ଅନିଶ୍ଚିତତାରେ ବାୟୋମାଇନିଂ ପ୍ରକଳ୍ପ

ଭୁବନେଶ୍ୱର, ୧୬।୧୧ (ବ୍ୟୁରୋ): ପୁଣି ଝୁଲିଲା ବହୁ ପ୍ରତୀକ୍ଷିତ ଭୁଆସୁଣୀ ବାୟୋମାଇନିଂ ପ୍ରକଳ୍ପ। ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଦାରୁଠେଙ୍ଗ ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ରକଳ୍ପ କରାଇ ଦେବେ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରି ବସିଛନ୍ତି। ଏହା ଭିତରେ ସେମାନଙ୍କୁ ମନାଇବାକୁ ଚେଷ୍ଟା କରି ବିଏମ୍‌ସି ଫେଲ୍‌ ମାରିଥିବାବେଳେ ଗ୍ରାମବାସୀ ନିଜ ଭିତରେ ଆଲୋଚନା କରି ଫଳାଫଳ ଜଣାଇବେ ବୋଲି କହିଛନ୍ତି। ତେଣୁ ଏବେ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଚାହିଁ ବସିଛି ବିଏମ୍‌ସି। ଯଦି ପୂର୍ବଥର ଭଳି ଏଥର ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରୁହନ୍ତି ତେବେ ବିଏମ୍‌ସି ପୁଣି ଥରେ ହରଡ଼ଘଣାରେ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଗତଥର ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ଗ୍ରାମବାସୀ ବାୟୋମାଇନିଂ କରାଇ ଦେବେନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଯେତେ ବୁଝାଇଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ। ଶେଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମାଧାନ ହୋଇଥିଲା। ମାତ୍ର ୨ମାସ ଭିତରେ ପୁନର୍ବାର ଅଳିଆ ଗାଡ଼ି ଧକ୍କାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇଥିଲେ। ପୁନର୍ବାର ଯେପରି ସେମାନେ ଅଳିଆ ପକାଇବା କିମ୍ବା ପ୍ରକଳ୍ପକୁ ବିରୋଧ ନ କରିବେ ସେଥିପାଇଁ ସଙ୍ଗେସଙ୍ଗେ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଏଥିସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ତଥାପି ଗ୍ରାମବାସୀ ଏକ ସପ୍ତାହ ଧରି ଅଳିଆ ପକାଇବାକୁ ଦେଇ ନ ଥିଲେ। ପରେ ସେମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେଇ ଅଳିଆ ପକା ଆରମ୍ଭ ହୋଇଛି। ଗ୍ରାମବାସୀ ଏଥର ସହଜରେ ମାନି ଯାଇଥିବାରୁ ପ୍ରକଳ୍ପ କାମରେ କୌଣସି ସମସ୍ୟା ହେବନାହିଁ ବୋଲି ବିଏମ୍‌ସି ଆଶା କରିଥିଲା ମାତ୍ର ଗ୍ରାମବାସୀ ପ୍ରକଳ୍ପ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି। ତେଣୁ ସେମାନଙ୍କୁ ପୁଣି କିପରି ବୁଝାଶୁଝା କରାଯିବ ତାହା ଚିନ୍ତାର କାରଣ ପାଲଟିଛି।
ସୂଚନାଯୋଗ୍ୟ, ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ବିଏମ୍‌ସି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ପାଚେରି ବୁଲାଇବା ଏବଂ ମେଶିନ୍‌ ଇନ୍‌ଷ୍ଟାଲେସନ୍‌ କାର୍ଯ୍ୟ ଆରମ୍ଭ ହେବାର ଥିଲା। ଆସନ୍ତା ଜାନୁୟାରୀ କିମ୍ବା ଫେବୃୟାରୀ ସୁଦ୍ଧା ମେସିନ୍‌ ଇନଷ୍ଟାଲେସନ୍‌ କାମ ସରିବା ପରେ ବାୟୋମାଇନିଂ କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri