ବିପଦରେ ଚିଲିକାର ବିଦେଶୀ ପକ୍ଷୀ

ଖୋର୍ଦ୍ଧା ଅଫିସ/ନିରାକାରପୁର/ଟାଙ୍ଗୀ,୨୬ା୧୨(ଡି.ଏନ୍‌.ଏ): ଶୀତ ବଢ଼ିବା ସହିତ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେବାରେ ଲାଗିଛି। ବର୍ତ୍ତମାନ ଚିଲିକାରେ ପ୍ରାୟ ୬ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ପ୍ରାକୃତିକ ଜଳବାୟୁ ଓ ଖାଦ୍ୟ ଅନ୍ବେଷଣରେ ଏମାନେ ଚିଲିକାକୁ ଚାଲିଆସୁଛନ୍ତି। ତେବେ ଏହି ବିଦେଶାଗତ ପକ୍ଷୀଙ୍କ ପାଇଁ ଚିଲିକା ଏକପ୍ରକାର ବିପଦର କାରଣ ପାଲଟିଛି। ଚିଲିକା ଓ ତଟବର୍ତ୍ତୀ ଅଞ୍ଚଳରେ ସବୁଦିନ ପକ୍ଷୀ ଶିକାର ଚାଲିଛି। ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଆସି ଶିକାରୀଙ୍କ ଫାଶରେ ପଡ଼ି ଓ ବିଷମିଶା ଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି। ଚିଲିକା ବନ୍ୟପ୍ରାଣୀ ବିଭାଗ କେବଳ କାଁ ଭାଁ ଶିକାରୀଙ୍କୁ ଧରି ବାହାବା ନେଉଥିବା ବେଳେ ପକ୍ଷୀ ଶିକାର ଏବେ ସୀମା ଲଂଘିଲାଣି। ବିଭାଗୀୟ ନିଷ୍କ୍ରିୟତାରୁ ଟାଙ୍ଗୀ ବନାଞ୍ଚଳରେ ପକ୍ଷୀ ଶିକାର ବଢ଼ିଚାଲିଥିବା ଅଭିଯୋଗ ହେଉଛି।
ଶନିବାର ସକାଳେ ୧୬ନମ୍ବର ଜାତୀୟ ରାଜପଥର ରତାମାଟି ଛକ ନିକଟ ରାସ୍ତା ପାର୍ଶ୍ୱରେ ୩୦ରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ମୃତଦେହ ପଡ଼ିିଥିବା ଦେଖିବାକୁ ମିିଳିଛି। ଶିକାରୀ ଏକ ଗାଡ଼ିରେ ମୃତଦେହ ନେଇ ରତାମାଟି ଛକ ନିକଟ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦେଇ ଫେରାର ହୋଇଯାଇଥିବା କୁହାଯାଉଛି। ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ମୃତପକ୍ଷୀଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦେଇଛନ୍ତି। ତେବେ ଏକସଙ୍ଗେ ଏତେସଂଖ୍ୟକ ବିଦେଶୀ ପକ୍ଷୀଙ୍କ ମୃତଦେହ ମିଳିବା ନେଇ ବନ୍ୟପ୍ରାଣୀ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ଉଠିଛି। ସୂଚନା ଅନୁଯାୟୀ, ଢାବା ଓ ହୋଟେଲରେ ପକ୍ଷୀ ବିକ୍ରି କରାଯିବା
ସହ ଭୋଜି ପାଇଁ ପକ୍ଷୀ ଶିକାର କରାଯାଉଛି। ବନ କର୍ମଚାରୀମାନେ ପକ୍ଷୀ ଶିକାର ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁ ନ ଥିବାବେଳେ ରାତ୍ର ଜଗୁଆଳିଙ୍କ ଦ୍ୱାରା କାମ ଚଳାଇ ନିଆଯାଉଛି। ବିଦେଶୀ ପକ୍ଷୀଙ୍କ ମାଂସ ୫ଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି। ଶିକାରୀମାନେ ଅର୍ଥ ଲୋଭରେ ଅବାଧରେ ପକ୍ଷୀ ଶିକାର କରିଚାଲିଛନ୍ତି। ଟାଙ୍ଗୀ ବନାଞ୍ଚଳ ଓ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଶିକାରୀଙ୍କ ଏକ ର଼୍ୟାକେଟ କାମ କରୁଥିବା ଶୁଣିବାକୁ ମିଳୁଛି। ପକ୍ଷୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କ୍ୟାମ୍ପ କରାଯାଉଛି। ଏଥର ୨୧ଟି କ୍ୟାମ୍ପ ଖୋଲାଯାଇଛି। ପ୍ରତି କ୍ୟାମ୍ପରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ନାଇଟ ୱାଚର ନିୟୋଜିତ ରହିଛନ୍ତି। ତଟବର୍ତ୍ତୀ ଅଞ୍ଚଳରେ ବନ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି। ତଥାପି ଫଳ ଶୂନ। ପ୍ରତିବର୍ଷ ପକ୍ଷୀ ଶିକାର ହେଉଛି। ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡ଼ାମଣି ମୁର୍ମୁ କହିଛନ୍ତି, ରତାମାଟି ଛକ ରାସ୍ତା ପାର୍ଶ୍ୱରେ ପକ୍ଷୀଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଟିମ୍‌ ପହଞ୍ଚତ୍ ୩୦ଟି ମୃତପକ୍ଷୀ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଚିଲିକାରେ ପକ୍ଷୀ ସୁରକ୍ଷା ଉପରେ କଡ଼ା ନଜର ରଖାଯାଇଛି। ନିକଟରେ ୮ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ୨୭ଟି ମୃତପକ୍ଷୀ ଜବତ ହୋଇଥିଲା। ୬ଟି ମାମଲା ରୁଜୁ କରାଯାଇଛି। ସ୍ଥାନୀୟ ଢାବା ଓ ହୋଟେଲଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri