ଅନିଶ୍ଚିତତାରେ ବାୟୋମାଇନିଂ ପ୍ରକଳ୍ପ

ଭୁବନେଶ୍ୱର, ୧୬।୧୧ (ବ୍ୟୁରୋ): ପୁଣି ଝୁଲିଲା ବହୁ ପ୍ରତୀକ୍ଷିତ ଭୁଆସୁଣୀ ବାୟୋମାଇନିଂ ପ୍ରକଳ୍ପ। ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଦାରୁଠେଙ୍ଗ ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ରକଳ୍ପ କରାଇ ଦେବେ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରି ବସିଛନ୍ତି। ଏହା ଭିତରେ ସେମାନଙ୍କୁ ମନାଇବାକୁ ଚେଷ୍ଟା କରି ବିଏମ୍‌ସି ଫେଲ୍‌ ମାରିଥିବାବେଳେ ଗ୍ରାମବାସୀ ନିଜ ଭିତରେ ଆଲୋଚନା କରି ଫଳାଫଳ ଜଣାଇବେ ବୋଲି କହିଛନ୍ତି। ତେଣୁ ଏବେ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଚାହିଁ ବସିଛି ବିଏମ୍‌ସି। ଯଦି ପୂର୍ବଥର ଭଳି ଏଥର ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରୁହନ୍ତି ତେବେ ବିଏମ୍‌ସି ପୁଣି ଥରେ ହରଡ଼ଘଣାରେ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଗତଥର ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ଗ୍ରାମବାସୀ ବାୟୋମାଇନିଂ କରାଇ ଦେବେନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଯେତେ ବୁଝାଇଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ। ଶେଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମାଧାନ ହୋଇଥିଲା। ମାତ୍ର ୨ମାସ ଭିତରେ ପୁନର୍ବାର ଅଳିଆ ଗାଡ଼ି ଧକ୍କାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଥିଲେ। ପୁନର୍ବାର ଯେପରି ସେମାନେ ଅଳିଆ ପକାଇବା କିମ୍ବା ପ୍ରକଳ୍ପକୁ ବିରୋଧ ନ କରିବେ ସେଥିପାଇଁ ସଙ୍ଗେସଙ୍ଗେ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଏଥିସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ତଥାପି ଗ୍ରାମବାସୀ ଏକ ସପ୍ତାହ ଧରି ଅଳିଆ ପକାଇବାକୁ ଦେଇ ନ ଥିଲେ। ପରେ ସେମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେଇ ଅଳିଆ ପକା ଆରମ୍ଭ ହୋଇଛି। ଗ୍ରାମବାସୀ ଏଥର ସହଜରେ ମାନି ଯାଇଥିବାରୁ ପ୍ରକଳ୍ପ କାମରେ କୌଣସି ସମସ୍ୟା ହେବନାହିଁ ବୋଲି ବିଏମ୍‌ସି ଆଶା କରିଥିଲା ମାତ୍ର ଗ୍ରାମବାସୀ ପ୍ରକଳ୍ପ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି। ତେଣୁ ସେମାନଙ୍କୁ ପୁଣି କିପରି ବୁଝାଶୁଝା କରାଯିବ ତାହା ଚିନ୍ତାର କାରଣ ପାଲଟିଛି।
ସୂଚନାଯୋଗ୍ୟ, ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ବିଏମ୍‌ସି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ପାଚେରି ବୁଲାଇବା ଏବଂ ମେଶିନ୍‌ ଇନ୍‌ଷ୍ଟାଲେସନ୍‌ କାର୍ଯ୍ୟ ଆରମ୍ଭ ହେବାର ଥିଲା। ଆସନ୍ତା ଜାନୁୟାରୀ କିମ୍ବା ଫେବୃୟାରୀ ସୁଦ୍ଧା ମେସିନ୍‌ ଇନଷ୍ଟାଲେସନ୍‌ କାମ ସରିବା ପରେ ବାୟୋମାଇନିଂ କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri