ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା

ଅମରପାଲି,୧୫।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ରବିବାର ଇସ୍ତଫା ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସନ୍ତୋଷ ଏହି ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଓ ଘରୋଇ କାରଣ ଯୋଗୁ ବ୍ଲକ ଅଧ୍ୟକ୍ଷ ପଦ ଛାଡିଥିବା ସେ ପ୍ରକାଶ କରିଛନ୍ତି ।

ସୂଚନା ଯୋଗ୍ୟ, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସେ ପତାକା ଉତ୍ତୋଳନ କରିଥିଲେ। ଏପର କି ଭାଜପା ଯୁବମୋର୍ଚ୍ଚା ସଭାପତି ଭାବେ ସ୍ବାଧୀନତା ଦିବସ ଅବସରରେ ସେ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଇଥିଲେ। ଏହି ସମସ୍ତ କାର୍ଯ୍ୟ ସାରି ହଠାତ୍‌ ଏକ ଖବରଦାତା ସମ୍ମିଳନୀ କରି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପଦବୀରୁ ସେ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। ଭାଜପା ତାଙ୍କୁ ଜିଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଗୁରୁଦାୟିତ୍ୱ ଦେଇଥିବାରୁ ଦଳର ଜଣେ ସୃଙ୍ଖଳିତ ସଦସ୍ୟ ଭାବେ ଜିଲା ଓ ରାଜ୍ୟ ପଦାଧିକାରୀଙ୍କୁ ସାକ୍ଷାତ କରି ମତାମତ ଜଣାଇବି ବୋଲି ସେ କହିଛନ୍ତି । ଏହା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ କୌଣସି ପଦ ପାଇଁ ପ୍ରଦିଦ୍ବନ୍ଦିତା କରିବେ ନାହିଁ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri