ଭାଜପା-ବିଜେଡି କର୍ମୀ ମାର୍‌ପିଟ୍‌

ଖୁଣ୍ଟୁଣୀ,୨ା୭(ସଚ୍ଚିଦାନନ୍ଦ ପଣ୍ଡା):କଟକ ଜିଲା ଆଠଗଡ଼ ବ୍ଲକ ଅଧୀନ ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ସୋମବାର ଭୂମିପୂଜାବେଳେ ଭାଜପା ନେତା ଅଭୟ ବାରିକଙ୍କ ଉପସ୍ଥିତିକୁ ନେଇ ବିଜେଡି-ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ। ଏପରି କି ବିଜେଡି କର୍ମୀଙ୍କୁ ଭାଜପା କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ମାରିଥିବା ଭାଜପା କର୍ମୀଙ୍କୁ ଗିରଫ କରିବା ଦାବିରେ ବିଜେଡି ସମର୍ଥିତ ଖୁଣ୍ଟୁଣୀ ପଞ୍ଚାୟତର ସମିତିସଭ୍ୟ ଗଗନ ବିହାରୀ ପରିଡା ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟ ଅଶୋକ କୁମାର ସ୍ବାଇଁ ପହଞ୍ଚତ୍ ପରିଡାଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧରୁ ଉଠାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଖୁଣ୍ଟୁଣୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ସୋମବାର ପୂର୍ବାହ୍ନ ୧୦ଟାରେ ଭୂମିପୂଜା କରାଯାଇଥିଲା। ସେଠାରେ ସମିତିସଭ୍ୟ ପରିଡା ଓ ସରପଞ୍ଚ କୈଳାସ ଚନ୍ଦ୍ର ଦାସ ତାଙ୍କର କେତେଜଣ ସମର୍ଥକଙ୍କ ସହିତ ଉପସ୍ଥିତ ଥିଲେ। ଅପରପକ୍ଷେ ଠିକାଦାରଙ୍କଠାରୁ ସୂଚନା ପାଇ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଆଠଗଡ଼ର ଭାଜପା ନେତା ଅଭୟ ବାରିକ ତାଙ୍କ ସମର୍ଥକଙ୍କ ସହିତ ଡାକ୍ତରଖାନାଠାରେ ପହଞ୍ଚିଥିଲେ। ଅଭୟଙ୍କ ଉପସ୍ଥିତି ଦେଖି ବିଜେଡି କର୍ମୀମାନେ ଅସନ୍ତୋଷ ପ୍ରକାଶ କରି ହୋହଲ୍ଲା କରିଥିଲେ। ଏହାକୁ ନେଇ ବିଜେଡି ଓ ଭାଜପା କର୍ମୀ ଠେଲାପେଲା ହେବା ସହ ମାରପିଟ୍‌ ହୋଇଥିଲେ। ଏଥିରେ ସମିତିସଭ୍ୟ ପରିଡ଼ା ଆହତ ହୋଇଥିଲେ। ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଓ ମାଜିଷ୍ଟ୍ରେଟ ଅଶୋକ ସ୍ବାଇଁ ପହଞ୍ଚି ଉଭୟ ପକ୍ଷର କର୍ମୀଙ୍କୁ ବୁଝାଶୁଝା କରିଥିଲେ। ପରେ ଗ୍ରାମ୍ୟ କମିଟି ସଦସ୍ୟ ଓ ପୋଲିସ ଉପସ୍ଥିତିରେ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଆବାହକ ଗୌରହରି ମହାନ୍ତିଙ୍କୁ ଭୂମିପୂଜା ପାଇଁ ଅଭୟ ନଡ଼ିଆ ଦେଇଥିଲେ। ଏହାପରେ ସେ ନଡ଼ିଆ ବାଡେଇ ଭୂମିପୂଜା କରିଥିଲେ। ଅଭୟ ଖୁଣ୍ଟୁଣୀ ଡାକ୍ତରଖାନାକୁ ସିଏଚ୍‌ସି ଓ ଟ୍ରମା କେୟାର ସେଣ୍ଟର ପାଇଁ ସରକାର ଅନୁମତି ଦେଇଥିବା କହି ସେଠାରୁ କର୍ମୀଙ୍କୁ ନେଇ ପଳାଇଥିଲେ। ଅପରପକ୍ଷରେ ବିଜେଡି କର୍ମୀଙ୍କୁ ଭାଜପା କର୍ମୀ ମାଡ ମାରିଥିବା ନେଇ ସମିତି ସଭ୍ୟ ପରିଡା ଥାନାରେ ଏତଲା ଦେଇଥିଲେ। ତୁରନ୍ତ ଭାଜପା କର୍ମୀଙ୍କୁ ଗିରଫ କରିବା ଦାବିରେ ପରିଡା ରାସ୍ତା ଅବରୋଧ କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଅପରପକ୍ଷରେ ଭାଜପା କର୍ମୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଠିକାଦାରଙ୍କଠାରୁ ସୂଚନା ପାଇଁ ଆମେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲୁ। ହେଲେ ସେଠାରେ ବିଜେଡି କର୍ମୀମାନେ ଅଯଥାରେ ଆମକୁ ଆକ୍ରମଣ କରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ଥାନାରେ ୨ଟି ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ଖୁଣ୍ଟିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?