Posted inଖେଳ

ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ

ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ଏଥିରେ ଓଡ଼ିଶାର ୨ ଖେଳାଳି ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ପ୍ରତିଭାସମ୍ପନ୍ନ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ଗୁରୁବାର ଘୋଷିତ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ଏକମାତ୍ର ଦୀପ୍‌ ଗ୍ରେସ୍‌ ଏକ୍କା ସ୍ଥାନ ପାଇଥିଲେ। ବୀରେନ୍ଦ୍ରଙ୍କର ପୂର୍ବରୁ ୨୦୧୨ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରହିଛି। ଆଣ୍ଠୁରେ ଆଘାତ ଯୋଗୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିପାରି ନ ଥିଲେ। ମାତ୍ର ଅମିତଙ୍କ ପାଇଁ ଏହା ହେବ ପ୍ରଥମ ଅଲିମ୍ପିକ୍ସ। ଘୋଷିତ ୧୬ ଜଣିଆ ଦଳରେ ଅମିତଙ୍କ ସମେତ ୯ ଖେଳାଳି ପ୍ରଥମଥର ପାଇଁ ଅଲିମ୍ପିକ୍ସ ସ୍ବାଦ ପାଇବେ। ସେମାନେ ହେଲେ ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ ଓ ଲଳିତ କୁମାର ଉପାଧ୍ୟାୟ। ୨୦୧୬ ପରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ୬ ଖେଳାଳି ହେଲେ ପୂର୍ବତନ ଅଧିନାୟକ ତଥା ଗୋଲକିପର ପି.ଆର. ଶ୍ରୀଜେଶ, ମିଡ୍‌ଫିଲ୍ଡର ମନ୍‌ପ୍ରୀତ ସିଂ, ଡିଫେଣ୍ଡର ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର ଓ ମନଦୀପ ସିଂ। ଅଧିନାୟକଙ୍କ ନାମ ଘୋଷଣା ହୋଇ ନ ଥିଲେ ହେଁ ମନ୍‌ପ୍ରୀତ ଦଳର ନେତୃତ୍ୱ ନେବା ସମ୍ଭାବନା ଅଧିକ ରହିଛି।
ଦଳରେ ଜଣେମାତ୍ର ଗୋଲକିପରଙ୍କୁ ନିଆଯାଇଥିବାରୁ ପ୍ରତିଭାସମ୍ପନ୍ନ କ୍ରିଷ୍ଣନ ବାହାଦୁର ପାଠକ ସୁଯୋଗ ପାଇନାହାନ୍ତି। ଦଳରେ ୫ ଜଣ ଲେଖାଏ ଡିଫେଣ୍ଡର, ମିଡ୍‌ଫିଲ୍ଡର ଏବଂ ଫରଓ୍ବାର୍ଡଙ୍କୁ ନିଆଯାଇଛି। ରିଓରେ ଖେଳିଥିବା ଆକାଶଦୀପ ସିଂ ଏବଂ ରମଣଦୀପ ସିଂଙ୍କ ପରି ନାମୀ ଖେଳାଳି ଏଥର ଦଳରେ ନାହାନ୍ତି।
ଅଲିମ୍ପିକ୍ସରେ ଭାରତ ୮ ସ୍ବର୍ଣ୍ଣ ପଦକ ପାଇଛି। ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣିମ ସଫଳତା ପାଇଥିଲା। ମାତ୍ର ୪ ଦଶନ୍ଧି ଧରି ପଦକ ଶୂନ୍ୟତା ରହିଛି। ଟୋକିଓ ଅଲିମ୍ପିକ୍ସର ପୁଲ୍‌-ଏ’ରେ ଏଥର ଭାରତ ରହିଛି। ଏହି ପୁଲ୍‌ରେ ଥିବା ଅନ୍ୟ ଦଳଗୁଡ଼ିକ ହେଲେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା, ୩ ଥର ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଟିମ୍‌ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ ଏବଂ ଆୟୋଜକ ଜାପାନ।
ଭାରତୀୟ ଦଳ
ଗୋଲକିପର: ପି.ଆର. ଶ୍ରୀଜେଶ
ଡିଫେଣ୍ଡର: ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା।
ମିଡ୍‌ଫିଲ୍ଡର: ହାର୍ଦ୍ଦିକ ସିଂ, ମନ୍‌ପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ।
ଫରଓ୍ବାର୍ଡ: ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri