ଏକାମ୍ର ନିର୍ବାଚନମଣ୍ଡଳରୁ ସ୍ୱାଧୀନ ଲଢିବେ ବିରଞ୍ଚି ମହସୂପକାର

ଭୁବନେଶ୍ୱର,୩।୪:ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ଘୋଷଣା ପରେ ମୁଣ୍ଡ ଟେକିଚି ବିଦ୍ରୋହ। ଦଳର ଅନ୍ୟତମ ଆଶାୟୀ ଓ୍ବାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର (ଲିଟୁ) ସ୍ୱାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି। ଗତ କିଛିଦିନରୁ ଏକାମ୍ର ଆସନରୁ କିଏ ଟିକେଟ୍ ପାଇବା ସେ ନେଇ ଆଲୋଚନା ଜୋର ଧରିଥିଲା।

ତେବେ ଏଠାରୁ ୩ଥର ବିଜୟ ହାସଲ କରିଥିବା ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ଦଳ ପୁଣିଥରେ ଟିକେଟ୍ ଦେବା ପରେ ବିଜେଡିରେ ବିଦ୍ରୋହ ଘୋଷଣା କରିଛନ୍ତି ବିରଞ୍ଚି। ଅଶୋକଙ୍କୁ ଟକ୍କର ଦେବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି। ଟିକେଟ ଘୋଷଣା ହେବା ପୂର୍ବରୁ ସେ ପ୍ରଚାର ଆରମ୍ଭ କରିଦେଇଥିଲେ। ପଦଯାତ୍ରା ସହ ଲୋକଙ୍କ ସମର୍ଥନ ସାଉଣ୍ଟିବା ପାଇଁ ବିରଞ୍ଚତ୍ ନିଜ ସମର୍ଥକଙ୍କ ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି।

ଏହି କ୍ରମରେ ମଙ୍ଗଳବାର ସମର୍ଥକଙ୍କ ଗହଣରେ ବିରଞ୍ଚତ୍ ଗଣ୍ଡମୁଣ୍ଡା ବସ୍ତି ଓ ମହାକାଳେଶ୍ୱର ବସ୍ତିର ପ୍ରତି ଘରକୁ ଘର ବୁଲିଥିଲେ। ଲୋକଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ଦୁଃଖସୁଖ ପଚାରି ବୁଝିଥିଲେ। ଏନେଇ ବିରଞ୍ଚି କହିଛନ୍ତି, ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ ପାଇଁ ଚେଷ୍ଟା କରିବି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବା, ଅଧୁରା ରହିଥିବା କାମକୁ ପୂରା କରିବା ହିଁ ମୋର ଲକ୍ଷ୍ୟ ରହିଛି। ଅପରପକ୍ଷେ ସୋମବାର ବିରଞ୍ଚତ୍ ନିଜ ସମର୍ଥକଙ୍କ ସହ ସାମନ୍ତରାପୁର ଛକଠାରୁ ତିନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri