ବିପଦରେ ଚିଲିକାର ବିଦେଶୀ ପକ୍ଷୀ

ଖୋର୍ଦ୍ଧା ଅଫିସ/ନିରାକାରପୁର/ଟାଙ୍ଗୀ,୨୬ା୧୨(ଡି.ଏନ୍‌.ଏ): ଶୀତ ବଢ଼ିବା ସହିତ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେବାରେ ଲାଗିଛି। ବର୍ତ୍ତମାନ ଚିଲିକାରେ ପ୍ରାୟ ୬ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ପ୍ରାକୃତିକ ଜଳବାୟୁ ଓ ଖାଦ୍ୟ ଅନ୍ବେଷଣରେ ଏମାନେ ଚିଲିକାକୁ ଚାଲିଆସୁଛନ୍ତି। ତେବେ ଏହି ବିଦେଶାଗତ ପକ୍ଷୀଙ୍କ ପାଇଁ ଚିଲିକା ଏକପ୍ରକାର ବିପଦର କାରଣ ପାଲଟିଛି। ଚିଲିକା ଓ ତଟବର୍ତ୍ତୀ ଅଞ୍ଚଳରେ ସବୁଦିନ ପକ୍ଷୀ ଶିକାର ଚାଲିଛି। ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଆସି ଶିକାରୀଙ୍କ ଫାଶରେ ପଡ଼ି ଓ ବିଷମିଶା ଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି। ଚିଲିକା ବନ୍ୟପ୍ରାଣୀ ବିଭାଗ କେବଳ କାଁ ଭାଁ ଶିକାରୀଙ୍କୁ ଧରି ବାହାବା ନେଉଥିବା ବେଳେ ପକ୍ଷୀ ଶିକାର ଏବେ ସୀମା ଲଂଘିଲାଣି। ବିଭାଗୀୟ ନିଷ୍କ୍ରିୟତାରୁ ଟାଙ୍ଗୀ ବନାଞ୍ଚଳରେ ପକ୍ଷୀ ଶିକାର ବଢ଼ିଚାଲିଥିବା ଅଭିଯୋଗ ହେଉଛି।
ଶନିବାର ସକାଳେ ୧୬ନମ୍ବର ଜାତୀୟ ରାଜପଥର ରତାମାଟି ଛକ ନିକଟ ରାସ୍ତା ପାର୍ଶ୍ୱରେ ୩୦ରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ମୃତଦେହ ପଡ଼ିିଥିବା ଦେଖିବାକୁ ମିିଳିଛି। ଶିକାରୀ ଏକ ଗାଡ଼ିରେ ମୃତଦେହ ନେଇ ରତାମାଟି ଛକ ନିକଟ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦେଇ ଫେରାର ହୋଇଯାଇଥିବା କୁହାଯାଉଛି। ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ମୃତପକ୍ଷୀଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦେଇଛନ୍ତି। ତେବେ ଏକସଙ୍ଗେ ଏତେସଂଖ୍ୟକ ବିଦେଶୀ ପକ୍ଷୀଙ୍କ ମୃତଦେହ ମିଳିବା ନେଇ ବନ୍ୟପ୍ରାଣୀ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ଉଠିଛି। ସୂଚନା ଅନୁଯାୟୀ, ଢାବା ଓ ହୋଟେଲରେ ପକ୍ଷୀ ବିକ୍ରି କରାଯିବା
ସହ ଭୋଜି ପାଇଁ ପକ୍ଷୀ ଶିକାର କରାଯାଉଛି। ବନ କର୍ମଚାରୀମାନେ ପକ୍ଷୀ ଶିକାର ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁ ନ ଥିବାବେଳେ ରାତ୍ର ଜଗୁଆଳିଙ୍କ ଦ୍ୱାରା କାମ ଚଳାଇ ନିଆଯାଉଛି। ବିଦେଶୀ ପକ୍ଷୀଙ୍କ ମାଂସ ୫ଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି। ଶିକାରୀମାନେ ଅର୍ଥ ଲୋଭରେ ଅବାଧରେ ପକ୍ଷୀ ଶିକାର କରିଚାଲିଛନ୍ତି। ଟାଙ୍ଗୀ ବନାଞ୍ଚଳ ଓ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଶିକାରୀଙ୍କ ଏକ ର଼୍ୟାକେଟ କାମ କରୁଥିବା ଶୁଣିବାକୁ ମିଳୁଛି। ପକ୍ଷୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କ୍ୟାମ୍ପ କରାଯାଉଛି। ଏଥର ୨୧ଟି କ୍ୟାମ୍ପ ଖୋଲାଯାଇଛି। ପ୍ରତି କ୍ୟାମ୍ପରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ନାଇଟ ୱାଚର ନିୟୋଜିତ ରହିଛନ୍ତି। ତଟବର୍ତ୍ତୀ ଅଞ୍ଚଳରେ ବନ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି। ତଥାପି ଫଳ ଶୂନ। ପ୍ରତିବର୍ଷ ପକ୍ଷୀ ଶିକାର ହେଉଛି। ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡ଼ାମଣି ମୁର୍ମୁ କହିଛନ୍ତି, ରତାମାଟି ଛକ ରାସ୍ତା ପାର୍ଶ୍ୱରେ ପକ୍ଷୀଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଟିମ୍‌ ପହଞ୍ଚତ୍ ୩୦ଟି ମୃତପକ୍ଷୀ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଚିଲିକାରେ ପକ୍ଷୀ ସୁରକ୍ଷା ଉପରେ କଡ଼ା ନଜର ରଖାଯାଇଛି। ନିକଟରେ ୮ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ୨୭ଟି ମୃତପକ୍ଷୀ ଜବତ ହୋଇଥିଲା। ୬ଟି ମାମଲା ରୁଜୁ କରାଯାଇଛି। ସ୍ଥାନୀୟ ଢାବା ଓ ହୋଟେଲଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ୧ଲକ୍ଷ ୫୦୦ ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri