ମେଣ୍ଟ ହେବ କି ନାହିଁ? ମାର୍ଚ୍ଚ ୧୨ରେ ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର,୧୦।୩: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଦିନକୁ ଦିନ ଅଧିକ ରହସ୍ୟମୟ ହୋଇଉଠୁଛି । ମେଣ୍ଟ ହେବ କି ନାହିଁ, ଏ ଉତ୍ତର କାହାରି ପାଖରେ ନାହିଁ । କେହି ମେଣ୍ଟ ହେବ ବୋଲି କହୁଥିବାବେଳେ କେହି କହୁଛନ୍ତି ଏକାକୀ ଲଢିବୁ। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇରାଲ ଭିଡିଓ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଚହଳ ପକାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତିର ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା। କଥାରେ କଥାରେ ସେ ଅନ୍ୟ ଦିଗକୁ ଇଶାରା କରୁଥିବା ଅନୁମାନ କରାଯାଉଛି। ତେବେ କୁହାଯାଉଛି, ଦୁଇ ଦଳର ତୁଙ୍ଗ ନେତା ହିଁ ମେଣ୍ଟ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଏହାର ଭିତରେ ସୂଚନା ମିଳୁଛି ଯେ ଆସନ୍ତା ୧୨ ତାରିଖରେ ମେଣ୍ଟକୁ ନେଇ ଆସିପାରେ ସ୍ପଷ୍ଟ ଚିତ୍ର । କାରଣ ୧୨ ତାରିଖରେ ଦିଲ୍ଲୀରେ ଏନଡିଏ ସହଯୋଗୀ ଦଳଗୁଡ଼ିକର ବୈଠକ ବସିବ । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହିଦିନ ଓଡିଶା ଆସିବେ। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ଯଦି ଏନଡିଏରେ ବିଜେଡି ସାମିଲ ହୋଇଥାଏ, ତେବେ ସେହି ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିପାରେ । ମେଣ୍ଟ ନ ହେଲେ ଏନଡିଏ ବୈଠକରେ ନବୀନ ଅନୁପସ୍ଥିତ ରହିବେ।

ଆସନ୍ତା ୧୨ ତାରିଖରେ, ଅର୍ଥାତ ଆଉ ୩ ଦିନ ପରେ ଏହି ଚର୍ଚ୍ଚା ଉପରେ ସ୍ପଷ୍ଟ ଚିତ୍ର ଆସିବ । ବିଜେଡି-ଭାଜପା ସମ୍ଭାବ୍ୟ ମେଣ୍ଟର ଗତିବିଧି ଉପରେ ନଜର ରଖୁଥିବା କିଛି ନେତା କହୁଛନ୍ତି ଏବେ ବି କିଛି ସ୍ତରରେ ଆଲୋଚନା ଚାଲିଛି ଏବଂ ୧୨ ତାରିଖରେ ଏହା ସାମ୍ନାକୁ ଆସିବ ।

ମେଣ୍ଟ ହେବ ନା ନାହିଁ, ତାକୁ ନେଇ ଅନେକ ପ୍ରଶ୍ନ ରହିଥିବା ବେଳେ ଏହାର ଉତ୍ତର କାହାରି ପାଖରେ ନାହିଁ । ମିଳୁଥିବା ସୂଚନା ଅନୁସାରେ, ବିଜେଡି-ଭାଜପା ମଧ୍ୟରେ ଆସନ ବୁଝାମଣା ହୋଇପାରୁନାହିଁ । ମେଣ୍ଟ ପାଇଁ ଭାଜପା ପୁରୀ-ଭୁବନେଶ୍ୱର ମାଗୁଥିବାବେଳେ ସେଥିରେ ବିଜେଡି ରାଜି ହେଉନାହିଁ ଏବଂ ବିଜେଡି ଏମିତି କିଛି ଆସନ ଦାବି କରୁଛି, ଯେଉଁଥିରେ ଭାଜପାର ନେତାମାନେ ରାଜି ହେଉନାହାନ୍ତି ।

ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ପରେ ଉଭୟ ନେତା ଓ କର୍ମୀ ମହଲରେ ଉତ୍କଣ୍ଠା ଲାଗି ରହିଛି । ମେଣ୍ଟ ହୋଇପାରେ କି, କାହାକୁ ଟିକେଟ ମିଳିବ, କିଏ କଟିବ, ଏହିପରି ଅନେକ ପ୍ରଶ୍ନ ସେମାନଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ଅବସ୍ଥାରେ ମନ୍ତ୍ରୀ ଠାରୁ ଆରମ୍ଭ କରି ଦଳୀୟ କର୍ମୀମାନେ ଏବେ ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି। ବୋଧହୁଏ ଆସନ୍ତା ୧୨ ତାରିଖରେ ଏସବୁ ପ୍ରଶ୍ନର ଉତ୍ତର ମିଳିଯାଇପାରେ ବୋଲି ଆଶା କରାଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri