ବାୟୋମେଟ୍ରିକ ଖୋଲିବ ବାଟମାରଣା

ଯାଜପୁର ରୋଡ,୫ା୯(ଡି.ଏନ.ଏ.):ସହରର ପରିଷ୍କାର ପରିଚ୍ଛନ୍ନତା ସ୍ବାୟତ୍ତ ଶାସନ ସଂସ୍ଥାର ପ୍ରାଥମିକ ଓ ମୌଳିକ ଦାୟିତ୍ୱ ବୋଲି ନଗର ବିଜ୍ଞାନ ପାଠରେ ଲେଖା ହୋଇଛି। ନଗରବାସୀଙ୍କ ଆବଶ୍ୟକତା ବୃଦ୍ଧି ସାଙ୍ଗକୁ ସ୍ବାୟତ୍ତ ଶାସନ ସଂସ୍ଥାର ଦାୟିତ୍ୱ ସିନା ବଢିଛି, କିନ୍ତୁ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ୱ ପ୍ରାଥମିକତା ହରାଇନାହିଁ। ପରିମଳ ଦାୟିତ୍ୱରେ ରହିଥିବା ଠିକାସଂସ୍ଥାକୁ ଅଧିକ ଅର୍ଥ ପ୍ରଦାନ କରି ମାସିକ ଚାନ୍ଦା ଆଦାୟ ସହ ଅଯାଚିତ ଅନୁକମ୍ପା ପ୍ରଦର୍ଶନରୁ ଶୁକ୍ରବାର ଓ ଶନିବାର ନିର୍ବାହୀ ଅଧିକାରଙ୍କୁ ହଟହଟା ହେବାକୁ ପଡିଛି। ଅନ୍ୟପକ୍ଷେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରିମଳ ସେବା ପରିଚାଳନାରେ ସୁଧାର ଆଣିବାକୁ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ କରିବା ନିର୍ବାହୀ ଅଧିକାରୀଙ୍କ ପାଇଁ କାଳ ହୋଇଛି। ଏପରିକି ଶନିବାର ଜରୁରୀକାଳୀନ କାଉନସିଲର ବୈଠକରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି ା ଯଦି ତାଙ୍କ କାର୍ଯ୍ୟକୁ ପସନ୍ଦ କରାଯାଉନାହିଁ, ତେବେ ତାଙ୍କୁ ବଦଳି କରିଦିଆଯାଉ ବୋଲି କହି ସେ ବୈଠକରୁ ଉଠି ଚାଲି ଆସିଥିବା ସୂଚନା ମିଳିଛି।
ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡର ସଫେଇ ଏବଂ ଆବର୍ଜନା ଉଠାଇବା ସକାଶେ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସହରରେ ଆବର୍ଜନା ଜମା କରିବାକୁ ମ୍ୟୁନିସିପାଲିଟି ପକ୍ଷରୁ ବ୍ୟାସ ସରୋବରରେ ଏକ ସମ୍ପଦ କେନ୍ଦ୍ର ନିର୍ମାଣ କରାଯାଇଛି। କିନ୍ତୁ ସେଠାରେ ଆବର୍ଜନା ଜମା ନ କରି ଗାନ୍ଧୀ କୁଷ୍ଠ କଲୋନୀ ନିକଟସ୍ଥ ରେଳୱେ ଲାଇନ କଡରେ ପାହାଡ ଭଳି ଆବର୍ଜନା ଗଦା କରାଯାଉଛି। ସଫେଇ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା କରିବା ପରେ ସେଠାରୁ ଟ୍ରାକ୍ଟର ଓ ଡମ୍ଫର ଯୋଗେ ଆବର୍ଜନାକୁ ସ୍ଥାନାନ୍ତରିତ କରୁଛନ୍ତି। କିନ୍ତୁ ଚୁକ୍ତି ଅନୁଯାୟୀ ୧୬୦ ଜଣ ସଫେଇ କର୍ମଚାରୀଙ୍କ ବଦଳରେ ମାତ୍ର ୬୦ରୁ ୭୦ ଜଣ କର୍ମଚାରୀଙ୍କୁ ନିୟୋଜନ କରି ଅନ୍ୟମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ମିଳିମିଶି ଭାଗବଣ୍ଟା କରାଯାଉଛି। ଏହାର ସୁଧାର ଆଣିବାକୁ କାର୍ଯ୍ୟାଳୟରେ କିଛି ଦିନ ତଳେ ସଫେଇ କର୍ମଚାରୀଙ୍କ ପାଇଁ ଏକ ବାୟୋମେଟ୍ରିକ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାର ବ୍ୟବହାର ପାଇଁ ସେଠାରେ ଜଣେ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏଥିରେ ପ୍ରତ୍ୟହ କେତେ ସଂଖ୍ୟକ କର୍ମଚାରୀ ଉପସ୍ଥାନ ରହୁଛନ୍ତି ତାହା ଜଣା ପଡିଯାଉଛି। ଏଥିରେ କେତେକ ଲୋକ ପ୍ରତିନିଧି ଏବଂ ଅଧିକାରୀଙ୍କ ମାସିକ ଚାନ୍ଦା ବନ୍ଦ ହେବା ଆଶଙ୍କା କରି ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ସେମାନଙ୍କ ପ୍ରରୋଚନାରେ କେତେକ ସଫେଇ କର୍ମଚାରୀମାନେ ବାୟୋମେଟ୍ରିକ ଯନ୍ତ୍ରକୁ ବିରୋଧ କରୁଛନ୍ତି। ସରକାରଙ୍କ ଏହି ମହତ ପ୍ରକଳ୍ପକୁ ସରକାରୀ ଦଳର କେତେଜଣ ନେତାଙ୍କ ନାପସନ୍ଦକୁ ସହରବାସୀ ହାସ୍ୟାସ୍ପଦ ବୋଲି ଅଭିହିତ କରିଛନ୍ତି। ଏପରିକି ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଶୁକ୍ରବାର ସର୍ବସାଧାରଣରେ ନିର୍ବାହୀ ଅଧିକାରୀଙ୍କୁ ଉଚ୍ଚ ସ୍ବରରେ ଅସମ୍ମାନିତ କରିବା ଘଟଣାକୁ କେତେକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
ପୂର୍ବତନ ପୌରାଧ୍ୟକ୍ଷା ତଥା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡା କୁହନ୍ତି ବ୍ୟକ୍ତିଗତ ସ୍ବାର୍ଥ ଛାଡି ସମ୍ବିଧାନକୁ ସମ୍ମାନ ଦେଇ ସହରବାସୀଙ୍କ ପାଇଁ କାମ କରିବା ଉଚିତ। ଯାହା ଚାଲିଛି ତାହା ଆଗାମୀ ଦିନ ପାଇଁ ଭଲ ନୁହେଁ। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। ନିର୍ବାହୀ ଅଧିକାରୀ ଗତ ଦେଢ ବର୍ଷ ପର୍ଯ୍ୟନ୍ତ କ’ଣ ପାଇଁ ନୀରବ ରହିଥିଲେ। ତେଣୁ ବର୍ତ୍ତମାନ କ’ଣ ପରିସ୍ଥିତି ହେଲା ଯେ, ଏବେ ମୁହଁ ଖୋଲୁଛନ୍ତି। ଅନ୍ୟପକ୍ଷେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି। ଯେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ସିଂହଭାଗ ଅର୍ଥ ବାଟମାରଣା ହେଉଛି।
ପୌରାଧ୍ୟକ୍ଷା ପିଙ୍ଗୁଆଙ୍କୁ ପଚାରିବାରେ ସେ କହିଛନ୍ତି, ନିର୍ବାହୀ ଅଧିକାରୀଙ୍କ ସହ ପରବର୍ତ୍ତୀ କୌଣସି ବୈଠକ କିମ୍ବା ଇସ୍ୟୁ ହୋଇନାହିଁ। କେବଳ କାଉନସିଲରମାନଙ୍କ ସହିତ ଏକ ଜରୁରୀକାଳୀନ ବୈଠକ ହୋଇଥିଲା। ନିର୍ବାହୀ ଅଧିକାରୀ ରାଉତ କହିଛନ୍ତି, କାଉନସିଲର ବୈଠକରେ ଅନୁମୋଦନ ନେଇ ବାୟୋମେଟ୍ରିକ ଯନ୍ତ୍ର ଲଗାଯାଇଛି। ସହରର ପରିମଳ କ୍ଷେତ୍ରରେ ବିକାଶ ଏହାର ଏକ ମାତ୍ର ଲକ୍ଷ୍ୟ। କିନ୍ତୁ ଏହାକୁ ଉଭୟ ଅଧ୍ୟକ୍ଷା ଓ କାଉନସିଲରମାନେ ବିରୋଧ କରି ତାଙ୍କୁ ଟାର୍ଗେଟ କରୁଛନ୍ତି। ଏନେଇ ଜିଲାପାଳଙ୍କ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri