧାୟକଙ୍କୁ ଅଡୁଆରେ ପକାଇଛନ୍ତି। ଚଳିତ ନିର୍ବାଚନରେ ରମେଶଙ୍କ ପ୍ରାର୍ଥିତ୍ୱକୁ ନେଇ ବିରୋଧାଭାସ ଦେଖାଦେଇଥିଲେ ହେଁ ଦଳ ପକ୍ଷରୁ ତାଙ୍କୁ ପୁଣି ପ୍ରାର୍ଥୀ କରାଯିବା ପରେ ବିରୋଧ ଥମିଯାଇଛି। କିନ୍ତୁ ଅନ୍ତର୍ଦ୍ୱନ୍ଦ୍ୱ ଦୂର ହୋଇପାରିନାହିଁ। ଏହା ରମେଶଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ଏହାର ଫାଇଦା ନେଇପାରିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ତେବେ ଭାଜପା ନୂଆ ଚେହେରା ଭାବେ ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ସେ ନୂଆ ହେଲେ ମଧ୍ୟ ପ୍ରାୟ ୮ ବର୍ଷ ହେଲା ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ଭାଜପାର ସଙ୍ଗଠନ କାର୍ଯ୍ୟ କରିଆସୁଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କନ୍ଧମାଳର ପୂର୍ବତନ ଏମ୍‌ପି ନକୁଳ ନାଏକଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଅଭିଜ୍ଞ ହୋଇଥିଲେ ମଧ୍ୟ ସ୍ବଳ୍ପଦିନରେ ଦଳୟ ସଙ୍ଗଠନକୁ ସକ୍ରିୟ କରି ଭୋଟରଙ୍କ ପ୍ରିୟଭାଜନ ହୋଇପାରୁଛନ୍ତି କି ନାହିଁ ତାହା ଜୁନ୍‌ ୪ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ। କନ୍ଧମାଳ ଲୋକ ସଭା ଆସନ ଅଧୀନରେ ଆସୁଥିବା ଦଶପଲ୍ଲା ବିଧାନସଭା ଆସନରେ ମେ’ ମାସ ୨୦ ତାରିଖରେ ଭୋଟଗ୍ରହଣ ହେବ। ହେଲେ ଏଯାଏ ପ୍ରଚାର ଜୋର ଧରିନାହିଁ। ବିଜେଡି ପ୍ରାର୍ଥୀ ରମେଶ ବେହେରା ଦଶପଲ୍ଲା ସହର ଓ ବ୍ଲକରେ ପ୍ରଚାର କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଗଣିଆ ଓ ନୂଆଗଁା ବ୍ଳକ ଅଞ୍ଚଳରେ କୌଣସି ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁନାହିଁ।
ସୂଚନାଥାଉ କି, ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୨୦୧୯ରେ ଦଳ ପ୍ରାର୍ଥୀ କରି ନ ଥିଲା। ଫଳରେ ପୂର୍ଣ୍ଣଚନ୍ଦ୍ର ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୩୯,୭୧୫ (୩୧%) ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ରମେଶ ୭୫,୦୦୬(୫୮%) ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ନାଏକ ୭,୯୪୯(୬%) ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ଭାଜପା ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ଭରସା ନ କରି ଶିକ୍ଷକ ନେତା ରାଘବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri