ରକ୍ତ ସଞ୍ଚାଳନକୁ ସକ୍ରିୟ କରେ କଲରା

କଲରାର ସ୍ବାଦ ପିତା ହେଲେ ମଧ୍ୟ ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଜଣେ ଡାଇବେଟିସ୍‌ ରୋଗୀ ପାଇଁ ଏହା ଆହୁରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ସବୁଠାରୁ ଖାସ୍‌ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିଥାଏ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ରହିଛି। ତନ୍ମଧ୍ୟରୁ ଭିଟାମିନ୍‌-ଏ ଆମର ଦୃଷ୍ଟିଶକ୍ତିକୁ ଆହୁରି ଦୃଢ଼ କରିଥାଏ। ଏହାର ଆଣ୍ଟି-ଅକ୍ସିଡାଣ୍ଟ୍‌ ଗୁଣ ପାଇଁ ବାହାର ଜୀବାଣୁଗୁଡିକ ସହଜରେ ଶରୀର ଭିତରକୁ ପ୍ରବେଶ କରପାରି ନ ଥାନ୍ତି। କଲରା ଜୁସ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା, ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଉଚ୍ଚ ରକ୍ତଚାପକୁ କଲରା କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଏହାକୁ ନିୟମିତ ଖାଇଲେ ତାହା ରକ୍ତକୁ ପରିଷ୍କାର ରଖିବା ସହ ରକ୍ତ ସଞ୍ଚାଳନକୁ ଠିକ୍‌ ରଖେ। କଲରା ଖାଇଲେ ଆଉ ଏକ ଉପକାର ମଧ୍ୟ ମିଳିଥାଏ। ଏହା ଶରୀରରେ ସହଜରେ ଆଲର୍ଜି ହେବାକୁ ଦେଇ ନ ଥାଏ। ଏପରି କି ଏହାକୁ ଖାଇଲେ ଆଜ୍‌ମା ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ଏହା ମଧ୍ୟ ଓଜନକୁ ସନ୍ତୁଳିତ ରଖେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପେଟରୋଗ ସମସ୍ୟା ଥିଲେ ବଢ଼ିଥାଏ ଓଜନ, ଜାଣନ୍ତୁ କାରଣ, ନିରାକରଣ

ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ, ପେଟ ରୋଗ ଥିଲେ ଓଜନ ପ୍ରାୟତଃ ହ୍ରାସ ପାଇଥାଏ। ମାତ୍ର ନା କିଚି ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁ...

ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍‌ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….

ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ...

ବିଟ୍‌ ରୁଟକୁ କଞ୍ଚା ଖାଇବା ଠିକ ନା ସିଝାଇ ଖାଇବା ଠିକ? ଜାଣନ୍ତୁ ଏହାର ସଠିକ ଉପାୟ ନଚେତ ହୋଇପାରେ ବଡ଼ ସମସ୍ୟା

ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ...

Gallbladder Stone: ଜାଣନ୍ତୁ ପିତ୍ତାଶୟରେ ପଥର ହେବାର ଲକ୍ଷଣ, କାରଣ, ଚିକିତ୍ସା; କ’ଣ ସର୍ଜରୀ ନିହାତି…

Gallbladder Stone Treatment: ପିତ୍ତାଶୟ ପଥର ବା ଗଲ୍ଡଷ୍ଟୋନ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା, ଯାହା ପିତ୍ତାଶୟରେ କଠିନ ଜମାଟ ଦ୍ରବ୍ୟ ହିସାବରେ ଗଠିତ ହୁଏ।...

କାମ ଚାପରେ କେମିତି ରଖିବେ ମାଇଣ୍ଡ୍‌ ଫ୍ରି:ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମ ଚାପରେ ବ୍ୟତିବ୍ୟସ୍ତ ହୋଇ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଏ ମନ। ନୀତିଦିନିଆ ଜୀବନରେ ବିଭିନ୍ନ ଭାବରେ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ ଦକ୍ଷତା...

ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ

ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ… -ବର୍ଷାଦିନେ ଘର ଭିତରକୁ...

ବିଳମ୍ବରେ ଭୋଜନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍‌…

ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ...

ଏସବୁ ପତ୍ରକୁ ଖାଲି ପେଟରେ ଖାଇଲେ ଯିବାକୁ ପଡ଼ିବନି ମେଡିକାଲ: ସୁସ୍ଥ ରହିବ ହାର୍ଟ…

ଏମିତି ବି କିଛି ଗୁଣକାରୀ ପତ୍ର ରହିଛି; ଯାହାକୁ ଖାଲିପେଟରେ ଚୋବେଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯେମିତିକ, ଖାଲିପେଟରେ କିଛି ନିମପତ୍ରକୁ ଚୋବେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri