ଜିଲା ସଂସ୍କୃତି ଭବନ ଉଦ୍‌ଘାଟନ ବେଳେ ବିଜେଡି-କଂଗ୍ରେସ ମୁହାଁମୁହିଁ

ବଲାଙ୍ଗୀର ଅଫିସ, ୧୮ା୨: ବଲାଙ୍ଗୀର କୋଶଳ କଳାମଣ୍ଡଳ ପରିସରରେ ଶୁକ୍ରବାର ଜିଲା ସଂସ୍କୃତି ଭବନ ନବୀକରଣ ଏବଂ ଲୋକାର୍ପଣ ସମାରୋହ ଚାଲିଥିବାବେଳେ ବିଜେଡି ଏବଂ କଂଗ୍ରେସ କର୍ମୀ ମୁହଁାମୁହିଁ ହୋଇଥିଲେ। ଅତିଥିଭାବେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ରୋହିତ ପୂଜାରୀ, ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ବିଧାୟକ ନରସିଂହ ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରାଣା, ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ ଉଭୟ ଦଳର କର୍ମୀ ହାତାହାତି ହୋଇଥିଲେ। ମନ୍ତ୍ରୀ ପୂଜାରୀ ଜିଲା ସଂସ୍କୃତି ଭବନ ଲୋକାର୍ପଣ କଲାପରେ ବଲାଙ୍ଗୀର ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ କେତେଜଣ ଏକ ଦାବିପତ୍ର ଦେଇଥିଲେ। ଉକ୍ତ ଦାବିପତ୍ରରେ ବଲାଙ୍ଗୀର ସହରରେ ଅନେକ ବିକାଶମୂଳକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁଦାନ ଦେବା ସତ୍ତ୍ୱେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନ ହେବାରୁ ପ୍ରକଳ୍ପ କାମ ହେଉନାହିଁ। ତେଣୁ ଏଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଉଦ୍‌ଘାଟିତ ହଲ୍‌ରେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲାପାଳ ଓ ଅନ୍ୟ ଅତିଥି ବସି କଥା ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ମ୍ୟୁନିସିପାଲିଟିର ଦୋମୁହଁା ନୀତିକୁ ସମାଲୋଚନା କରାଯାଇଥିଲା। ବିଧାୟକ ଘର ଭାଙ୍ଗୁଛନ୍ତି ବୋଲି ପ୍ରଚାର ହେଉଛି। ଘର ରାଜ୍ୟ ସରକାର କି ବିଧାୟକ ଭାଙ୍ଗୁଛନ୍ତି ବୋଲି ବିଧାୟକ ମିଶ୍ର ସେଠାରେ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ କାଉନସିଲର ମହେନ୍ଦ୍ର ବାଗ ବିଧାୟକ ମିଶ୍ରଙ୍କ ସହ ଯୁକ୍ତି କରିଥିଲେ। ସ୍ଥାନୀୟ ବିଧାୟକ ଏବଂ ଏମ୍‌ପିଙ୍କୁ ନ ଜଣାଇ ତଥା ପୌର ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଏଲ୍‌ଆର୍‌ସି (ଜମି ପ୍ରମାଣପତ୍ର) ବଣ୍ଟନକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥାକୁ ନେଇ କେତେଜଣ କଂଗ୍ରେସ କର୍ମୀ କାଉନସିଲର ବାଗଙ୍କୁ ତାଗିଦ୍‌ କରିଥିଲେ। ଏହାପରେ ବାଗ୍‌ ଏବଂ କଂଗ୍ରେସ ଜିଲା ଉପସଭାପତି ମନୀଷ ମିଶ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରବଳ ହଟ୍ଟଗୋଳ ହେବା ଦେଖି ମନ୍ତ୍ରୀ ପୂଜାରୀ, ରାଜ୍ୟ ସଭା ସଦସ୍ୟ ବିଶି, ବିଧାୟକ ମିଶ୍ର ସେଠାରୁ ଚାଲିଯାଇଥିଲେ।
ଏହାପରେ ହଲ୍‌ ଭିତରେ ଉଭୟ ବିଜେଡି ଏବଂ କଂଗ୍ରେସ କର୍ମୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଜିଲାପାଳ ରାଣା ଏବଂ ଏସ୍‌ଡିପିଓ ତୋଫାନ ବାଗ ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରୁଥିବା ଦେଖାଯାଇଥିଲା। ତେବେ ସେହି ଠେଲାପେଲା ପରିସ୍ଥିତିରେ ୮ ନମ୍ବର କାଉନସିଲର ନନ୍ଦିନୀ ପୋଢ଼ ଚୁଡି ଭାଙ୍ଗିଯିବାରୁ ହାତରେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରିଥିବା ସେ ଗଣମାଧ୍ୟମକୁ ଦେଖାଇଥିଲେ। ପରେ ପୌରାଧ୍ୟକ୍ଷା ସାହୁ, କେତେଜଣ କାଉନସିଲର ଏବଂ ବିଜେଡି କର୍ମୀ ଟାଉନ୍‌ ଥାନାକୁ ଯାଇ କଂଗ୍ରେସ ଦଳ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗରେ କାଉନସିଲର ପୋଢ଼ଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାକୁ କଂଗ୍ରେସର ଗୁଣ୍ଡାଗର୍ଦ୍ଦି ବୋଲି ପୌରାଧ୍ୟକ୍ଷା ସାହୁ ଓ କାଉନସିଲର ପୋଢ଼ କହିଛନ୍ତି। ଘଟଣାକୁ ନେଇ କଂଗ୍ରେସ ଉପସଭାପତି ମନୀଷ ମିଶ୍ର ସଂସ୍କୃତି ଭବନ ଲୋକାର୍ପଣ ବେଳେ ବିଜେଡି କାଉନସିଲର ମହେନ୍ଦ୍ର ବାଗ ଓ ଅନ୍ୟ କେତେଜଣ ବିଧାୟକ ମିଶ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି। ତେବେ ଖବରଲେଖା ହେବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇନାହିଁ। ଏନେଇ ଏସ୍‌ଡିପିଓ ବାଗଙ୍କୁ ପଚାରିବାରୁ ସମସ୍ତଙ୍କ ଉପସ୍ଥିତିରେ ସବୁ ଘଟିଛି। କିଏ କ’ଣ କହୁଛି ସେନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପ୍ରସ୍ତାବିତ ମହାରାଣୀ ସାଗର ପ୍ରକଳ୍ପ, ନୂଆ ଜିଲାପାଳ ଅଫିସ ଏବଂ ନୂଆ ସିଭିଲ କୋର୍ଟ ତିଆରି ପାଇଁ ଜବରଦଖଲ ଉଚ୍ଛେଦକୁ ନେଇ ବିଜେଡି ଓ କଂଗ୍ରେସ ମୁହଁାମୁହିଁ ସ୍ଥିତିରେ ରହିଛନ୍ତି। ଜିଲା ପ୍ରଶାସନ ଅନେକ ଥର ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିଲେ ମଧ୍ୟ ପୌର କାଉନସିଲ ଏବଂ ଲୋକଙ୍କ ବିରୋଧ ଯୋଗୁଁ ଉଚ୍ଛେଦ ଟିମ୍‌ ଫେରି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?