ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଷ୍ଟାର ପ୍ରଚାରକ ସଚିନ ପାଇଲଟ ଏହା କହିଛନ୍ତି।  ବାଲେଶ୍ୱର ମିଶନପଡିଆଠାରେ ଜିଲା କଂଗ୍ରେସ ସଭାପତି ସଞ୍ଜିବ ଗିରିଙ୍କ ନେତୃତ୍ୱରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗଦେଇ ସଚିନ କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା କ୍ଷେତ୍ର ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ସହ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍‌ ମାଗିବାକୁ ଆସିଛି। ତେବେ ଏଠାକାର ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ। ଦୀର୍ଘଦିନ ଧରି ରାଜ୍ୟରେ ଥିବା ବିଜେଡି ସରକାର ନାମରେ ବହୁ ଅଭିଯୋଗ ରହିଛି। ଅବୈଧ ଖଣି ଉତ୍ତୋଳନ, ଚିଟ୍‌ଫଣ୍ଡ ଭଳି ବିଭିନ୍ନ ସ୍କାମର ତଦନ୍ତ ପାଇଁ ରାଜ୍ୟ ସରକାର ଆଶ୍ୱାସନା ଦେଇ ଚୁପ୍‌ ରହିଛନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାରକୁ ବଦଳାଇବା ପାଇଁ ସେମାନେ ମନବଳାଇଲେଣିି। ସେହିପରି କେନ୍ଦ୍ରରେ ଭାଜପା ସରକାର ୧୦ବର୍ଷ ଧରି ରହିଛି। ସରକାର ଗଢ଼ିବା ବେଳେ ଦରଦାମ୍‌ ନିୟନ୍ତ୍ରଣ, ବେରୋଜଗାରୀ, କଳାଧନ ଫେରସ୍ତ, ଭ୍ରଷ୍ଟାଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଶ୍ୱାସନା ଦେଇଥିଲେ। ହେଲେ ୧୦ବର୍ଷ ମଧ୍ୟରେ ଏସବୁର ରିପୋର୍ଟ ଦେଖାଇବା ପାଇଁ ସରକାରଙ୍କ ପାଖରେ ରିପୋର୍ଟ କାର୍ଡ଼ ନାହଁି। ଯେତେବେଳେ କଂଗ୍ରେସ ସରକାର ଥିଲା ରାଜ୍ୟରେ ବଡ଼ବଡ଼ ଉଦ୍ୟୋଗ, କଳକାରଖାନା ଗଢ଼ି ଉଠିଥିଲା। ଲୋକମାନଙ୍କ ପାଇଁ ଉନ୍ନତି କରିବାର ସୁଯୋଗ ରହିଥିଲା। ଏହି ରାଜ୍ୟରେ ଜଙ୍ଗଲ, ପାଣି, କୋଇଲା ଭଳି ଖଣିଜ ପଦାର୍ଥ ଭରି ରହିଛି। କିନ୍ତୁ ଏଠାକାର ସରକାର ୨୫ବର୍ଷ ଧରି ଲୋକଙ୍କୁ ଶୋଷଣ କରିଆସୁଛନ୍ତି। କେବଳ ରାଜ୍ୟରେ ନୁହେଁ ଦେଶ ସାରା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି।
 କଂଗ୍ରେସ ଦଳ ଦେଶର ବଡ଼ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ଏହାପରେ ମଧ୍ୟ ଭାଜପା ସରକାର ଆଚରଣ ବିଧିକୁ ଆଳ କରି ଦଳର ଆକାଉଣ୍ଟ ସିଜ୍‌ କରିଦେଇଛି। ତଥାପି ଦୃଢଭାବେ କଂଗ୍ରେସ ଓ ଇଣ୍ଡିଆ ଆଲାଏନ୍ସ ପ୍ରାର୍ଥୀଙ୍କ ସହଭାଗିତାରେ ନିର୍ବାଚନ ଲଢୁଛୁ। ଯେଉଁଠି ନିର୍ବାଚନ ସରିଲାଣି ସେଠାରେ ଭାଜପା ପଛୁଆ ରହିଛି। ଭାଜପା ନେତାମାନେ ସେଥିପାଇଁ ଧର୍ମକୁ ନେଇ ମନ୍ଦିର ଓ ମସଜିଦ୍‌ ଏବଂ ହିନ୍ଦୁ ଓ ମୁସଲମାନ ସମ୍ପର୍କରେ କଥା ରଖୁଛନ୍ତି। ବିକାଶ ଓ ଲୋକଙ୍କ କଥା କହିବା ବନ୍ଦ କରିଦେଲେଣି। ଚଳିତ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ବାଲେଶ୍ୱରରେ କଂଗ୍ରେସ ଜିତିବ। ଏଥିସହିତ କଂଗ୍ରେସ ସରକାରକୁ ଆସିଲେ ପ୍ରତି ଗରିବ ପରିବାରର ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ, ଏମ୍‌ଏସ୍‌ପି ପାଇଁ ନିର୍ଦ୍ଦିଷ୍ଟ ନିୟମ ତିଆରି କରାଯାଇ ଗ୍ୟାରେଣ୍ଟି ଦିଆଯିବ। ଦେଶରେ ୩୦ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରାଯିବ ଭଳି ସଚିନ କହିଥିଲେ। ସମାବେଶରେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ବାଲେଶ୍ୱର ବିଧାନସଭା ପ୍ରାର୍ଥୀ ମୋନାଲିସା ସାମଲ, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ, ବଡ଼ସାହି ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି, ପିସିସି ଜିଲା ଅବଜରଭର ଅଭୟ ଚହଲ, ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଜିଲା ମୁଖ୍ୟ ବିକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନୀ ପ୍ରଚାର କରିଥିଲେ।
ଏହାପରେ ଅପରାହ୍ନ ୩ଟାରେ ସଚିନ ଭୋଗରାଇ ହେଲିପ୍ୟାଡ୍‌ ପଡ଼ିଆଠାରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସେ କହିଥିଲେ, ଦୀର୍ଘ ୨୫ ବର୍ଷ ଉକ୍ତ ଅଞ୍ଚଳର ଲୋକେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଆସୁଥିଲେ ମଧ୍ୟ ସ୍ଥାନୀୟ ସମସ୍ୟା ଭରି ରହିଛି। ଏପରିକି ଚଳିତ ନିର୍ବାଚନରେ ବିଜେଡି ଓ ଭାଜପାରେ ମଧ୍ୟ କଂଗ୍ରେସର ପୂର୍ବତନ ନେତାମାନେ ପ୍ରାର୍ଥୀ ହୋଇଛନ୍ତି। ଯଦି ଭୋଗରାଇବାସୀ ତାଙ୍କୁ ଭୋଟ୍‌ ଦେବେ, ତେବେ କାହଁିକି ଅରିଜିନାଲ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ସ୍ଥାନୀୟ ସମସ୍ୟାର ସମାଧାନ ନ କରିବେ ବୋଲି ସେ ପ୍ରଶ୍ନ ଉଠାଇଥିଲେ। ଏଥିସହିତ ଭୋଗରାଇବାସୀଙ୍କୁ ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?